Home ଗଳ୍ପ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ୨ୟ ପର୍ଯ୍ୟାୟ ଗଦ୍ୟ ସାହିତ୍ୟ ପ୍ରତିଯୋଗିତାରେ ପ୍ରଥମ...

ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ୨ୟ ପର୍ଯ୍ୟାୟ ଗଦ୍ୟ ସାହିତ୍ୟ ପ୍ରତିଯୋଗିତାରେ ପ୍ରଥମ ହେଲେ ସୁସ୍ମିତା ମହାପାତ୍ର

242

ବାଲେଶ୍ଵର, ୧୮/୫ (ଓଡ଼ିଆ ପୁଅ) – ବର୍ତ୍ତମାନ ସମାଜରେ ଦିନକୁ ଦିନ ହଜି ହଜି ଯାଉଥିବା ସାହିତ୍ୟର ଉନ୍ନତି ନିତ୍ଯାନ୍ତ ଆବଶ୍ୟକତା ଦେଖାଦେଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସାହିତ୍ୟ ଅନୁଷ୍ଠାନମାନ ଗଢିଉଠୁଛି। ହେଲେ ଦୁଃଖର ବିଷୟ ଏହିକି ଯେ ସେହିସବୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପଦ୍ୟ ସାହିତ୍ୟକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଥିବାର ପରିଲକ୍ଷିତ ହୁଏ। ଯାହାଦ୍ୱାରା ସାରସ୍ବତ ସାଧକ/ସାଧିକା ମାନଙ୍କର ଗଦ୍ୟ ସାହିତ୍ୟ ପ୍ରତି ଥିବା ଆଗ୍ରହ କମି କମି ଯାଇଥାଏ। ତେଣୁ ସେମାନଙ୍କ ମନ ମଧ୍ୟରେ ଗଦ୍ୟ(ଗଳ୍ପ/ପ୍ରବନ୍ଧ) ସାହିତ୍ୟକୁ ଜାଗ୍ରତ କରିବା ପାଇଁ ୨୦୧୯ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଠାରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ, ଖଇରା, ବାଲେଶ୍ଵର ଅଣ୍ଟା ଭିଡିଛି। ଅନୁଷ୍ଠାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ସାହିତ୍ୟ ଅନୁରାଗୀ ମାନଙ୍କୁ ନେଇ ଆରମ୍ଭ କରିଛି ଗଦ୍ୟ(ଗଳ୍ପ/ପ୍ରବନ୍ଧ) ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ। ପ୍ରତି ସପ୍ତାହର ବୁଧବାର ସକାଳ ୮ ଘଟିକାରେ ପ୍ରସଙ୍ଗ ଦିଆଯାଇ ଶୁକ୍ରବାର ରାତି ୧୨ଟା ପର୍ଯ୍ୟନ୍ତ ଲେଖା ଗ୍ରହଣ କରାଯାଇଥାଏ। ଜଣେ ସୁ-ସାହିତ୍ୟିକ ଯେ କି ସାହିତ୍ୟ ଜଗତର ଉଦୀୟମାନ ତାରା ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷାରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ଯିଏକି ମୋ ଅନୁଷ୍ଠାନର ପଥପ୍ରଦର୍ଶକ ସାଜି ଅନୁଷ୍ଠାନକୁ ଆଗେଇ ନେବାକୁ ସହାୟତା କରୁଛନ୍ତି। ସେହି ମହାନ ବ୍ଯକ୍ତିଙ୍କୁ ପାଇ ଅନୁଷ୍ଠାନ ଗର୍ବିତ ଅନୁଭବ କରୁଛି। ତାଙ୍କରି ପରାମର୍ଶ କ୍ରମେ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

