Home ଓଡ଼ିଶା ମୋ ସ୍କୁଲ ୫-ଟି ରେ ୬ଟି ସ୍ମାର୍ଟ ହାଇସ୍କୁଲ କୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ...

ମୋ ସ୍କୁଲ ୫-ଟି ରେ ୬ଟି ସ୍ମାର୍ଟ ହାଇସ୍କୁଲ କୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କଲେ

35

ମାଲକାନଗିରି,୧୮ା୧୧ (ଓଡିଆ ପୁଅ , ମାଲକାନଗିରି ଜିଲ୍ଲାର ମୋ ସ୍କୁଲ ଅଭିଯାନରେ ୫ଟି ହାଇସ୍କୁଲ ରୂପାନ୍ତରଣ ରେ ୬ଟି ସ୍ମାର୍ଟ ହାଇସ୍କୁଲକୁ ଆଜି ସନ୍ଦ୍ୟାରେ ଭୁର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭୁବନେଶ୍ୱର ଠାରେ ଲୋକାର୍ପଣ କରିଛନ୍ତି । ଆଜି ସନ୍ଦ୍ୟାରେ ସରକାରି ଉଚ୍ଚବାଳିକା ବିଦ୍ୟାଳୟ ପରିସରେ ଜିଲ୍ଲାପାଳ ବୀଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା ଓ ବିଦ୍ୟାଳୟରେ ଅଧ୍ୟୟନ ରତ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ଯୋଗଦେଇ ୫-ଟି ଅଧିନରେ ମୋ ସ୍କୁଲ ଅଭିଯାନରେ ସ୍ମାର୍ଟ ସ୍କୁଲ ଭାବେ ରୂପାନ୍ତରଣ କରାଯାଇଥିବାରୁ ଏହା ଛାତ୍ରୀ , ଛାତ୍ର ମାନଙ୍କ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଭୂମିକା ନିର୍ବାହ କରି ପାରିବ ବୋଲି କହିଥିଲେ । ଏହି ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସିଧାସଳଖ ଭାବେ ଭର୍ଚୁଆଲ ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀ ଙ୍କ ସହିତ କଥା ହୋଇ ସେ ପାଠପଢି କଣ ହେବାକୁ ଚାହୁଁଚନ୍ତି ବୋଲି ପଚାରିଥିଲେ । ଛାତ୍ରୀ ଜଣଙ୍କ ଆଇଏଏସ ପ୍ରଶାସନିକ ଅଧିକାରୀ ହୋଇ ଗରିବ ଲୋକଙ୍କ ସେବା କରିବା ପାଇଁ ଇଚ୍ଛା ରଖଛନ୍ତି ବୋଲି ଉତର ଦେଇଥିଲେ ।୫ଟି ଯୋଜନାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୬ଟି ହାଇସ୍କୁଲକୁ ସାମିଲ କରାଯାଇଛି । ଜିଲ୍ଲା ସଦର ମହକୁମା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ,କାଲିମେଳା ସରକାରି ବାଳକ ଉଚବିଦ୍ୟାଳୟ,ପଡିଆ ହାଇସ୍କୁଲ,ମାଥିଲି ହାଇସ୍ଲୁଲ,ଖଇରପୁଟ ହାଇସ୍କୁଲ,ଚିତ୍ରକୋଣ୍ଡା ହାଇସ୍କୁଲ ଗୁଡିକୁ ସ୍ମାର୍ଟ ସ୍କୁଲ ଭାବେ ଘୋଷଣା କରାଯାଇଛି ।୬ଟି ହାଇସ୍କୁଲ ଗୁଡିକରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍ମାର୍ଟ କ୍ଲାସ ରୁମ କରାଯାଇ ସେଥିରେ ଅତ୍ୟାଧୁନିକ ଇଟଂରନେଟ,ସ୍ମାଟ ଡିଜିଟାଲ ମନିଟର,ବିଜ୍ଞାନ ଲାବୋର୍ଟରୀ,ଅତ୍ୟାଧୁନିକ ପାଠଗାର,ଫଳ,ଫୁଲ ବଗୀଚା, ସହିତ ବିଭିନ୍ନ ପାଠ୍ୟ ଉପକରଣ ରଖାଯାଇ ୯ମ ଓ୧୦ମ ଶ୍ରେଣୀରେ ଅଧ୍ୟୟନକରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦନ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ଉଦଘାଟନି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ଅକ୍ଷୟକୁରାମ ଖେମୁଣ୍ଡୁ,ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା,ଡିଆରଡିଏ ଏପିଡି ମାନସ ମିଶ୍ର,ଓଡିଶା ଜୀବୀକା ମିଶିନ ପରିଚାଳକ ପବିତ୍ରମୋହନ ବାରା,ଜିଲ୍ଲା ସୁଚନା ଲୋକ ସଂପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ, ମାଲକାନଗିରି ବିଡିଓ,ଶିକ୍ଷାବିଭାଗ ଅଧିକାରୀ. ଶତାଧିକ ଛାତ୍ର ଛାତ୍ରୀ, ଅଭିଭାକ ମାନେ ଉପସ୍ଥିତ ଥିଲେ , ବିଦ୍ୟାଳୟର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଜିଲ୍ଲାରେ ପ୍ରଥମ ଥରକରି ୫ଟି ହାଇସ୍କୁଲ ରୂପାନ୍ତରଣ ହେଉଥିବାରୁ ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଶତାଧିକ ଦର୍ଶକ କୋଭିଡ ନିୟମ ପାଳନକରି ଉପସ୍ଥିତ ଥିଲେ,ମାଲକାନଗିରି ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଆରକ୍ଷୀ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷାକରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.