Home ଓଡ଼ିଶା କରୋନା ତାଲାବନ୍ଦ ସମୟରେ ପଞ୍ଚିମବଙ୍ଗରୁ ଆସି ମୟୁରଭଞ୍ଜରେ ଫସିଥିବା ଓଡିଆ ଯୁବକରର ଆକୁଳ ନିବେଦନ

କରୋନା ତାଲାବନ୍ଦ ସମୟରେ ପଞ୍ଚିମବଙ୍ଗରୁ ଆସି ମୟୁରଭଞ୍ଜରେ ଫସିଥିବା ଓଡିଆ ଯୁବକରର ଆକୁଳ ନିବେଦନ

352

ଭୁବନେଶ୍ୱର ୧୮ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ତାଲାବନ୍ଦ ସମୟରେ ବିନା ପଞ୍ଜିକରଣରେ ଘରକୁ ଫେରୁଥିବା ଓଡିଆ ଯୁବକ ମୟରୁଭଞ୍ଜ ଜିଲ୍ଲାରେ ଫସିଥିବା ସୂଚନା ମିଳିଛି। ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର କିଛି ଯୁବକଙ୍କ ଦ୍ୱାରା ଧାନକେରା କଣ୍ଟେନମେଣ୍ଟ ସେଣ୍ଟରରେ ଦୁଇ ଦିନ ହେଲା ରହିଆସୁଥିବା ଓଡିଆ ଯୁବକ ଆଜି କରେଣ୍ଟାଇନ ସେଣ୍ଟରରୁ ବିଦାହୋଇ ଯିବା ଭୟରେ ସରକାରଙ୍କୁ ନିଜ ଗ୍ରାମ ଯାଜପୁର ଜିଲ୍ଲାକୁ ଫେରିବାକୁ ନିବେଦନ କରିଛି।

ଘଟଣାରୁ ପ୍ରକାଶ ଝାଡଖଣ୍ଡ ବଡର୍ ପଶ୍ଚିମବଙ୍ଗ ବୀରଭୁମି ଜିଲ୍ଲା ବଲପୁର ଶାନ୍ତିନିକେତନ ମାଦ୍ରାସା ପଲ୍ଲୀରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ପାଣିକୋଇଲି ଥାନା ବଢେଇ ଜଳନ୍ଦା ଗ୍ରାମର କାହ୍ନୁ ଚରଣ ସେନାପତି କାର୍ଯ୍ୟକରିବାକୁ ଯାଇଥିଲା। ସେଠାରେ କାର୍ଯ୍ୟକରିବା ସମୟରେ କରୋନା ତାଲାବନ୍ଦ ପାଇଁ କାମଧନ୍ଦା ନପାଇ କାହ୍ନୁ ବସି ରହିଥିଲା। ଉକ୍ତ ଅଞ୍ଚଳରେ ଆମ ରାଜ୍ୟ ମୟୁରଭଞ୍ଜ ଜିଲ୍ଲାରୁ କାମ କରିବାକୁ ଯାଇଥିବା ଓ ତାଲାବନ୍ଦ ପାଇଁ କିଛି ଯୁବକ ବସିରହି ଗତ ଦୁଇ ଦିନ ପୂର୍ବେ ନିଜ ଘରକୁ ଫେରଥିଲେ। କାହ୍ନା ମଧ୍ୟ ତାଙ୍କ ସହ ସେମାନେ କରିଥିବା ଏକ ଭଡା ଗାଡିରେ ଯାଜପୁର ନିଜ ଘରକୁ ଫେରୁଥିଲା। ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଧାନକେରା ଗ୍ରାମପଞ୍ଚାୟତ ଖୁଦୁପୁଟିଳି ଗ୍ରାମର ଗଜେନ୍ଦ୍ର ବିନ୍ଧାଣୀ କାହ୍ନୁ ନିକଟରେ ପଇସା ନଥିବାରୁ ତାକୁ ସାହାଯ୍ୟର ହାତ ବଢାଇ ନିଜେ ୨ ଜଣ ସାଥିଙ୍କ ସହ ନିଜ ପଞ୍ଚାୟତରେ ହୋଇଥିବା ଧାନକେରା କଣ୍ଟେନମେଣ୍ଟ ସେଣ୍ଟରରେ ଉକ୍ତ ପିଲାକୁ ଆଣି ରଖିଥିଲା। ଧାନକେରା କଣ୍ଟେନମେଣ୍ଟ ସେଣ୍ଟର ନିମୟ ଅନୁଜାୟୀ ଯାଜପୁର ଜିଲ୍ଲାର ପିଲ୍ଲା ଉକ୍ତ ସେଣ୍ଟରରେ ରହିବାର ନିୟମ ନଥିବାରୁ ଆଜି କାହ୍ନୁ ପାଇଁ ସମସ୍ୟା ହୋଇଛି। କାହ୍ନୁ ଆସିଥିବା ପିଲାଙ୍କ ଆଉ ସାହାଯ୍ୟ ନକରି ପାରିବା ଓ ଯାଜପୁରକୁ ଫେରିବା ପାଇଁ ନିଜର କିଛି ସମ୍ବଳ ନଥିବାରୁ କାହ୍ନୁ ଘରକୁ ଫେରିବାକୁ ଆକୁଳ ନିବେଦନ କରି ଆମକୁ ଜଣାଇଛି। ଆମେ ଏସଂପର୍କରେ ରାଜ୍ୟ ଓ ଯାଜପୁର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଉକ୍ତ ପଞ୍ଚାୟତର କିଛି ସ୍ୱେତ୍ସାସେବୀ ଫସିଥିବା ପିଲାଟିକୁ ତାର ନିଜ ପଞ୍ଚାୟତ ଅମୃତିଆରେ ଥିବା କରେଣ୍ଟାଇନ୍ ସେଣ୍ଟରରେ ପହଞ୍ଚାଇବାର ବ୍ୟବ‌ସ୍ଥା କରିବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.