Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

35

କେନ୍ଦ୍ରାପଡ଼ା ୧୮ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଏକ ୧୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଧିକାରୀଙ୍କ ମନମୁଖି ଏବଂ ବେଆଇନ କାର୍ଯ୍ୟକଳାପ ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ନିର୍ମାଣ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇ ନିଷ୍ପେସିତ ହେଉଛନ୍ତି। ଏଭଳି କାର୍ଯ୍ୟକୁ ବନ୍ଦ କରାଯିବା ସହ ମହିଳା ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ କରାଯିବା, ବିନା କାରଣରେ ବନ୍ଦ ରଖାଯାଇଥିବା ପଞ୍ଜିକରଣ ଆବେଦନପତ୍ରକୁ ଗ୍ରହଣ କରାଯାଇ ତୁରନ୍ତ ପରିଚୟପତ୍ର ପ୍ରଦାନ କରାଯିବା, ୧୫ଶହ ଟଙ୍କା କୋଭିଡ ସହାୟତା ପାଇନଥିବା ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରାଯିବା, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ସହାୟତା ପାଇଁ ପଡିରହିଥିବା ଆବେଦନପତ୍ର ଗୁଡିକୁ ତୁରନ୍ତ ମଞ୍ଜୁର କରାଯାଇ ସହାୟତା ପ୍ରଦାନ କରାଯିବା, ନିରପେକ୍ଷ ଭାବରେ ସମସ୍ତ ଆବେଦନକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ୬୦ଦିନ ମଧ୍ୟରେ ପ୍ରଦାନ କରାଯିବା, ୪ବର୍ଷ ଧରି ପଡି ରହିଥିବା ମଞ୍ଜୁରୀପ୍ରାପ୍ତ ଅନୁଦାନ ତୁରନ୍ତ ପ୍ରଦାନ କରାଯିବା, ସାଇକେଲ ଓ ଯନ୍ତ୍ରପାତି ନିମନ୍ତେ ୩ବର୍ଷ ଧରି ପଡି ରହିଥିବା ଆବେଦନପତ୍ରକୁ ତୁରନ୍ତ ମଞ୍ଜୁର କରାଯିବା, ମୃତ୍ୟୁକାଳୀନ ସହାୟତା ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ଝିଅ ବିବାହ ସହାୟତା ଏକଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ପ୍ରତ୍ୟେକ ସରକାରୀ ପ୍ରକଳ୍ପର ଉଦଘାଟନ ଫଳକରେ ମୁଖ୍ୟ ନିର୍ମାଣ ଶ୍ରମିକର ନାମ ଲେଖାଯିବା, ନିର୍ମାଣ ଶ୍ରମିକଙ୍କୁ ବାସଗୃହ ଯୋଜନା ଏବଂ ସ୍ୱାସ୍ଥ୍ୟସେବା ଯୋଜନାରେ ସହାୟତା ପ୍ରଦାନ, ଲକଡାଉନ ସମୟରେ ପ୍ରଦାନ କରାଯାଇଥିବା ୨ହଜାରରୁ ଉର୍ଦ୍ଧ୍ୱ ଅଣସଂଗଠିତ ଶ୍ରମିକ ପରିଚୟପତ୍ର ପ୍ରଦାନର ନିରପେକ୍ଷ ତଦନ୍ତ କରାଯିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକ ସଂଗଠନ, ଶ୍ରମିକମାନଙ୍କୁ ଆଶ୍ରୟ, ମହିଳା ଶ୍ରମିକମାନଙ୍କ ପାଇଁ ଶୈାଚାଳୟ ବ୍ୟବସ୍ଥା ଏବଂ ପାନୀୟ ଜଳ ବ୍ୟବସ୍ଥା କରାଯିବା ପ୍ରଭୃତି ଦାବି ରହିଛି। ଏସବୁ ଦାବି ଗୁଡିକ ପୁରଣ ନହେଲେ ଆସନ୍ତା ୨୪ତାରିଖରେ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ପ୍ରଶାସନକୁ ଚେତାବନୀ ଦେଇଛି ସଙ୍ଘ। କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.