୨ୟ ପର୍ଯ୍ଯାୟ ପ୍ରବନ୍ଧ/ ଗଳ୍ପ ପ୍ରତିଯୋଗିତାର ପ୍ରସଙ୍ଗ- ” ଉତ୍କଳର ପ୍ରଥମ ଇଂରାଜୀ ପଢୁଆ ଏମ୍. ଏ. ଜଣେ ସଚ୍ଚା ଓଡିଆ ” ରେ (୧) ବୈଜୟନ୍ତୀ ସାହୁ, ପିପିଲି, ପୁରୀ, (୨) ଶ୍ରୀନିବାସ ଜେନା, ଜାଲଘାଇ, ଗଞ୍ଜାମ (୩) ଭାରତୀ ସାହୁ, ଯୁନିଦାପାଟଣା, ଦଶରଥପୁର, ଯାଜପୁର (୪) ମୈତ୍ରେୟୀ କମିଳା, ନଭି ମୁମ୍ବାଇ (୫) ଅଶୋକ କୁମାର ପତି, ଖଙ୍କିରା, ଢେଙ୍କାନାଳ (୬) ନିବେଦିତା ମହାପାତ୍ର, ମୁକୁନ୍ଦମିଶ୍ର ନଗର, ପୁରୀ (୭) ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର (୮) ଜୟନ୍ତ କୁମାର ଜେନା, ମାଟିଆଳପଦା, ଗଣ୍ଡିବେଡ, ବାଲେଶ୍ଵର (୯) ଛବିରାଣୀ ପତି, ମଧ୍ଯଶାସନ, ବିରିଡି, ଜଗତସିଂହପୁର (୧୦) ରୁକ୍ମଣୀ ସାହୁ, ଉଦଳା, ମୟୁରଭଞ୍ଜ (୧୧) ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଲକାନଗିରି (୧୨) ସ୍ବର୍ଣ୍ଣଲତା ପତି, ବସନ୍ତ ବିହାର, ଜ୍ଯୋତି ବିହାର, ସମ୍ବଲପୁର (୧୩) ବିନୋଦିନୀ ଦାଶ, କରୁଆଁ, ମୁଗପାଳ, ଯାଜପୁର (୧୪) ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ ଓ (୧୫) ଦିପ୍ତୀ ଦେବଦର୍ଶିନୀ ସୂତାର, ଓରାଳି, ହାଟଡିହି, କେନ୍ଦୁଝରର ସାରସ୍ବତ ସାଧକ/ସାଧିକାମାନେ ହ୍ଵାଟ୍ସଆପ୍ ଜରିଆରେ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କର ଗଦ୍ୟ ଗୁଡିକୁ ସମୀକ୍ଷା କରିବା ପାଇଁ ମୁଖ୍ୟ ସମୀକ୍ଷକ ଦାୟିତ୍ୱରେ ଥିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବେଳେଶ୍ବର ପଞ୍ଚାୟତ ଜମ୍ଭରା ଗ୍ରାମର ଶିକ୍ଷକ ତଥା ସୁ-ସାହିତ୍ଯିକ ନାରାୟଣ ଚନ୍ଦ୍ର ସେନାପତି। ତାଙ୍କର ସହଯୋଗୀ ପରୀକ୍ଷକମାନଙ୍କ ମୂଲ୍ୟାୟନ ପରେ ପରିଚାଳନା କମିଟିର ସମୀକ୍ଷା ଓ ସିଦ୍ଧାନ୍ତ କ୍ରମେ ଫଳାଫଳ ଘୋଷଣା କରାଗଲା। ଏଥିରେ ସୁନ୍ଦରଗଡ ଜିଲ୍ଲା ରାଉରକେଲାରୁ ସୁସ୍ମିତା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ୨ୟ ସ୍ବର୍ଣ୍ଣଲତା ପତି, ୩ୟ ରୁକ୍ମଣୀ ସାହୁ, ୪ର୍ଥ ଦିପ୍ତୀ ଦେବଦର୍ଶିନୀ ସୂତାର, ୫ମ ପ୍ରିୟମ୍ବଦା ରାଉତ, ୬ଷଷ୍ଠ ବୈଜୟନ୍ତୀ ସାହୁ, ୭ମ ବିନୋଦିନୀ ଦାଶ, ୮ମ ଛବିରାଣୀ ପତି, ୯ମ ବାସନ୍ତୀ ଲତା ଜେନା, ୧୦ମ ଜୟନ୍ତ କୁମାର ଜେନା, ଏକାଦଶ(୧୧) ନିବେଦିତା ମହାପାତ୍ର, ଦ୍ବାଦଶ (୧୨) ଭାରତୀ ସାହୁ, ତ୍ରୟୋଦଶ (୧୩) ଅଶୋକ କୁମାର ପତି, ଚତୁର୍ଦ୍ଦଶ (୧୪) ଶ୍ରୀନିବାସ ଜେନା ଓ ପଞ୍ଚଦଶ (୧୫) ସ୍ଥାନ ଅଧିକାର କରିଛନ୍ତି ମୈତ୍ରେୟୀ କମିଳା।

ପ୍ରତି ସପ୍ତାହରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପୁରସ୍କୃତ କରିବା ପାଇଁ ସିନ୍ଧାନ୍ତ ନେଇଛି। ଦୂରେଇ ଯାଉଥିବା ଗଦ୍ୟ(ଗଳ୍ପ/ପ୍ରବନ୍ଧ) ସାହିତ୍ୟକୁ ପ୍ରତିଯୋଗିତା ମାଧ୍ୟରେ ନିକଟତର କରିବା ହେଉଛି ଅନୁଷ୍ଠାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ଯେଉଁମାନେ କି ଲେଖାଲେଖି କରୁଛନ୍ତି କିନ୍ତୁ ସାହିତ୍ୟ ଜଗତର ଆଲୋକ ସ୍ପର୍ଶ କରି ପାରୁନାହାନ୍ତି, ସେମାନଙ୍କୁ ଏହି ପ୍ରତିଯୋଗିତା ମାଧ୍ୟରେ ଖୋଜି ବାହାର କରି ସାହିତ୍ୟ ଜଗତରେ ପରିଚିତ କରାଇବା ହେଉଛି ଅନୁଷ୍ଠାନର ଅନ୍ୟ ଏକ ପ୍ରଧାନ ଲକ୍ଷ୍ୟ। ପ୍ରତି ସପ୍ତାହରେ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।
/ନରେନ୍ଦ୍ର ପ୍ରସାଦ ବେହେରା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.