Home ଜିଲ୍ଲା ପରିକ୍ରମା ମୌଳିକ ସୁବିଧାରୁ ବଚିଂତ ୮୫ ବର୍ଷର ଆଦିବାସୀ ବୃଦ୍ଧା ଫୁଲମତୀ

ମୌଳିକ ସୁବିଧାରୁ ବଚିଂତ ୮୫ ବର୍ଷର ଆଦିବାସୀ ବୃଦ୍ଧା ଫୁଲମତୀ

123

ମାଲକାନଗିରି,୨୦ା ୧୦ (ଓଡିଆ ପୁଅ): ଗରିବ ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଜଣେ ଆଦିବାସୀ ବୃଦ୍ଧା ମୌଳିକ ସୁବିଧାରୁ ବଚିଂତ ହୋଇ ପରିଣତ ବୟସରେ ପର ଘରେ ମୂଲ ମଜୂରୀ ଲାଗିବାକୁ ପଡୁଛି।ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କତାପାଲି ପଚାଂୟତ ମୁଚକିରାଶି ଗ୍ରାମର ଫୁଲମତୀ ପୂଜାରୀ ଜଣେ ଗରିବ ଆଦିବାସୀ ବୃଦ୍ଧା।ତାଙ୍କ ସ୍ୱାମୀ ହରି ପୂଜାରୀ ଗତ କିଛି ବର୍ଷ ତଳେ ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ ବି ତାଙ୍କୁ ବିଧବା ଭତା କି ବାର୍ଦ୍ଦକ୍ୟ ଭତା ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ।କେଉଁ କାଳରୁ ପୁରଣା କୁଡିଆ ଘରଟି ଭାଙ୍ଗି ଭୁଷୁଡି ଯାଇଥିଲେ ବି ଇନ୍ଦୀରା ଆବାସଟିଏ କି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ତାଙ୍କୁ ସାମିଲ କରାଯାଇ ନାହିଁ।ନିଜ ପେଟକୁ ଦାନା ଯୋଗାଡ କରିବା ପାଇଁ ତାଙ୍କୁ ପର ଘରେ ମୂଲ ମଜୂରୀ କରିବାକୁ ପଡିଥାଏ।କେତେବେଳେ କେମିତି ଜଙ୍ଗଲକୁ ଯାଇ କାଠ, ବାଉଁସ, ଫଳ ମୂଳ ସଂଗ୍ରହ କରି ବଜାରରେ ବିକ୍ରୀ କରି ନିଜର ଗୁଜୁରାଣ ମେଟାଂଇ ଥାନ୍ତି।ସେ ବାର୍ଦ୍ଦ୍ୟକ ଭତା ପାଇଁ ପଚାଂୟତ ଓ ବ୍ଲକକୁ ବାରମ୍ବାର ଯାଇ ଦରଖାସ୍ତ ଦେଇଥିଲେ ବି ତାଙ୍କ ପ୍ରତି କାହାର ଟିକିଏ ଦୟା ହେଉ ନାହିଁ।ତାଙ୍କ ଗାଁର ଜୁଆନ ପୁରୁଷ, ସ୍ତ୍ରୀ ଲୋକମାନେ ବାର୍ଦ୍ଦ୍ୟକ ଭତା ପାଉଛନ୍ତି।ହେଲେ ତାଙ୍କ ବୟସ ଆସି ୮୫ ବର୍ଷ ହେଲାଣି ତାଙ୍କୁ ସରକାରଙ୍କ ପକ୍ଷରୁ ଭତା ମିଳିଲା ନାହିଁ।ଏବେ ବଚିଂଥିଲା ବେଳେ ତାଙ୍କୁ ଭତା ମିଳୁ ନାହିଁ।ସେ ମଲାପରେ କ’ଣ ଭତା ପାଇବେ କି ବୋଲି ବୃଦ୍ଧା ଫୁଲମତୀ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.