Home କୋରାପୁଟ ଦଶମନ୍ତପୁରରେ ପଣସ ବିକ୍ରୟୀ ନିମନ୍ତେ ଉପଯୁକ୍ତ ଭିତିଭୂମି ଓ ପଣସ ଅଟା ପ୍ରସ୍ତୁତ ପ୍ରଣାଳୀ ସ୍ଥାପନ...

ଦଶମନ୍ତପୁରରେ ପଣସ ବିକ୍ରୟୀ ନିମନ୍ତେ ଉପଯୁକ୍ତ ଭିତିଭୂମି ଓ ପଣସ ଅଟା ପ୍ରସ୍ତୁତ ପ୍ରଣାଳୀ ସ୍ଥାପନ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଲକ୍ଷ୍ମିପୁର ବିଧାୟକ

57

କୋରାପୁଟ ୩୦-୦୬( ଓଡିଆ ପୁଅ /ରଂଜନ ଦାସ) ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶମନ୍ତପୁରଠାରେ ପଣସ ବିକ୍ରୀୟ ନିମନ୍ତେ ଉପଯୁକ୍ତ ଭିତିଭୂମି ଓ ପଣସ ଅଟା ପ୍ରସ୍ତୁତ କରିବା ପ୍ରଣାଳୀ ସ୍ଥାପନ କରିବା ପାଇଁ ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନୀ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଚିଠି ଲେଖିଥିବା ଜଣାପଡିଛି ।ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ବନ୍ଧୁଗାଁ ,ନାରାୟଣପାଟଣା,ଲକ୍ଷ୍ମିପୁର,ଦଶମନ୍ତପୁର ଇତ୍ୟାଦି ଅଂଚଳରେ ପ୍ରଚୁର ପଣସ ହୁଏ , ଯାହାକୁ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡର ବ୍ୟବସାୟୀମାନେ ଖୁବ କମ ମୂଲ୍ୟ ଦେଇ ଲୋକମାନଙ୍କଠାରୁ କ୍ରୟ କରି ନେଇ ଚଢା ଦରରେ ବିକ୍ରୀ କରିଥାନ୍ତି ବୋଲି ବିଧାୟକ ଶ୍ରୀ ଜାନୀ ଚିଠିରେ ଉଲ୍ଲେଖ କରିବା ସହ ଅମ୍ଭ ଅଂଚଳର ଲୋକମାନେ  ଆର୍ଥିକ ଦୃଷ୍ଟିରୁ ସ୍ୱଛଳ ନ ଥିବାରୁ ଅସୁବିଧାରେ ପଡିଥାନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।ଦଶମନ୍ତପୁରଠାରେ ପଣସ ଆମାଦାନୀ  ଓ ରପ୍ତାନୀ ପାଇଁ ଉପଯୁକ୍ତ ଭିତିଭୂମି  ପ୍ରସ୍ତୁତ କରିବା ସହିତ ପଣସ ଅଟା ପ୍ରସ୍ତୁତ ପ୍ରଣାଳୀ ସ୍ଥାପନ କରାଗଲେ ଲୋକଙ୍କର ଆର୍ଥିକ ମାନଦଣ୍ଡ ସ୍ୱଛଳ ହେବ ବୋଲି ସେ ସୂଚନା ଦେଇଛନ୍ତି ।ପଣସ ମଞିରୁ ପ୍ରସ୍ତୁତ ଅଟାରେ ମେଡିସିନ ଗୁଣ ଅଧିକା ଥାଏ ଏବଂ  ରକ୍ତଚାପ ,ମଧୁମେହ ରୋଗ ପାଇଁ ପଣସ ଅଟା ପ୍ରତିଷେଧକ ରୂପେ କାର୍ଯ୍ୟ କରେ ବୋଲି ବିଧାୟକ ଶ୍ରୀ ଜାନୀ ଚିଠିରେ ଉଲ୍ଲେଖ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.