Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଯାଜପୁର ଠାରେ ପର୍ଯ୍ୟଟନ ପର୍ବ ଅବସରରେ ଭଜନ କାର୍ଯ୍ୟକ୍ରମ

ଯାଜପୁର ଠାରେ ପର୍ଯ୍ୟଟନ ପର୍ବ ଅବସରରେ ଭଜନ କାର୍ଯ୍ୟକ୍ରମ

89

ଭୁବନେଶ୍ୱର/ଯାଜପୁର୧୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ପର୍ବ ପାଳିତ ହୋଇଚ୍ଥି ।  ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପର୍ବ ପାଳନ ଅବସରରେ ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏହାକୁ ଉଦ୍ ଘାଟନ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ପର୍ଯ୍ୟଟନର ବିକାଶ ଯେ କୈାଣସି ଅଞ୍ଚଳ ପାଇଁ ଏକ ଗୈାରବର କଥା ବୋଲି କହିଥିଲେ ।  ପର୍ଯ୍ୟଟନ ସହ ଆର୍ଥିକ ବିକାଶ ପରସ୍ପର ଜଡିତ ।  ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି କାର୍ଯ୍ୟସୂଚୀ ମାନ ପ୍ରସ୍ତୁତ କରିବା ଏବଂ ପର୍ଯ୍ୟଟନ ସ୍ଥଳ ଗୁଡିକୁ ଆକର୍ଷଣୀୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।  ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପର୍ଯ୍ୟଟନ କ୍ଷେତ୍ର ଗୁଡିକରେ ସ୍ୱଚ୍ଚ୍ଥତା, ସୁସ୍ଥ ପରିବେଶ ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଯତ୍ନବାନ ହେଲେ ଏହା ପର୍ଯଟକ ମାନଙ୍କ ଆଗମନକୁ ଅଧିକ ସୁଗମ କରିବ ।  ଭଜନ ସମାରୋହ ମାଧ୍ୟମରେ ସଂପୃକ୍ତ ଅଞ୍ଚଳ ଗୁଡିକର କଳାକାର ମାନଙ୍କ ପ୍ରତିଭା ଲୋକ ଲୋଚନକୁ ଆସିପାରିବ ବୋଲି ସେ କହିଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଭଜନ ଏକ ସାତ୍ତ୍ୱିକ ଓ ଭକ୍ତିମୟ ପରିବେଶ ସୃଷ୍ଟି   କରିଥାଏ ।  ତେଣୁ ଭଜନ ମାଧ୍ୟମରେ ପର୍ଯ୍ୟଟକଙ୍କୁ ସ୍ୱାଗତ ଓ ନୂଆ ନୂଆ ପ୍ରତିଭାବାନ କଳାକାର ମାନଙ୍କୁ ସୁଯୋଗ ଏକ ଚମତ୍କାର ବ୍ୟବସ୍ଥା ବୋଲି କହିବା ସହ ନିଜେ ଏକ ଭଜନ ମଧ୍ୟ ଗାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଅଧିକାରୀ ନୀରୋଜ କୁମାର ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ ।  ପର୍ଯ୍ୟଟନ ପର୍ବ ଅବସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଯାଜପୁର ବ୍ଳ୍‌କ ଊପେନ୍ଦ୍ର କୁମାର ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଏଲିଜା ପ୍ରିୟଦର୍ଶିନୀ, ଦ୍ୱିତୀୟ ହୋଇଥିବା ଦଶରଥପୁର ବ୍ଳ୍ଳ୍‌କର ମହତାବ ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ଓ ତୃତୀୟ ବଡଚଣା ବାଳିକା ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଇପସିତା ମିଶ୍ରଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।  ପରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ନିର୍ଦ୍ଦେଶନାରେ ବିଭିନ୍ନ କଣ୍ଠ ଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ ।  କଣ୍ଠ ଶିଳ୍ପୀ ଅରୁପମା ନାୟକ, ଅମୂଲ୍ୟ, ଅମ୍ରିତା ପତି, ମୋନାଲିସା ଓଝା, ଦିବ୍ୟାଙ୍ଗ କଣ୍ଠ ଶିଳ୍ପୀ ଅଭୟ ପଣ୍ଡା, ଅନୁଷ୍କା, ଶୀତଲ ସିହ୍ନା, ଲିପ୍‌ସ୍‌ା ନାୟକ, ଅନନ୍ୟା ବଳ, ପ୍ରଦୀପ ଜେନା, ସାଇଶ୍ରୀ ପୃଷ୍ଟି, ଅମ୍ରିତ, ପ୍ରିୟଦର୍ଶିନୀ ପ୍ରଧାନ, ମନିପ୍ରଭା ସାମଲ, ରଶ୍ମିତା ଭୂୟାଁ, ପ୍ରତିଭା ରାଊତ, ସନ୍ଧ୍ୟାରାଣୀ ଶତପଥୀ ପ୍ରମୁଖ ଭଜନ ପରିବେଷଣ କରିଥିଲେ ।  ଏହି କାର୍ଯ୍ୟକ୍ରମ ପରିଚାଳନାରେ ପର୍ଯ୍ୟଟନ ବିଭାଗର କର୍ମଚାରୀ ଅମର ପ୍ରସାଦ ଜେନା, ଦୟାନିଧି ବେହେରା, ବଂଶୀଧର ସେଠୀ, ସୁଶାନ୍ତ ଗୋଚ୍ଚ୍ଥାୟତ, ଅଜିତ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.