ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ଆଚଂଳିକ ମହାବିଦ୍ୟାଳୟର ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦେଶ ମାତୃକାର ସେବାରେ ନିୟୋଜିତ ବୀର ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ଫର ସୋଲଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଶର ସୀମାରେ ଦିନରାତି ଜଗିରହି ଆମକୁ ସୁରକ୍ଷା ଦେଉଥିବା ବୀର ଯବାନମାନଙ୍କ ଅତୁଳନୀୟ ତ୍ୟାଗ ଓ ସର୍ମପଣ ପ୍ରତି କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ମାନେ ରାକ୍ଷୀ ପ୍ରେରଣ କରିଛନ୍ତି । ମହାବିଦ୍ୟାଳୟ ଏଭିବିପି ସମ୍ପାଦିକା ଶୁଭସ୍ମିତା ମହାକୁଡଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଶୁଭସ୍ମିତା ପଢିଆରୀ, ସରିତା ବେହେରା, ଅଭିଲିପ୍ସା ସାହୁ, ପ୍ରଣତି ସାହୁ, ଜୟଶ୍ରୀ ନାୟକ ଓ ମାମୁନି ସାହୁ ପ୍ରମୁଖ ସାମିଲ୍ ଥିଲେ । ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଯବାନମାନଙ୍କ ଦୀର୍ଘାୟୁ, ସୁରକ୍ଷା ଓ ମଙ୍ଗଳ କାମନା କରି ସ୍ନେହର ଶ୍ରଦ୍ଧାସୁତ୍ର ପୂର୍ବକ ଏହି ରାକ୍ଷୀ ପ୍ରେରଣ କରିଛନ୍ତି । କଲେଜ ଛାତ୍ରୀଙ୍କର ଏହି ଭାବପୂର୍ଣ୍ଣ ଓ ଦେଶପ୍ରେମ ପ୍ରୟାସକୁ ସ୍ଥାନୀୟ ଅଚଂଳରେ ପ୍ରଶଂସା କରାଯାଇଛି।








