Home ଓଡ଼ିଶା କଂଗ୍ରେସରେ ଯୋଗ ଦେଲେ ଶତାଧିକ ଯୁବକ ଓ ମହିଳା

କଂଗ୍ରେସରେ ଯୋଗ ଦେଲେ ଶତାଧିକ ଯୁବକ ଓ ମହିଳା

310

ଭୁବନେଶ୍ୱର ୧୭.୧ (ଓଡ଼ିଆ ପୁଅ) – ଭୁବନେଶ୍ୱରର ମହାନଗର ନିଗମ ଅନ୍ତର୍ଗତ ସତ୍ୟନଗର, ଖାରବେଳ ନଗର, ସହିଦ ନଗର, ୟୁନିଟ-୭, ୟୁନିଟ-୯, ୟୁନିଟ-୪, ୟୁନିଟ-୩ ଅଂଚଳର ବିଭିନ୍ନ ୱାର୍ଡର ଶତାଧିକ ଯୁବକ ଓ ମହିଳା କଂଗ୍ରେସରେ ଯୋଗ ଦେଇଛନ୍ତି।

ଏହି ଉପଲକ୍ଷେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଶ୍ରୀ ରଜନୀ ମହାନ୍ତି, ଶ୍ରୀମତୀ ସୁଭଦ୍ରା ମିଶ୍ର, ଅଶୋକ ସାହୁଙ୍କ ନେତୃତ୍ୱରେ ଶତାଧିକ ଯୁବକ ମହିଳାଙ୍କୁ ଓଡ଼ିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ସସ୍ମିତା ବେହେରା, ଜ୍ଞାନଦେବ ବେହୁରା ପ୍ରମୁଖ ପୁଷ୍ପମାଲ୍ୟ ଓ ଉତରୀୟ ଦେଇ ବିଶାମୁଣ୍ଡା ସାହି (ଖ)ର ସଭାପତି ଅକ୍ଷୟ ପ୍ରଧାନ ଙ୍କ ସହ ସୋମନାଥ ଶ୍ରୀଚନ୍ଦନ, ହରିଶ୍ଚନ୍ଦ୍ର ବାରିକ, ସୌମ୍ୟରଞ୍ଜନ ଜେନା, ବିଶ୍ୱରଞ୍ଜନ ବିଶ୍ୱାଳ, ଚନ୍ଦନ ପଣ୍ଡା, କେ ଗଣେଶ ରାଓ, ଆଶିଷ ମହାନ୍ତି, ବିଶ୍ୱଜିତ କୁହାଳସିଂ, ସୁମନ ପ୍ରଧାନ, ବିନୟ ପଣ୍ଡା, ସ୍ୱାସ୍ୱତ ଶତପଥି, ଓମପ୍ରକାଶ ବେହେରା, ସଚିନ ବେହେରା, ସଂଗୀତା ପୃଷ୍ଟି, ବନିତା ଦାସ, କୁନି ସେଠୀ, କାଂଚନବାଳା ମହାନ୍ତି, ମକ୍ଟକ୍ସର ବାହାଦୁର, ଦମୟନ୍ତୀ ସ୍ୱାଇଁ, ମଞ୍ଜୁ ନାୟକ, ଦିପ୍ତିମୟୀ ବିଶୋଇ, ଝିଲ୍ଲି ନାୟକ, ନବୀନା ହନ୍ତାଳ, ଅନିତା ବଡ଼ସେଠ, କବିତା ବେହେରା, ପ୍ରମିଳା ସାହୁ, ନିବାସିନୀ ସାହୁ, ସାବିତ୍ରୀ ବିଶୋଇ, ସୁନିତା ଜେନା, ସାରଦା ନାୟକ ପ୍ରମୁଖଙ୍କୁ କଂଗ୍ରେସ ଦଳକୁ ସ୍ୱାଗତ କରିବା ସହ କଂଗ୍ରେସ ଦଳରେ ଗ୍ରହଣ କରି ନେଇଛନ୍ତି।

ସେମାନଙ୍କର ଯୋଗଦାନ କଂଗ୍ରେସ ଦଳକୁ ସୁଦୃଢ଼ କରିବ ବୋଲି ଶ୍ରୀଯୁକ୍ତ ସିଂହ ଓ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ଦଳ ଏବଂ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ନେତୃବୃନ୍ଦ କଂଗ୍ରେସରେ ଯୋଗ ଦେଲେ ବୋଲି ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

ଏହି ମିଶ୍ରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦୀପକ ମହାପାତ୍ର, ଅନ୍ୟମାନଙ୍କ ମଧ୍ୟରେ ନରେଶ ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.