Home ଓଡ଼ିଶା ଚଳିତ ଡିସେମ୍ବର ୧ ରୁ ଗାଁସାଥୀଙ୍କ ଆମରଣ ଅନଶନ ୬ରେ ବିଶାଳ ରାଲି ଓ ସମାବେଶ...

ଚଳିତ ଡିସେମ୍ବର ୧ ରୁ ଗାଁସାଥୀଙ୍କ ଆମରଣ ଅନଶନ ୬ରେ ବିଶାଳ ରାଲି ଓ ସମାବେଶ ୧ଟଙ୍କାରେ ପରିବା ବିକ୍ରି କରି ଅଭିନବ ଧାରାରେ ନବୀନ ନିବାସ ଯିବାକୁ ଚେଷ୍ଟାକଲେ ବରଗଡ଼ ଜିଲ୍ଲାର ଗାଁସାଥୀ (ମେଟ୍‌)

48

ଭୁବନେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ) : ମୁଣ୍ଡରେ ପରିବା ଝୁଡ଼ି ଧରି ବରଗଡ଼ ଜିଲ୍ଲାର ଗାଁସାଥୀ (ମେଟ୍‌) ମାନେ ଏକ ଅଭିନବ ଧାରାରେ ସ୍ୱତନ୍ତ୍ର ରାଲି କରି ଲୋୟର ପିଏମ୍‌ଜି ଧାରଣାସ୍ଥଳରୁ ନବୀନ ନିବାସ ଯାଏ ଯାଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରିବା ଲାଗି ଉଦ୍ୟମ କରିଥିଲେ। ବାଟରେ ସେମାନଙ୍କୁପୋଲିସ୍ ଅଟକାଇ ଥିଲେ। ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ୫ ଶହରୁ ଅଧିକ ବରଗଡ଼ ଜିଲ୍ଲା ତଥା ବିଜେପୁର ନିର୍ବାଚନମଣ୍ଡଳୀର ଗାଁସାଥୀ (ମେଟ୍‌) ସଂଗଠକମାନେ ପରିବା କିଲୋ ୧ ଟଙ୍କା ନାରା ଦେଇ ରାଲି କରିଥିଲେ। ରାଜ୍ୟରେ ଟଙ୍କିକିଆ ଚାଉଳ ପ୍ରଦାନ ବ୍ୟବସ୍ଥା ପାଇଁ ସମଗ୍ର ଜନସମାଜ ଏଠାରେ ଅଳସୁଆ ସାଜୁଥିବା ବେଳେ ପ୍ରତିକାତ୍ମକ ଭାବେ ପନିପରିବାର ଅହେତୁକ ଦରବୃଦ୍ଧିକୁ ଆଖିରେ ରଖି ଗାଁସାଥୀ (ମେଟ୍‌) ମାନେ ସେମାନଙ୍କ ନିଜ ବାଡ଼ି ବଗିଚାରୁ ଆଣିଥିବା ପନିପରିବାକୁ କିଲୋ ପିଛା ୧ ଟଙ୍କାରେ ବିକ୍ରିର ପ୍ରତିକିତ୍ମକ କାର୍ଯ୍ୟକ୍ରମ ଆଳରେ ନିଜର ଦାବି ଉପସ୍ଥାପନ କରିଥିଲେ। ବାରମ୍ବାର ନିବେଦନ ସତ୍ତ୍ୱେ ସଂଘର ଦାବିକୁ ମନ୍ତ୍ରୀ ପଞ୍ଚାୟତିରାଜ ତାଙ୍କର ସେପ୍ଟେମ୍ବର ୭, ୨୦୨୧ ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ ନ କରିବାରୁ ଆଜି, ୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଯିବାର ଉଦ୍ୟମ କରିଥିଲେ ବୋଲି ସଂଘ ତରଫରୁ ପ୍ରକାଶ। କାରଣ, ବରଗଡ଼ର ବିଜେପୁର ହେଉଛି ମୁଖ୍ୟମନ୍ତ୍ରୀଙ୍କର ଦ୍ୱିତୀୟ ଘର ବୋଲି ମାନନୀୟ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଣୁ ସେମାନେ ତାଙ୍କର ନେତାଙ୍କୁ ଭେଟି ସମସ୍ତ ଗାଁସାଥୀଙ୍କ ଦାବି ଜଣାଇବା ଲାଗି ଆଜି ଉଦ୍ୟମ କରିଥିଲେ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି। ମାସିକ ପ୍ରୋତ୍ସାହନ ୮୦୦୦ ରୁ ଊର୍ଦ୍ଧ୍ୱ, କୋଭିଡ୍ ସହାୟତା, ବେରୋଜଗାରୀ ଭତ୍ତା ସମେତ ୫ ଦଫା ଦାବି ପୂରଣ ନ ହେଲେ ଚଳିତବର୍ଷ ୧ ଡିସେମ୍ବରରୁ ଶହ ଶହ ସଂଖ୍ୟାର ଆମରଣ ଅନଶନ ଓ ୬ ଡିସେମ୍ବରରେ ଗାଁସାଥୀ (ମେଟ୍‌) ଓ ଜବକାର୍ଡଧାରୀ ଲିଡର ଏବଂ ଗାଁସାଥୀ ପରିବାର ମିଶି ଏକ ଲକ୍ଷ ସଂଖ୍ୟାର ବିଶାଳ ରାଲି ସମାବେଶ ବିଧାନସଭା ଆଗରେ ଦାବି ହାସଲ ଯାଏ ଜାରି ରଖିବା ଲାଗି ସଂଘ ନିଷ୍ପତ୍ତି ନେଇଛି ବୋଲି ସଂଘ ଜଣାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଗାଁସାଥୀ (ମେଟ୍‌) ସପରିବାରେ ଓ ଜବକାର୍ଡଧାରୀଙ୍କୁ ଧରି ଉପସ୍ଥିତ ରହିବା ପାଇଁ ଗାଁସାଥୀ ସଂଗଠକ ଲକ୍ଷ୍ମୀଧର ବିଶ୍ୱାଳ, ସୌଭାଗ୍ୟ ମିଶ୍ର, ଶୋଭାକର ସାହୁ, ମୁରଲୀ ବଗର୍ତ୍ତୀ, ସୁରେନ୍ଦ୍ର ସାହୁ, କୁଳମଣି ମେଣ୍ଟା, ରବିନ୍ଦ୍ର ଗୌଡ଼, ଚରଣ ନାହକ, ସସ୍ମିତା ଜେନା ଓ ଅନ୍ୟ ଶତାଧିକ ତ୍ୟାଗୀ ଗୁଣି କର୍ମକର୍ତ୍ତା ଗଣମାଧ୍ୟମକୁ ଜଣଇଛନ୍ତି ଲକ୍ଷ୍ମୀଧର ବିଶ୍ୱାଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.