Home ଜିଲ୍ଲା ପରିକ୍ରମା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ,ଏସପିଙ୍କୁ ଜଣାଇବାପରେ ବି ଫଳ କିଛି...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ,ଏସପିଙ୍କୁ ଜଣାଇବାପରେ ବି ଫଳ କିଛି ନାହିଁ

4

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଗ୍ରାମର ରଞ୍ଜନ ମହାକୁଡ଼ (୧୮)ନାମକ ଜଣେ ଯୁବକଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ରଞ୍ଜନଙ୍କ ବାପା ଦୁର୍ଯ୍ୟୋଧନ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଜିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରଞ୍ଜନଙ୍କ ବାପା ଦୁର୍ଯ୍ୟୋଧନ ମହାକୁଡ଼ ଥାନାରେ କରିଥିବା ଅଭିଯୋଗରୁ ଜଣାଯାଇଛି ଯେ ,ଗତ ୧୯ତାରିଖ ସନ୍ଧ୍ୟାରେ ତାଙ୍କ ପୁଅ ରଞ୍ଜନ ଗ୍ରାମ ନିକଟସ୍ଥ ଶିବ ମନ୍ଦିର ପାଖ ପଡ଼ିଆରେ ଠିଆ ହୋଇଥିଲେ । ଏହି ସମୟରେ ତାଙ୍କ ଗ୍ରାମର ୨ଭାଇ ପୂର୍ବ ଶତ୍ରୁତା କ୍ରମେ ଏକ କ୍ରିକେଟ ଷ୍ଟମ୍ପ ସହାୟତାରେ ରଞ୍ଜନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ଯାହାଫଳରେ ରଞ୍ଜନ ସେଠାରେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ପରେ ଗ୍ରାମର କେତେକ ଯୁବକ ରଞ୍ଜନଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ । ରଞ୍ଜନଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଏପରି ମରଣାନ୍ତକ ଆକ୍ରମଣ କରାଯାଇଥିବା ତାଙ୍କ ବାପା ୨୦ତାରିଖରେ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ଗୁରୁତର ରଞ୍ଜନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତିହିଡି଼ ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ଏହି ଘଟଣାରେ ପୋଲିସ ଲଷ୍ମୀନାରାୟଣ ମହାକୁଡ଼ ଓ ତାଙ୍କ ଭାଇ ସତ୍ୟନାରାୟଣ ମହାକୁଡ଼ଙ୍କ ନାଁରେ ଏକ ମକଦ୍ଦମା (ନଂ ୨୦୦/୨୬)ରୁଜୁ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଦର୍ଶାଯାଇଛି । ଏହାର ପ୍ରତିବାଦରେ ଗତ ମାସ ୩୧ତାରିଖରେ ଦୁର୍ଯୋଧନ ଏସପିଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବା ସହ ଅଭିଯୁକ୍ତ ୨ଭାଇଙ୍କ ଗିରଫ ଦାବି କରିଥିଲେ । ଏସପି ମନୋଜ କୁମାର ରାଉତ ଏ ସମ୍ପର୍କରେ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରାଙ୍କୁ ପଚାରିବା ପରେ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଗିରଫ କରିବା ସମ୍ଭବ ହୋଇନଥିବା ଆଇଆଇସି ଦର୍ଶାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.