Home ଓଡ଼ିଶା ମୋଦି ସରକାର ଜନବିରୋଧି ଏବଂ ଦେଶ ତଥା ସମ୍ବିଧାନ ବିରୋଧି : ଦିଗ୍ ବିଜୟ ସିଂହ

ମୋଦି ସରକାର ଜନବିରୋଧି ଏବଂ ଦେଶ ତଥା ସମ୍ବିଧାନ ବିରୋଧି : ଦିଗ୍ ବିଜୟ ସିଂହ

372

ଭୁବନେଶ୍ୱର ତା ୧୭.୧ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସର୍ବଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭା ସଦସ୍ୟ ଶ୍ରୀ ଦିଗ୍‌ବିଜୟ ସିଂ କେନ୍ଦ୍ର ସରକାରଙ୍କର ଆର୍ଥିକ ପରିଚାଳନା ନୀତି ଏବଂ ଜାତୀୟ ନାଗରିକ ଆଇନ, ଏନ୍‌ଆରସି ଏବଂ ଏନ୍‌ପିଆର କଟୁ ସମାଲୋଚନା କରିଛନ୍ତି। ବର୍ତମାନ ଭାରତର ଅର୍ଥନୀତି ବହୁ ରସାତଳ ଗାମୀ ଏଭଳିକି ଜିଡ଼ିପି ୫%ରୁ ତଳକୁ ଖସି ଯିବାର ଆକଳନ କରାଯାଇ ସାରିଲାଣି। ଭାରତ ବର୍ଷର ମ୍ୟାନୁଫ୍ୟାକରିଂ ଶିଳ୍ପ ଏବଂ କୋର ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜର ନିମ୍ନଗାମୀ ବୃଦ୍ଧି ଏଭଳିକି ଏକ ଆଜି ସାରା ଭାରତ ବର୍ଷର ଶିଳ୍ପଜଗତ ସ୍ଥାଣୁତା ଏବଂ ଅସ୍ତିରତା ଦେଇ ଗତିକରୁଛି। ତଦ୍ୱାରା ଶିଳ୍ପଜଗତରୁ ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଯାଇ ସାରିଲାଣି ଏବଂ ଆଗକୁ ମଧ୍ୟ ଏହି ସମସ୍ୟା ଅତି ଉତ୍କଟରୁ ଉତ୍କଟର ହେବାକୁ ବସିଲାଣି। ଏହାଦ୍ୱାରା ଭାରତର ଅର୍ଥନୀତି ଅତିଦୁର୍ବଳ ହୋଇଯିବ। କେନ୍ଦ୍ର ସରକାରଙ୍କର ଅପରିଣାମ ଦର୍ଶୀ ନୀତି ଯୋଗୁଁ ଏସ୍‌ବିଆଇଭଳି ବ୍ୟାଙ୍କରେ ଲକ୍ଷାଧିକ ଚାକିରୀ ଛଟେଇ ହେବାକୁ ବସିଲାଣି। କେନ୍ଦ୍ର ସରକାର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ର ଦୁତ ଏବଂ ସାଂସଦମାନଙ୍କୁ ଜମୁକାଶ୍ମିରକୁ ନିମନ୍ତ୍ରଣ କରୁଛନ୍ତି କିନ୍ତ ଜମୁକାଶ୍ମିରର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଜି ବନ୍ଦିକରି ରଖାଯାଇଛି। ଭାରତ ବର୍ଷର ବିରୋଧି ଦଳର ସାଂସଦମାନଙ୍କୁ ଯିବାକୁ ଦିଆଯାଉ ନାହିଁ। ଏଭଳିକି ଅଖିଳ ଭାରତ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଏୟାରପୋର୍ଟରୁ ଫେରାଇ ଦିଆଯାଉଛି। ଯଦି ଜମୁକାଶ୍ମିର ସବୁ ଠିକ୍‌ଠାକ ଚାଲିଛି ତାହାହେଲ ଦେଶର ନେତୃବୃନ୍ଦଙ୍କୁ ଯିବାକୁ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ବେଳେ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯେଉଁ ଭରସା ଦେଇଥିଲେ ତାହା ଗୋଟିଏ କଥା ବି ମଧ୍ୟ ପୂରଣ ହୋଇ ପାରିଲା ନାହିଁ। ଆଜି ସାରା ଭାରତ ବର୍ଷର ସବୁ ବର୍ଗର ଲୋକ ଆଛାଦିନ କେବେ ଆସିବ ବୋଲି ମୋଦୀଙ୍କୁ ପଚାରିଲେଣି। ସରକାରକୁ ଆସିଲେ ପେଟ୍ରୋଲ ଓ ଡିଜେଲ ଦାମ, ରନ୍ଧନ ଗ୍ୟାସର ଦାମ ବହୁତ କମିଯିବ ବୋଲି