Home ଓଡ଼ିଶା ମୋଟୁ ସୀମାନ୍ତ କୋଟାଂ ଠାରେ ଜଣେ ମହିଳା ବ୍ଲାକଫଙ୍ଗସ ରେ ଆକ୍ରାନ୍ତ, ହସପିଟାଲରେ ଚିକିତ୍ସିତ

ମୋଟୁ ସୀମାନ୍ତ କୋଟାଂ ଠାରେ ଜଣେ ମହିଳା ବ୍ଲାକଫଙ୍ଗସ ରେ ଆକ୍ରାନ୍ତ, ହସପିଟାଲରେ ଚିକିତ୍ସିତ

59

ମାଲକାନଗିରି,୩୦ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସୀମାନ୍ତ ସୁକୁମା ଜିଲ୍ଲାରେ ପ୍ରଥମ ଥରକରି ଜଣେ ମହିଳା ବ୍ଲାକଫଙ୍ଗସ ରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ର ପ୍ରାଦୃଭାବ ଚାଲିଥିବା ବେଳେ ପୁଣି ନୁଆ ନୁଆ ଭୁତାଣୁ ସଂକ୍ରମଣ ଆରମ୍ଭ ହେଲାଣି, କେଉଁଠାରେ ଡେଲଟା ଭାଇରସ ତ ଆଉକେଉଁଠାରେ ବ୍ଲାକଫଙ୍ଗସ ଭୁତାଣୁ ଦେଖା ଦେଲାଣି ।ମାଲକାନଗିରି ଜିଲ୍ଲାସୀମାନ୍ତ ସୁକୁମା ଜିଲ୍ଲା କୋଟାଂ ଥାନା ଅଚଂଳରେ ଜଣେ ମହିଳା ବ୍ଲାକଫଙ୍ଗସ ଭୁତାଣୁ ରେ ଆକ୍ରାନ୍ତ ହୋଇ ଆନ୍ଦ୍ରପ୍ରଦେଶ ର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡିଛି । କୋଟାଂ ଅଚଂଳର ସେହି ମହିଳା ଜଣଙ୍କ ପୁବ ର୍ରୁ କରୋନା ଟିକା ନେଇଥିଲେ । କିଛି ଦିନପରେ ତାଙ୍କୁ ଜ୍ୱର ହୋଇ ଦେହ ଅସୁସ୍ଥ ହୋଇପଡିବାରୁ ପୁଣିଥିରେ କୋଭିଡ ହସପିଟାଲରେ ଭର୍ତି କରାଯାଇଥିଲା , ସେଠାରେ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଆନ୍ଦ୍ରପ୍ରଦେଶର ଏକ ଘରୋଇ ହସପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସେହି ହସପିଟାଲରେ ତାଙ୍କ ରକ୍ତନମୁନା ପରୀକ୍ଷା କରିବାପରେ ସେହି ମହିଳା ଜଣଙ୍କ ବ୍ଲକାଫଙ୍ଗସ ରେ ଆକ୍ରାନ୍ତ ହୋଇଥିବାର ଡାକ୍ତର ମାନେ ପ୍ରକାଶ କରିଛନ୍ତି । ଏବେ ସେହି ମହିଳା ହସପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡିଛି ।ସୀମାନ୍ତ ସୁକୁମା ଜିଲ୍ଲା କୋଟାଂ ରେ ବ୍ଲାକଫଙ୍ଗସ ସଂକ୍ରମଣ ଆରମ୍ଭ ହେବା ଖବର ପାଇ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଅଚଂଳବାସୀ ଭୟଭିତ ହୋଇପଡିଛନ୍ତି । କାରଣ ସୀମାନ୍ତ ମୋଟୁ ସାବେରୀ ନଦୀ ଆରପାରି କୋଟାଂ ବଜାର କୁ ପ୍ରତିଦିନ ମୋଟୁ ଅଚଂଳର ଲୋକମାନେ ବିଭିନ୍ନ ସାମଗ୍ରି ଆଣିବାକୁ ଯାଇଥାନ୍ତି ।କୋଟାଂ ଲୋକମାନେ ମଧ୍ୟ ମୋଟୁକୁ ଆସିବା ଯିବା କରିଥାନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.