Home ଓଡ଼ିଶା ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ଓଡିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା – ଧୈର୍ଯ୍ୟ ଓ...

ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ଓଡିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା – ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

548

ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୧୮ (ଓଡ଼ିଆ ପୁଅ) – ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବା ପାଇଁ ଓଡିଶାବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଫେସବୁକରେ ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ଅମ୍ଫାନ ଦାନା ବାନ୍ଧିବା ଆରମ୍ଭ କରିଛି। ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ସମେତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ପ୍ରଭାବିତ କରିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି। ପ୍ରଧାନମନ୍ତ୍ରୀ ଖୋଦ୍ ବାତ୍ୟାର ସମୀକ୍ଷା ବୈଠକ କରିଛନ୍ତି। ଓଡିଶାରେ କରୋନା ମୁକାବିଲାରେ ସମସ୍ତେ ଲାଗିଛନ୍ତି। ଏହା ଉପରେ ଏହି ବାତ୍ୟାର ବୋଝ ସମସ୍ତଙ୍କ ଉପରେ ଲଦି ହୋଇଛି। ତେବେ ଏହାକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା ଦ୍ୱାରା ହିଁ ଏହାର ମୁକାବିଲା କରିହେବ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡିଶାର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡା ଓ ଉପକୂଳ ଓଡିଶାର ୮ଟି ଜିଲ୍ଲା ଯଥା ମୟୁରଭଞ୍ଜ, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ନୟାଗଡ ଜିଲ୍ଲା ପ୍ରଭାବିତ ହେବାର ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲାର ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଓଡିଶାବାସୀ ବିଶେଷ ଭାବରେ ସମୁଦ୍ର ଅଂଚଳରେ କଚ୍ଚା ଘରେ ରହୁଥିବା ଲୋକମାନେ ପକ୍କା ଘରକୁ ସ୍ଥାନାନ୍ତର ହେବାକୁ ସେ ପରାମର୍ଶ ଦେଇଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସାରା ମାନବଜାତି ପ୍ରତି ଅଛି। ଭାରତବର୍ଷର ଏହି ବିପଦ ଘଡିରେ ଓଡିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ଲୋକଙ୍କର କ୍ଷତି ନହେଉ। ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତେ ଏହି ବିପଦରୁ ରକ୍ଷା ପାଇପାରିବା ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.