ବହୁତ ଜୋର୍ ଦେଇ ଦେଶବାସୀଙ୍କୁ କହିଥିଲେ କିନ୍ତୁ ଆଜି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଡାଲି, ଖାଇବା ତେଲ ସାଧାରଣ ଜିନିଷର ଦର ବହୁମାତ୍ରାରେ ବୃଦ୍ଧି ପାଇଛି। ମୋଦୀ ସରକାର ଦେଶର ଯୁବକମାନଙ୍କୁ ରୋଜଗାର ଦେବା ପରିବର୍ତେ ସେମାନଙ୍କ ରୋଜଗାର ଛଡ଼େଇ ନେବାରେ ଜୋରଦାର ଲାଗିପଡ଼ିଛନ୍ତି। କେନ୍ଦ୍ରସରକାରଙ୍କ ସମସ୍ତ ଉଦ୍ୟୋଗରୁ ନିଯୁକ୍ତି ବହୁ ପରିମାଣରେ କମିବାରେ ଲାଗିଛି। ବେରୋଜଗାରୀ ହିମାଳୟ ଭଳି ଏକ ବିଶାଳ ପାହାଡ଼ ଆକାରରେ ଛିଡା ହୋଇସାରିଲାଣି। ଅଫଜଲ ଗୁରୁ ତାଙ୍କର ଏକ ପତ୍ର ମାଧ୍ୟମରେ ଦେବିନ୍ଦ୍ର ସିଂଙ୍କ ବାବଦରେ ସମସ୍ତ ତଥ୍ୟ କେନ୍ଦ ସରକାରଙ୍କୁ ପ୍ରଦାନ କରିଥିଲେ। ଏହି ଦେବିନ୍ଦ୍ର ସିଂ ସଂସଦକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଦିଲ୍ଲୀରେ ଭଡ଼ାରେ ଏକ ଘର ଯୋଗାଇ ଦେବା ଏବଂ ଗୋଟେ ଗାଡ଼ି କିଣାଇ ଦେବାପାଇଁ ଅଫଜଲ ଗୁରୁଙ୍କୁ କହିଥିଲେ। କିନ୍ତୁ ପରିବର୍ତ୍ତୀ ସମୟରେ ସେହି ବ୍ୟକ୍ତି ସେହି ଗାଡ଼ିରେ ପାଲ୍ୟାମେଂଟ ଉପରେ ଆକ୍ରମଣ କରିଥିଲେ।

ଏହି ସରକାର ଦେବିନ୍ଦ୍ର ସିଂଙ୍କୁ ତାଙ୍କର ସାହାସିକତା, କର୍ତବ୍ୟ ପରାୟଣତା ପାଇଁ ରାଷ୍ଟ୍ରପତି ପଦବୀ ପୁରସ୍କାର ପ୍ରଦାନ କରିଥିଲେ। ଫୁଲୱାମା ଆକ୍ରମଣ ସମୟରେ ଏହି ଦେବିନ୍ଦ୍ର ସିଂ ସେତେବେଳେ କନ୍‌ଭୟକୁ ସିଗ୍‌ନାଲ ଦେବା ଦାୟିତ୍ୱରେ ଥିଲେ। ଆଜି ଏହି ଦେବେନ୍ଦ୍ର ସିଂଙ୍କ ଘରୁ ଏକେ୪୭ ରାଇଫଲ, ଗ୍ରେନେଡ ଇତ୍ୟାଦି ଜବତ କରାଗଲା ଏବଂ ଏହି ଦେବିନ୍ଦ୍ର ସିଂଙ୍କ ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଗଲା ଏବଂ ଏନଆଇର ଆସାମରେ ପୋଷ୍ଟିଂ ପାଇଥିବା ୱାଇକେ ମୋଦିଙ୍କୁ ତଦନ୍ତ କରିବାକୁ ଦିଆଯାଇଛି। ୱାଇକେ ମୋଦି ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ନରେନ୍ଦ୍ର ମୋଦିଙ୍କୁ ଏବଂ ଅମିତ ସାହାଙ୍କୁ କ୍ଲିନଚିଟ ଦେଇଥିଲେ। ତେଣୁ ଏଥିରୁ ଅନୁମାନ କରାଯାଇ ପାରୁଛି ଆସନ୍ତା ଦିନରେ ତଦନ୍ତର ଗତି କେଉଁଭଳି ହେବ। ବଜେପି ଯେଉଁ ଅପପ୍ରଚାର ଚଳାଇଛି ଯେକି ନେହେରୁଙ୍କ କେବିନେଟରେ ମନ୍ତ୍ରୀ ଥିଲେ ସେ ଜମୁ କାଶ୍ମିରକୁ ଆଟିକଲ ୩୭୦ ଏବଂ ଧାରା ୩୫ଏ ବିରୁଦ୍ଧରେ ଇସ୍ତଫା ପ୍ରଦାନ କରିଥିଲେ। କିନ୍ତୁ ପ୍ରକୃତ ସତ୍ୟ ହେଲା ସେ ଆଟିକିଲ ୩୫ ସପୋକ୍ଷରେ ଥିଲେ ଏବଂ ଜମୁକାଶ୍ମିରର ସରକାରୀ ନିଯୁକ୍ତି ମିଳୁ ଏବଂ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ନ ଦିଆଯାଉ। ରାଜ୍ୟର ନବୀନ ସରକାର ଓ କେନ୍ଦ୍ରର ବିଜେପି ସରକାର ଜନବିରୋଧି ତଥା ଦେଶ ଓ ସମ୍ବିଧାନ ନିଷ୍ପତିକୁ ଅନ୍ଧ ଭାବରେ ସହାୟତା ପ୍ରଦାନ କରିଚାଲିଛି। ଗୋଟେ ପରେ ଗୋଟେ ବିଲ୍‌କୁ ପାସକରିବାରେ ନବୀନ ବାବୁ ସମସ୍ତ ସହଯୋଗ ପ୍ରଦାନ କରୁଛନ୍ତି। ଦୀଲ୍ଲିରେ ବହୁ ବିଜେଡ଼ି ଦଳର ସାଂସଦମାନଙ୍କ ସହିତ ଆଲୋଚନା କଲାବେଳେ ସେମାନେ କିଭଳି ଭାବରେ ସେମାନେ ତଥା ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତାମନେ ନବୀନ ବାବୁଙ୍କ ଭେଟି ପାରନ୍ତି ନାହିଁ ବୋଲି ବାରମ୍ବାର କହିଛନ୍ତି। କିନ୍ତୁ କିଭଳି ଭାବରେ ଜଣେ ଆଇଏସ ଭାବରେ ୫ଟି ସେକ୍ରେଟାରୀ ହୋଇଛି ସେ ହିଁ କେବଳ ନବୀନ ବାବୁଙ୍କ ସକାଳୁ ରାତ୍ରି ପର୍ଯ୍ୟନ୍ତ ଏକା ଭେଟିପାରନ୍ତି ତାହା ମଧ୍ୟ ପ୍ରକାଶ କରିଛନ୍ତି। ପ୍ରକୃତରେ ଏହି ୫ଟି ସେକ୍ରେଟାରୀ ହେଉଛନ୍ତି ପ୍ରକୃତରେ ଶାସକ ଏବଂ ଏଠାରେ ମନ୍ତ୍ରୀ ତଥା ସାଂସଦମାନଙ୍କର ଭୁମିକା କେବଳ ପାରମ୍ପରିକ ଢ଼ଙ୍ଗରେ ଚାଲିଛି। ନବୀନ ସରକାର ସିଏଏକୁ ପାରିତ କରିବାରେ ସାହାଯ୍ୟ କଲେ କିନ୍ତୁ ଅପର ପକ୍ଷରେ ଏନଆରସିକୁ ବିରୋଧ କରୁଛନ୍ତି। କେନ୍ଦ୍ର ସରକାର ସମ୍ବିଧାନର ଆଇନ ଅନୁସାରେ କୌଣସୀ ବର୍ଗଙ୍କୁ ନାଗରିକତ୍ୱ ପ୍ରଦାନ କରିପାରିବେ। ଏଥିପାଇଁ ସିଏର କିଛି ଆବଶ୍ୟକତା ନାହିଁ। ମୁଁ ସୁପ୍ରିମକୋର୍ଟଙ୍କ ପାଖରେ ଅନୁରୋଧ କରିବି ଏହି ନାଗରିକ ସଂଶୋଧନ ଆଇନକୁ ଖାରଜ କରିବାପାଇଁ। କେନ୍ଦ୍ର ସରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନଙ୍କରେ କୁଳପତି ନିଯୁକ୍ତି କରନ୍ତି କିନ୍ତୁ ଆଜି କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ଯେଉଁଭଳି ହିଂସା ଦେଖିବାକୁ ମିଳୁଛି ତାହା ଆଗରୁ କେବେ ଦେଖିବାକୁ ମିଳିନଥିଲା। ଯେଉଁମାନେ ଆକ୍ରମଣରେ ଶୀକାର ହେଲେ, ମୁଣ୍ଡ ଫାଟିଲା, ହାତ ଭାଙ୍ଗିଲା ଏବଂ ଗୋଡ଼ ଭାଙ୍ଗିଲା ସେମାନଙ୍କ ଉପରେ ପୋଲିସ୍ କେସ ହେଲା। କିନ୍ତୁ ଆକ୍ରମଣକାରୀଙ୍କ ନାମ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେଲେ ମଧ୍ୟ ତାଙ୍କ ବିରୁଧରେ ମକଦମା ରୁଜୁ କରାଗଲା ନାହିଁ। ଏହି ହେଲା ମୋଦୀ ସରକାରଙ୍କ ସବକା ସାଥ ସବକା ବିକାଶ। ଏହି ଅବସରରେ ପିସିସି ସଭାପତି ରାଜ୍ୟ ସରକାରଙ୍କ ୫ଟି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମନିଯୁକ୍ତି, କୃଷକମାନଙ୍କ ମାରଣନୀତି, ଆଇନ ଶୃଙ୍ଖଳା ପରିସ୍ଥିତର ବିଫଳତା ପାଇ୍ୟ ନବୀନ ସରକାରଙ୍କ ତିବ୍ର ସମାଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାରୀ ଜିତେନ୍ଦ୍ର ସିଂ, ଆଦିତ୍ୟ ଶର୍ମା ଯୁଗ୍ମ ସମ୍ପାଦକ, ଏଆଇସିସି, କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ, ପଂଚାନନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.