Home ଜିଲ୍ଲା ପରିକ୍ରମା ‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା

‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା

16

ବାଲେଶ୍ୱର, ୧୧ା୨(ଓଡ଼ିଆ ପୁଅ/ଅଭୟ ଦାସ):‘ଯୁଗଶ୍ରୀ ଯୁଗନାରୀ’ମାସିକ ମହିଳା ପତ୍ରିକା ପକ୍ଷରୁ ମହିଳାମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ବାଲେଶ୍ୱରର ଚୂନଭାଟିସ୍ଥିତ ତଳସାହିଠାରେ ସଂପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସମେତ ମହିଳାମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ ରୋଗର ନିରାକରଣ ସମ୍ବନ୍ଧରେ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ। ଏହି ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିରର ଆବାହିକା ସମାଜସେବୀ ପ୍ରତିମା ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ‘ଯୁଗଶ୍ରୀ ଯୁଗନାରୀ’ର ଉପଦେଷ୍ଟା ସମାଜସେବୀ ଗୀତାଞ୍ଜଳି ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଷାରାଣୀ ମହାପାତ୍ର, ଶୀଲାରାମ ଦିଦି, ରଞ୍ଜୁ ଜେନା, ବିପିନ୍ ହେମ୍ବ୍ରମ୍‌, ରାଜୁ ହେମ୍ବ୍ରମ୍‌, ଜୟଶ୍ରୀ ବାରିକ, ରାଜଲକ୍ଷ୍ମୀ ମହାନ୍ତି, ଅପରାଜିତା ଜେନା, ପୂର୍ଣ୍ଣିମା ଜାନ୍‌, ଜୟନ୍ତୀ କମିଳା, ଚିତ୍ତରଞ୍ଜନ ପଲେଇ, ସୁଶୀଳାବାଳା ବେହେରା, ବସନ୍ତ ପ୍ରଧାନ ପ୍ରମୁଖ ବହୁ କର୍ମକର୍ତାଙ୍କ ସହିତ ଶତାଧିକ ମହିଳା ଯୋଗ ଦେଇଥିଲେ। ମନୋରମା ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.