Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ବାଲେଶ୍ୱରରେ ସମର୍ପଣ ଦିବସ

ବିଜେପି ପକ୍ଷରୁ ବାଲେଶ୍ୱରରେ ସମର୍ପଣ ଦିବସ

33

ବାଲେଶ୍ୱର, ୧୧ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରମହାନ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ବିଜେପି ପକ୍ଷରୁ ବାଲେଶ୍ୱରରେ ସମର୍ପଣ ଦିବସ ଗୁରୁବାର ପାଳିତ ହୋଇଯାଇଛି। ବିଜେପି ନଗର ମଣ୍ଡଳ କମିଟି ପକ୍ଷରୁ ଜିଲା କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଉମାକାନ୍ତ ମହାପାତ୍ର, ସଦର ନିର୍ବାଚନମଣ୍ଡଳୀ ମୁଖ୍ୟ ମାନସ କୁମାର ଦତ୍ତ, ମହିଳା ମୋର୍ଚ୍ଚା ଜିଲା ସଭାପତି କମଳା ବିନ୍ଧାଣୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି ପ୍ରମୁଖ ଯୋଗଦେଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମେତ ଦେଶ ଗଠନରେ ସ୍ୱର୍ଗତ ଉପାଧ୍ୟାୟଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଏଭଳି ମହାନ ଜନନାୟକଙ୍କ ଅବଦାନକୁ ଉଚିତ ମୂଲ୍ୟାଙ୍କନ ସହ ତାଙ୍କର ମହାପ୍ରୟାଣ ଦିବସକୁ ସମ୍ପ୍ରତି ଦେଶବ୍ୟାପୀ ସମର୍ପଣ ଦିବସ ଭାବେ ପାଳନ କରାଯାଉଥିବା ବିଜେପି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ବିଜେପି ନଗର ସଭାପତି ଚିତ୍ତରଂଜନ ପଣ୍ଡା ସମର୍ପଣ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ଦାସ, ପର୍ଶୁରାମ ପରିଡ଼ା, ଗଙ୍ଗାଧର ରାଉତ, ଶ୍ରୀନିବାସ ପ୍ରଧାନ, ଅରୂପ ଜେନା, ରଂଜିତ କୁମାର ପ୍ରଧାନ, ରାଜେଣ ମହାପାତ୍ର ପ୍ରମୁଖ ବିଜେପି କର୍ମକର୍ତ୍ତା ଏଥିରେ ଯୋଗଦେଇ ସମର୍ପଣ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ବିଜେପି ଟାଉନ କମିଟି ପକ୍ଷରୁ ଆଦାୟ ହୋଇଥିବା ନିଧି ଜିଲା ସଭାପତି ଶ୍ରୀ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ସମର୍ପଣ ଦିବସ ପାଳନ ଅବସରରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ନିଧି ଗ୍ରହଣ କାର୍ଯ୍ୟ ଜାରି ରହିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.