Home ଓଡ଼ିଶା ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହାର୍ଡକୋର ମାଓବାଦୀ ମୃତ,ମାଓକ୍ୟାମ୍ପ ରୁ ବିପୁଳ ପରିମାଣର ଗୋଳାବାରୁଦ...

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହାର୍ଡକୋର ମାଓବାଦୀ ମୃତ,ମାଓକ୍ୟାମ୍ପ ରୁ ବିପୁଳ ପରିମାଣର ଗୋଳାବାରୁଦ ଜବତ

30

ମାଲକାନଗିରି,୩୧ା୧ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ମାର୍ଡକାପଦର ନୁନୁଖୋର ଜଙ୍ଗଲେ ମାଓବାଦୀ ଯବାନ ଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ମାଓବାଦୀଙ୍କର ମୃତ୍ୟୁହେବାସହ ମାଓକ୍ୟାମ୍ପ ରୁ ବିପୁଳ ପରିମାଣର ବନ୍ଧୁକ ଗୋଳାବାରୁଦ ଜବତ ହୋଇଛି । ମାର୍ଡାକାପଦର ପଚାଂୟତ ନୁନଖାରୀ ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବାର ଗୋଇନ୍ଦା ସୁତ୍ରରୁ ପୁଲିସ ଖବର ପାଇ ସେଠାକୁ ଆଜି ଏସଓଜି, ଡିଭିଏଫ ଓ ବିଏସଏଫ ଯବାନ ମାନେ ମିଳିତ କୁମ୍ବିଂ ଅପରେସନରେ ଯାଇଥିଲେ । ଯବାନ ମାନଙ୍କୁ ଦେଖି ଜଙ୍ଗଲରେ ମାଓବାଦୀ ମାନେ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯବାନ ମାନେ ମଧ୍ୟ ପାଲଟା ଗୁଳିଚଳାଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇଘଟାଂଧରି ଗୁଳିବିନିମୟ ହୋଇଥିଲା । ଯବାନ ମାନଙ୍କୁ ମୁକୁବିଲା କରିନପାରି ମାଓବାଦୀ ମାନେ ଛତ୍ରଭଙ୍ଗଦେଇ ଜଙ୍ଗଲରେ ଲୁଚିପଳାଇଥିଲେ । ସେହି ଜଙ୍ଗଲରେ ଯବାନ ମାନେ ସର୍ଚଅପରେସନ କରିବାରୁ ଜଣେ ହାର୍ଡକୋର ପୁରଷ ମାଓବାଦୀ ଙ୍କ ମୃତ ଶରୀର ପଡିଥିବାର ଦେଖିବାକୁ ପାଇଥିଲେ ମାଓବାଦୀ ଙ୍କ ମୃତ ଶରୀର ସହ ମାଓକ୍ୟାମ୍ପରୁ ବନ୍ଧୁକ୧ଟି,ପିସ୍ତଲ ୧ଟି,ଅଫୁଟା ଗୁଳି୧୦ଟି,୧୫ହଳ ମାଓବାଦୀ ପୋଷାକ ଓ ବିପୁଳପରିମାଣର ବିସ୍ପୋରକ ଦ୍ରବ୍ୟ ସହ ମାଓସାମଗ୍ରୀ ଜବତ କରି ଜିଲ୍ଲାହେର୍ଡକ୍ୱାଟରକୁ ଅଣାଯାଇଛି ।ମୃତ ମାଓବାଦୀର ପରିଚୟ ମିଳିନଥିବାରୁ ପୁଲିସ ଆଜି ଆଖପାଖ ଗ୍ରାମର ଲୋକମାନଙ୍କୁ ଡାକି ମାଓବାଦୀଙ୍କ ପରିଚୟ ଖୋଜାଆରମ୍ଭ କରିଦେଇଛନ୍ତି । ଗୁଳିବିନମୟରେ ଅଧିକ ମାଓବାଦୀ ମୃତ ଆହତ ହୋଇଥିବାର ସନ୍ଦେହରେ ଆଜି ସେହି ଜଙ୍ଗଲରେ ଯବାନମାନଙ୍କ ପକ୍ଷରୁ ସର୍ଚ ଅପରେସନ ଜାରିରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.