Home ଓଡ଼ିଶା ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ରାୟପୁର ସ୍ଥାନାନ୍ତର

ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ରାୟପୁର ସ୍ଥାନାନ୍ତର

1088

କୋରାପୁଟ ୨୭-୦୫-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) କୋଟପାଡ ବ୍ଲକ ବତାସନା ପଂଚାୟତର କସମଗୁଡା ଗ୍ରାମରେ ରବିବାର ରାତିରେ ଏକ ଗୁଳିକାଣ୍ଡ ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ଛତିଶଗଡର ରାୟପୁର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ କସମଗୁଡା ଗ୍ରାମର ସତୀଶ ଗୁପ୍ତା ନାମକ ଯୁବକ ଗରମ ଯୋଗୁଁ ରବିବାର ରାତିରେ ଘର ବାରଣ୍ଡାରେ ଏକ ଖଟିଆ ପକାଇ ମୋବାଇଲ ଫୋନରେ ବ୍ୟସ୍ତ ଥିଲେ। ସେତେବେଳକୁ ଏକ ବାଇକରେ ତିନିଜଣ ଯୁବକ ଆସି ସତୀଶଙ୍କୁ ଟଙ୍କା ମାଗିଥିଲେ, ସେ ନଦେବାରୁ ପିଠିରେ ଗୁଳି ଚଳାଇ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ କେତେକ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସତୀଶକୁ ଦେଖି ଆମ୍ବୁଲାନସ ନିମନ୍ତେ ଫୋନ କରିଥିଲେ। ଆମ୍ବୁଲାନସ ଆସିବା ପରେ ସତୀଶକୁ ପ୍ରଥମେ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋଟପାଡରୁ ଛତିଶଗଡର ଜଗଦଲପୁର ନିକଟ ଡୁମରାପାଲ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ରାୟପୁର ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.