Home ଜିଲ୍ଲା ପରିକ୍ରମା ସେବାନିବୃତ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ସେବାନିବୃତ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

25

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ସନ୍ତୋଷପୁର ଗ୍ରାମର ଭାରତୀୟ ସୈନ୍ୟ ବାହିନୀରୁ ଅବସର ଗ୍ରହଣ କରିଥିବା ଜଗନ୍ନାଥ ସାହୁଙ୍କୁ ଆଜି ନିଜ ଗ୍ରାମରେ ସମ୍ବର୍ଦ୍ଧିତ କରାଯାଇଛି । ଜଗନ୍ନାଥଙ୍କ ବନ୍ଧୁ କୈଳାସ ବାରିକ, ଯଜେ୍ଞଶ୍ୱର ନାୟକ ଓ ପ୍ରଫୁଲ୍ଲ ସାହୁ ଭଦ୍ରକ ରେଳ ଷ୍ଟେସନରେ ପହଂଚି ସେଠାରୁ ତାଙ୍କୁ ଏକ ବାଇକ ଶୋଭାଯାତ୍ରାରେ ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଇଥିଲେ । ପରେ ସ୍ଥାନୀୟ ମହାଦେବ ପଡିଆ ଠାରେ ଏକ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱ କରିଥିବା ବେଳେ ସିଆରସିସି ପ୍ରଶାନ୍ତ କୁମାର ବେହେରା ସଭା ସଂଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ବୀରେନ୍ଦ୍ର ବାରିକ, ମୁଖ୍ୟବକ୍ତା ଶିକ୍ଷକ ନିରଞ୍ଜନ ପଣ୍ଡା, ସମ୍ମାନିତ ଅତିଥି ସମାଜସେବୀ କ୍ଷେତ୍ରବାସୀ ବାରିକ, ଉପେନ୍ଦ୍ର ବେହେରା, ନକୁଳ ଚନ୍ଦ୍ର ସାହୁ, ଜଗବନ୍ଧୁ ନାୟକ, ଅନନ୍ତ ଦଳାଇ, ଭାଗବତ ସାମଲ, ଉମାକାନ୍ତ ସାହୁ, ନିତ୍ୟାନନ୍ଦ ପଲାଇ, ପିତାମ୍ବର ଗୋଛାୟତ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ଦେଶ ପାଇଁ କରିଥିବା କକ୍ତବ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଗନ୍ନାଥ ଜମୁ, ରାଂଚି, ଶ୍ରୀନଗର, କେରଳ ଓ ମଣିପୁର ଆଦି ବିଭିନ୍ନ ସ୍ଥାନରେ ରହି ଭାରତୀୟ ସେନାରେ ସାମିଲ ହୋଇ ଦେଶ ପାଇଁ ନିଜର କର୍ତବ୍ୟ ସୁଚାରୁରୂପେ ସମ୍ପାଦାନ କରିଛନ୍ତି । ପରେ ଜଗବନ୍ଧୁଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ସମାଜସେବୀ ରମାକାନ୍ତ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.