Home ଜିଲ୍ଲା ପରିକ୍ରମା ମୋଟୁ ସୀମାନ୍ତ ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଯାନବାହନ ଜାଂଚ,କରୋନା କଟକଣା ଜାରି

ମୋଟୁ ସୀମାନ୍ତ ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଯାନବାହନ ଜାଂଚ,କରୋନା କଟକଣା ଜାରି

34

ମାଲକାନଗିରି,୧୦ା୪(ଓଡିଆ ପୁଅ ) କରୋନାର ଦ୍ୱିତୀୟ ଲହରୀ ଫେରିଥିବାରୁ ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନ,ଛତିଶଗଡ ରାଜ୍ୟ ରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଚାରୋଟି ରାଜ୍ୟ ସୀମାନ୍ତ ମୋଟୁ ଠାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରିବା ସହିତ କଡା କଡା କଡି ଭାବେ ମାସ୍କ ଜାଚଂ କରାଯାଉଛି । ସୀମାନ୍ତ ମୋଟୁ ଠାରେ ମାଲକାନଗିରି ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତ୍ୱତାବଧାନରେ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର, କାଲିମେଳା ବିଡିଓ ଉମାଶଙ୍କର ଦଳେଇ, ତହସିଲଦାର ଆଲୋକକୁମାର ଅନୁଗୁଳିଆ ଓ ରାଜସ୍ୱ ନିରୀକ୍ଷଙ୍କ ସହିତ ପୁଲିସ କର୍ମଚାରି ମାନେ ଉପସ୍ଥିତ ରହି ଯାନବାହନ ଗୁଡିକ ଜାଚଂ କରିବା ସହିତ ମାସ୍କ ପରିଧାନ କରିନଥିବା ବ୍ୟକ୍ତି ମାନଙ୍କ ଠାରୁ ଜରିମାନା ଆଦାୟ କରି କୋଭିଡ ନିୟମ ସଂପର୍କରେ ଜନ ସଚେତନତାର ବାର୍ତାଦେଉଛନ୍ତି । ଜରୁରୀ କାମରେ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନ,ଛତିଶଗଡ ରୁ ଆସୁଥିବା ଓ ମାଲକାନଗରି ଜିଲ୍ଲାରୁ ଯାଉଥିବା ଯାନବାହନଗୁଡିକୁ ଜାଚଂ ସହିତ ଯାତ୍ରା କରୁଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଯାହାର ତାପମାତ୍ରା ବୃଦ୍ଧି ପାଇଛି କିମ୍ବା ଜ୍ୱର ରହିଛି ସେମାନଙ୍କୁ କୋଭିଡ ପରୀକ୍ଷା କରାଯାଇ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଛତିଶଗରାଜ୍ୟରୁ ମାଲକାନଗିରି ଜିଲ୍ଲାକୁ ଫେରୁଥିବା ଲୋକଙ୍କୁ କ୍ୱାରେଟାଂଇନରେ ରହିବାକୁ ବାଧ୍ୟତା ମୁଳକ କରାଯାଇଛି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଘୋଣା କରାଯାଇଛି । ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତ ସିଲେରୁ ନଦୀ କାଲେରୁ ପୋଲ ମୁଖ୍ୟରାସ୍ତା ଓ ମୋଟୁ ସାବେରୀ ନଦୀ ଡଙ୍ଗା ଘାଟ ରେ ପ୍ରଶାସନ ପକ୍ଷରୁ ଚେକପୋଷ୍ଟ କରାଯାଇଛି , ସେଠାରେ ସକାଳ ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଯାତାୟତ କରୁଥିବା ଯାନବାହନ ଗୁଡିକୁ ଜାଂଚକରିବା ସହିତ ଲୋକମାନଙ୍କୁ ମାସ୍କ ପରିଧାନ ଓ ସାମଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି । ରାତି ୧୦ ଠାରୁ ତା ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁକୁ ବଳବତର ରଖାଯାଇଛି । ଆନ୍ଦ୍ରପ୍ରଦେଶ,ତେଲାଙ୍ଗନା,ଛତିଶଗଡ ରାଜ୍ୟରୁ ଆସୁଥିବା ଦୁଇଚକିଆ,ଚାରି ଚକିଆ ଯନାବାହନ ଗୁଡିକ ନମ୍ବର ଓ ଗାଡିଚାଳକ ଙ୍କ ନାମପଜିଂକରଣ କରାଯାଉଛି, ମାଲକାନଗରି ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ଯାଉଥିବା ଯାନବାହନଗୁଡୁକୁ ମଧ୍ୟ ପଜିଂକରଣ କରାଯାଇ ଛଡା ଯାଉଛି । ମୋଟୁ ସୀମା ଭିତରକୁ ପ୍ରବେଶ କରୁଥିବା ଲୋକମାନଙ୍କ ନାମ ,ମୋବାଇଲ ନମ୍ବର ପଜିଂକରଣ କରାଯିବା ସହ ୭୨ଘଟାଂମଧ୍ୟରେ ହୋଇଥିବା କରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବେ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ନେବା ରିପୋର୍ଟ ଦେଖାଇବା ପାଇଁ କୁହାଯାଉଛି । ଯଦି ଏହି ସବୁ ରିପୋର୍ଟ ସେମାନଙ୍କ ନିକଟରେ ନଥିବ ତାହେଲେ ସେମାନେ କ୍ୱାରେଟାଂଇନ ରେ ରହିବା ପାଇଁ ବଧ୍ୟତା ମୁଳକ ବୋଲି ଜିଲ୍ଲାପ୍ରସାନ ପକ୍ଷରୁ ଘୋଷଣା କରାଯାଇଛି । ମୋଟୁ ସହିତ ଏମଭି ୮୮ବଜାର ଠାରେ ମଧ୍ୟ ପ୍ରଶାସନକି ଅଧିକାରୀ ମାନେ ଦୋକାନବଜାର ହୋଟେଲ ମାନଙ୍କୁ ଯାଇ ମାସ୍କପରିଧନ, ସାମାଜିକ ଦୂରତା ଅବଲମ୍ବନ କରିବା ନିମନ୍ତେ ପରାମର୍ଶ ଦେବା ସହିତ ଅମାନିଆ ମାନଙ୍କ ଠାରୁ ଫାଇନ ଆଦାୟକରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.