Home ଅପରାଧ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା, ପୋଲିସର ଛାନଭିନ ଆରମ୍ଭ

ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା, ପୋଲିସର ଛାନଭିନ ଆରମ୍ଭ

550

ଝାରସୁଗୁଡ଼ା,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଝାରସୁଗୁଡ଼ାରେ ହୋଇଛି ବିଭତ୍ସ ହତ୍ୟାକାଣ୍ଡ । ତିହାଡ଼ିପାଲି ଗାଁର ଗୁଣ ସାଗର ଦାସଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଛି । ତେବେ  ଗୁଣସାଗର ଗତ କାଲି ସନ୍ଧ୍ୟାରେ ଯାତ୍ରା ଦେଖିବାକୁ ଯାଇ ଆଉ ଫେରିନଥିଲେ ।ଆଜି ସକାଳୁ ଲୋକେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ପୁଢ଼ାମାଲ ବଗିଚା ପଡ଼ିଆରେ ନିକଟରେ ତାଙ୍କର ନଗ୍ନ ମୃତଦେହ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ ।

ମୃତ ଦେହ ନିକଟରେ ଚପଲ ଓ ଏକ ଛୁରୀ ପଡିଥିବା ଦେଖିବାକୁ ପାଇଥିଲେ ଲୋକେ । ଏହାସହ ସେଠାରେ ଭଙ୍ଗା ମଦ ବୋତଲରେ ତାଙ୍କ ପେଟକୁ ବାରମ୍ବାର ଆଘାତ କରାଯାଇଥିବାର କ୍ଷତ ଚିହ୍ନ ରହିଛି । ଖବର ପାଇ ଘଟଣାସ୍ଥଳରେ ଝାରସୁଗୁଡ଼ା ଟାଉନ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.