Home ଓଡ଼ିଶା ପ୍ରଫୁଲ ବ୍ୟୋମକେଶ ଫୁଟବଲ୍ ଫାଇନାଲ୍ ୨/୦ରେ ଜୟଦୁର୍ଗା କ୍ଲବ ଚମ୍ପିୟାନ

ପ୍ରଫୁଲ ବ୍ୟୋମକେଶ ଫୁଟବଲ୍ ଫାଇନାଲ୍ ୨/୦ରେ ଜୟଦୁର୍ଗା କ୍ଲବ ଚମ୍ପିୟାନ

21

ନୟାଗଡ/୩୧/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଗୋପାଳପୁର ଠାରେ ମହାବୀର ଆଥିଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପଡିଆ ରେ ପ୍ରଫୁଲ ବ୍ୟୋମକେଶ ମେମୋରିୟାଲ୍ ଫୁଟବଲ୍ ମ୍ୟାଚ୍ ଜାନୁୟାରୀ ୩୧ ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଫାଇନାଲ୍ ଫଟବଲ୍ ମ୍ୟାଚ୍ ଜୟଦୁର୍ଗା କ୍ଲବ ଖୋର୍ଦ୍ଧା ଓ ୭୨କ୍ଲବ ଠଣାପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ୍ ଫୁଟବଲ୍ ମ୍ୟାଚ୍ ରେ ୨/୦ ଗୋଲ୍ ରେ ଜୟଦୁର୍ଗା କ୍ଲବ ବୀଜୟ ଲାଭ କରି ଚମ୍ପିୟାନ ଟ୍ରଫି ହାସଲ୍ କରିଥିଲା । ୭୨କ୍ଲବ ଠଣାପଲ୍ଲୀ କୁ ରନରର୍ସ ଅଫ୍ ଟ୍ରଫି ପ୍ରଦାନ କରାଯାଇଥିଲା ।

ଏହି ଫୁଟବଲ ମ୍ୟାଚ୍ ରେ ଯଦୁମଣି ସ୍ପୋର୍ଟସ ଆସୋସିଏସନ୍ ଇଟାମାଟି , ଆର୍ କେ ଏକାଡେମି ରାଜସୁନାଖଳା , ସରଧାପୁର ସ୍ପୋଟର୍ସ କ୍ଲବ ସରଧାପୁର , ରଣପୁର ଫୁଟବଲ କ୍ଲବ ରଣପୁର , ମଣିଙ୍ଗ୍ ସ୍ପୋଟର୍ସ କ୍ଲବ ଖୋର୍ଦ୍ଧା , ମହାବୀର ଆଥେଲେଟିକ୍ ଆସୋସିଏସନ୍ ଗୋପାଳପୁର , ଜୟଦୁର୍ଗା କ୍ଲବ ଖୋର୍ଦ୍ଧା ,୭୨ କ୍ଲବ ଠଣାପଲ୍ଲୀ  ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ୍ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀ , ଭାରତୀୟ ଜନତା ପାର୍ଟିର ପୂର୍ବତନ ମନ୍ତ୍ରୀ ସୁରମା ପାଢୀ , ଦଶପଲ୍ଲ୍‌ା  ପୂର୍ବତନ ବିଧାୟକ ପୁର୍ଣ୍ଣ ଚନ୍ଦ୍ର ନାୟକ , ନୟାଗଡର ନାରୀ ନେତ୍ରୀ ଇରାନି ରାୟ , ଶିକ୍ଷକ ଅଜୟ କୁମାର ଭଞ୍ଜ ଓ ରଣପୁର ବ୍ଲକ ଉପାଧକ୍ଷ ପ୍ରଶାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଖେଳ ପରିଚାଳନା କରୁଥିଲେ ସୁଦିପ୍ ଦାସ  , ଲାଇନ୍ ରେ ସହଯୋଗ କରୁଥିଲେ  ପ୍ରଶନ୍ନ ନାୟକ ଓ ବିରେନ୍ଦ୍ର ଭଞ୍ଜ  ଚତୁର୍ଥ ସହଯୋଗି  ଭାବେ ସାରଙ୍ଗଧର ଭଞ୍ଜ ସହଯୋଗ କରିଥିଲେ । ଏହି ଫାଇନାଲ୍ ଫୁଟବଲ ମ୍ୟାଚ୍ କୁ ପ୍ରାୟ ୪ ହଜାର ଦର୍ଶକ ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.