Home ଜିଲ୍ଲା ପରିକ୍ରମା ମୋ ସ୍କୁଲ ଅଭିଯାନରେ ମାଲକାନଗିରି ଜିଲ୍ଲା ରାଜ୍ୟସ୍ତରେ ଦ୍ୱିତୀୟ ସ୍ଥାନ

ମୋ ସ୍କୁଲ ଅଭିଯାନରେ ମାଲକାନଗିରି ଜିଲ୍ଲା ରାଜ୍ୟସ୍ତରେ ଦ୍ୱିତୀୟ ସ୍ଥାନ

133

ମାଲକାନଗିରି,୨୨ା୧୧ (ଓଡିଆ ପୁଅ )ରାଜ୍ୟଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଦ୍ୱିତୀୟ ସ୍ଥାନ ହାସଲକରିଛି ।ମାଲକାନଗିରି ଜିଲ୍ଲାର ୧୧୭୧ ଟି ବିଦ୍ୟାଳୟ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟର ଛାତ୍ର ଛାତ୍ରୀ,ପୁର୍ବତନ ଛାତ୍ର ଛାତ୍ରୀ,ଅବିଭାକ,ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ୩୮ଲକ୍ଷ ୬୩ହଜାର୯୯ଟଙ୍କା ଆଦାୟ ହୋଇଥିବା ବେଳେ ରାଜ୍ୟଶିକ୍ଷା ବିଭାଗ ର ମୋ ସ୍କୁଲ ଅନୁଦାନ ୭୭ଲକ୍ଷ ୨୬ହଜାର୧୯୮ଟଙ୍କା ଜିଲ୍ଲାକୁ ମିଳିଛି । ଜିଲ୍ଲାରେ ୮୪ଶତପ୍ରତିଶତ ସଫଳ ହୋଇ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହି ସବୁ ଅର୍ଥ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଉନ୍ନତି କାର୍ଯ୍ୟରେ ଲାଗାଯିବ । ବିଶେଷ କରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଆଦିବାସୀ ଅଧ୍ୟୁଷିତ ପୁଲାପାଲି କଲୋନି ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବେଚଂ ଡେସ୍କ କିମ୍ବା ଚଟେଇ ଟିଏ ନଥିବାରୁ ସେମାନେ ତଳେ ବସି ପାଠପଢୁଥିଲେ । ମୋ ସ୍କୁଲ ଅଭିଯାନରେ ସେ ବିଦ୍ୟାଳୟ ସାମିଲ ହେଲାପରେ ବିଦ୍ୟାଳୟରୁ ଯେତିକି ଅନୁଦାନ ରାଶି ସଂଗ୍ରହ ହେବ ତାର ଦୁଇଗୁଣା ଟଙ୍କା ଶିକ୍ଷାବିଭାଗ ଦେବ ବୋଲି ଜାଣିବା ପରେ ଆଦିବାସୀ ଛାତ୍ର ଛାତ୍ରୀ ମାନେ ନିଜ ଜଳଖିଆ ଖର୍ଚରୁ କାଟି ବିଦ୍ୟାଳୟରେ  ଦରି କ୍ରୟପାଇଁ ଦୁଇଶହଟଙ୍କା ମୋ ସ୍କୁଲ ଅଭିଯାନ କୁ ଦାନକରିଥିଲେ । ଶିକ୍ଷାବିଭାଗ ପକ୍ଷରୁ ୪ଶହ ଟଙ୍କା ଏହି ବିଦ୍ୟାଳୟକୁ ମିଳିବା ପରେ ମୋଟ ୬ଶହ ଟଙ୍କାରେ ଦରି କ୍ରୟ କରି ସେଥିରେ ବସି ପିଲାମାନେ ଖୁସିରେ ପାଠପଢିପାରୁଛନ୍ତି, ମୋ ସ୍କୁଲ ଅଭିଯାନ ରାଜ୍ୟସ୍ତରରେ ଗଜାଂମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି ବୋଲି ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.