Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ପଲସ ପୋଲିଓ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କଲେ ଜିଲ୍ଲାପାଳ,୭୬୨୧୭ ଜଣ ଶିଶୁ ଙ୍କୁ...

ମାଲକାନଗିରି ଜିଲ୍ଲାରେ ପଲସ ପୋଲିଓ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କଲେ ଜିଲ୍ଲାପାଳ,୭୬୨୧୭ ଜଣ ଶିଶୁ ଙ୍କୁ ଦିଆଯିବ ପଲସ ପୋଲିଓ

33

ମାଲକାନଗିରି,୩୧ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଚି ପଲସ ପୋଲିଓ କାର୍ଯ୍ୟକ୍ରମ,ଏହି କାର୍ଯ୍ୟକ୍ରମରେ ୭୫୨ଜଣ ଙ୍କୁ ନେଇ ଟିମ ଗଠନ କରାଯାଇଛି । ସେମାନେ ଜିଲ୍ଲାର ୭୬୨୧୭ ଜଣ ନବଜାତ ଶିଶୁ ଠାରୁ ଆରମ୍ଭ କରି ୫ବର୍ଷର ଶିଶୁଙ୍କୁ ପଲସ ପୋଲିଓ ବୁନ୍ଧା ଦିଆଯିବ । ଆଜି ସକାଳେ ଜିଲ୍ଲାସଦର ମହକୁମା ହସପିଟାଲରେ ଜିଲ୍ଲାପାଳ ଡଃ ୟେଦୁଲା ବିଜୟ ଜମେ ଶିଶୁକୁ ପଲସ ପୋଲିଓ ବୁନ୍ଦା ଖାଆଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ, ଏଡିଓମଓ ମେଡିକାଲ ଡାକ୍ତର ଶିବପ୍ରସାଦ ମହାରଣା,ଡାକ୍ତର ଅନିଲପ୍ରସାଦ ମିଶ୍ର,ଡାକ୍ତର ଶଙ୍କଳ୍ପ କେଶିରି ଭୋଳ,ଡାକ୍ତର ଶିଶି ଭୁଷଣ ମହାପାତ୍ର,ଡାକ୍ତର ଧନେଶ୍ୱର ମହାପାତ୍ର,ଡିଏମଆରସିଏଚ ବନ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଲସ ପୋଲିଓ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଫେବୃୟାରୀ ମାସ ୨ତାରିଖ ପର୍ଯ୍ୟନ୍ତ ଚାଲୁରହିବ,ବିଶେଷ କରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ସ୍ୱତନ୍ତ୍ରଭାବେ ଫେବୃୟାରୀ ମାସ ୫ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପଲସ ପୋଲିଓ ଦିଆଯିବା ପାଇଁ ନିସ୍ପତି ନିଆଯାଇଛି ବୋଲି ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀ ନନ୍ଦ ସୁଚନାଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.