Home ଜିଲ୍ଲା ପରିକ୍ରମା ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟର ସମ୍ବର୍ଦ୍ଧନା ଉତ୍ସବ ୨୦ରେ

ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟର ସମ୍ବର୍ଦ୍ଧନା ଉତ୍ସବ ୨୦ରେ

14

ବାଲେଶ୍ୱର, ୧୦ା୨(ଓଡ଼ିଆ ପୁଅ/ଅଭୟ ଦାସ): ସମାଜରେ ବିଶିଷ୍ଟ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଏକ ପ୍ରସ୍ତୁତି ବୈଠକ ଟ୍ରଷ୍ଟର ସଭାପତି ଆଇନଜୀବୀ ହରେକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଲେପ୍ଟେନାଌକ୍ଷଗ୍ଧ; କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ ଶୀର୍ଷାସନରେ ଦକ୍ଷତା ପ୍ରଦର୍ଶନ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ଼ ରେକର୍ଡ଼ ଭଳି ଏକ ବିଶ୍ୱସ୍ତରୀୟ ବିରଳ ରେକର୍ଡ଼ର ଅଧିକାରୀ ହୋଇଥିବାରୁ ଟ୍ରଷ୍ଟ୍ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୨୦ ତାରିଖ ଶନିବାର ବ୍ରିଟ କଲ୍ୟାଣ ମଣ୍ଡପରେ ଆୟୋଜନ ପାଇଁ ବୈଠକରେ ସ୍ଥିର ହୋଇଅଛି। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବାଲେଶ୍ୱର ଜିଲାପାଳ, ପୂର୍ବାଞ୍ଚଳ ଜୋନ ପୁଲିସ ଆଇଜି, ବାଲେଶ୍ୱରର ଏସପି. ଏବଂ ଚାନ୍ଦିପୁର ଆଇଟିଆର ଡାଇରେକ୍ଟରଙ୍କୁ ଅତିଥି ହିସାବରେ ଯୋଗ ଦେବାପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଉପେନ୍ଦ୍ରନାଥ ପାତ୍ରଙ୍କ ସମେତ ଉପ-ସଭାପତି ରଘୁନାଥ ପ୍ରଧାନ, ଭାବଗ୍ରାହୀ ମହାନ୍ତି, କିଶୋର ଦାସ, ଅରବିନ୍ଦ ବାରିକ୍‌, ରାଧାକାନ୍ତ ମହାପାତ୍ର, ସୌରୀ ପରିଡ଼ା ଓ କୁମାର କାଶ୍ୟପ ପ୍ରମୁଖ କର୍ମକର୍ତ୍ତାମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂପାଦକ କୁମାର କାଶ୍ୟପ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.