Home ଜିଲ୍ଲା ପରିକ୍ରମା ମାଓପ୍ରବଣ ସ୍ୱାଭିମାନ ଅଚଂଳରେ ବିଏସଏନଏଲ ସେବା ଠପ୍‌, ଫୋନ୍ ଓ ଇଟଂରନେଟ ବନ୍ଦ, ଜନସାଧାରଣ ଅତିଷ୍ଠ

ମାଓପ୍ରବଣ ସ୍ୱାଭିମାନ ଅଚଂଳରେ ବିଏସଏନଏଲ ସେବା ଠପ୍‌, ଫୋନ୍ ଓ ଇଟଂରନେଟ ବନ୍ଦ, ଜନସାଧାରଣ ଅତିଷ୍ଠ

130

ମାଲକାନଗିରି,୨୦ା୧୦ (ଓଡିଆ ପୁଅ ) ଗତ କିଛିଦିନ ହେଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଟେଲିଫୋନ,ଇଟଂରନେଟ ସେବା ଲୁଚକାଳି ଖେଳୁଛି । କେତବେଳେ ଘଟାଂଏ ଆସି ଦିନତମାମ ପଳାଉଛିତ ଆଉ କେତେବେଳେ ଦୁଇତିନିଦିନ ଧରି ସେବା ବନ୍ଦରହୁଛି । ଗତ ଦୁଇଦିନ ହେଲା ମାଓପ୍ରବଣ ଚିତ୍ରକୋଣ୍ଡା ଅଚଂଳରେ ଟେଲିଫୋନ ସେବା ଠପ ହୋଇ ଯାଇଥିବାରୁ ସମସ୍ତ ସରକାରି ବେସରକାରି କାର୍ଯ୍ୟରେ ବାଧା ହେବାସହିତ ଯୋଗା ଯୋଗ ବିଛିନ୍ନ ହୋଇଯାଇଛି । ଆନ୍ଦ୍ର ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ସ୍ୱାଭିମାନ ଅଚଂଳରେ ଟେଲି ଫୋନ ,ଇଟଂରନେଟ୍ ସେବା ବାରମ୍ବାର ଅଚଳ ହୋଇ ପଡୁଥିବାରୁ ଚିତ୍ରକୋଣ୍ଡା ଅଚଂଳବାସି ଅତିଷ୍ଟ ହୋଇପଡିଲେଣି । ଚିତ୍ରକୋଣ୍ଡା ଅଚଂଳରେ ଟେଲି ଯୋଗା ଯୋଗର ଏକମାତ୍ର ମାଧ୍ୟମ ବିଏସଏନଏଲ ନେଟଓ୍ୟାର୍କ ଥିବାରୁ ଏହା ଅଚଳ ହୋଇଗଲେ ସୀମାନ୍ତ ଆନ୍ଦ୍ରପ୍ରଦେଶ ର ମୋବାଇଲ ନେଟଓ୍ୟାର୍କ ଉପରେ ଅଚଂଳ ବାସୀଙ୍କୁ ନିର୍ଭର କରିବାକୁ ପିଡିଥାଏ । ଦୀର୍ଘ ୫ରୁ ୧୦ କିଲୋମିଟର ରାସ୍ତା ଯାଇ କିମ୍ବା ପାହଡ ଗଛଉପରେ ଚଢି ଆନ୍ଦ୍ର ନେଟ ଓ୍ୟାର୍କ ରେ ଗ୍ରାମବାସୀ ମାନେ କଥାହୋଇଥାନ୍ତି । ଚିତ୍ରକୋଣ୍ଡା ଅଚଂଳରେ ଅଧିକ ନେଟଓ୍ୟାର୍କ ଓ ମୋବାଇଲ ଫୋନଟାଓ୍ୟାର ପ୍ରତିଷ୍ଟା କରିବା ପାଇଁ ଗତ କିଛି ମାସତଳେ ଚିତ୍ରକୋଣ୍ଡା ଅଚଂଳବାସୀ ଆନ୍ଦୋଳନ କରିଥିଲେ । ତୁରନ୍ତ ସେ ଅଚଂଳରେ ଅନ୍ୟ ମୋବାଇଳ ଫୋନ ନେଟଓ୍ୟାର୍କ ଓ ଟାଓ୍ୟାର ପ୍ରତିଷ୍ଟା କରାଯିବ ବୋଲି ପ୍ରାଶାସନିକ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯକାରି ହୋଇପାରି ନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଚିତ୍ରକୋଣ୍ଡା ଅଚଂଳରେ ଏକ ମାତ୍ର ଯୋଗା ଯୋଗ ର ମାଧ୍ୟମ ଟେଲିଫୋନ ହୋଇଥିବାରୁ ସେଠାରେ ଚାକିରି କରିଥିବା ବିଏସଏଫ ଯବାନ ଓ ଅନ୍ୟାନ ସରକାରି କର୍ମାଚାରୀ ମାନେ ସେମାନଙ୍କ ପରିବାର ସହିତ ଯୋଗା ଯୋଗ କରିନପାରି କୁପମଣ୍ଡୁକ ପରି ପଡିରହିଛନ୍ତି । ବାରମ୍ବାର ମୋବାଇଲ ଫୋନ ନେଟଓ୍ୟାର୍କ ଓ ଟେଲିଫୋନ ଏକ୍ସଚେଜଂରେ ଯାନ୍ତ୍ରୀକ ତୃଟି ଯୋଗୁ ଏସଟିଡି ଓ ଇଟଂରନେଟ୍ ସେବା ବନ୍ଦ ହୋଇ ଯାଉଛି । ବିଏସଏନଏଲ ମୋବାଇଲ ଫୋନ ଓ ଇଟଂର ନେଟ ଚାଲୁନଥିବାରୁ ବ୍ୟାଙ୍କ,ପୋଷ୍ଟଅଫିସ,ସରକାରି ଓ ବେସରକାରି କାର୍ଯ୍ୟାଳୟ.ସମ୍ବାଦ ସରବାରହା ସଂସ୍ଥାଗୁଡିକରେ କାମହୋଇପାରୁ ନଥିବାରୁ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗୋଟିଏ ପଟେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ମାଓପ୍ରବଣ ହୋଇଥିବାରୁ ଅନ୍ୟପଟେ ଫୋନସେବା ଅଚଳ ହେବା ଘଟଣାରେ ଜନସାଧାରଣ ଅତିଷ୍ଟ ହୋଇପଡିଛନ୍ତି । ମାଓବାଦୀ କେଉଁଠି ଅଘଟଣ କଲେ ତାର ସୁରାକ ପୁଲିସ କି ଜନସାଧରଣ ପାଇପାରିବେ ନାହିଁ, ତେଣୁ ସ୍ୱାଭିମାନ ଅଚଂଳରେ ସ୍ୱତନ୍ତ୍ର ଭାବେ ଟେଲି ଯୋଗା ଯୋଗ ପ୍ରତି ଧ୍ୟାନ ଦେବାପାଇଁ ଜନସାଧାରଣ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.