Home ଓଡ଼ିଶା ନିମୋନିଆ ଓ ମସ୍ତିସ୍କ ସଂକ୍ରମଣରୁ ଶିଶୁଙ୍କୁ ସୁରକ୍ଷିତ ରଖିବାପାଇଁ ନିମୋକୋକାଲ କଜୁଂଗେଟ ଟିକାର ଶୁଭାରମ୍ଭ

ନିମୋନିଆ ଓ ମସ୍ତିସ୍କ ସଂକ୍ରମଣରୁ ଶିଶୁଙ୍କୁ ସୁରକ୍ଷିତ ରଖିବାପାଇଁ ନିମୋକୋକାଲ କଜୁଂଗେଟ ଟିକାର ଶୁଭାରମ୍ଭ

83

ମାଲକାନଗିରି,୩୦ ।୬ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର କରି ଆଜି ନିମୋକୋକାଲ କଜୁଂଗେଟ ଟିକାକରଣ ର ଶୁଭାରମ୍ଭ କରାଯାଇଛି,ଆଜି ସକାଳେ ଜିଲ୍ଲା ହସପିଟାଲ ପରିସରେ ଜିଲ୍ଲାସ୍ୱାସ୍ଥ୍ୟ ସମତି ପକ୍ଷରୁ ଆୟୋଜିତ ଟିକାକରଣ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ଧ୍ୟାରାଣୀ ପଟନାୟକ ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି । ଉଦଘାଟନ ପରେ ଦେଢମାସର ଶିଶୁ ମାନଙ୍କୁ ଏହି ଟିକାପ୍ରଦାନ କରାଯାଇଥିଲା । ଟିକାପ୍ରଦାନ ପରେ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ପଟନାୟକ,ଏଡିଏମଓ ମେଡିକାଲ ଡାକ୍ତର ଶିବପ୍ରସାଦ ମହାରଣା,ଡିଏମଓ ଡା.ଧନେଶ୍ୱର ମହାପାତ୍ର,ରାଜ୍ୟସ୍ୱାସ୍ଥ୍ୟବିଭାଗ ର ମୃତ୍ୟୁଜଂୟ ରଥ,ଡାକ୍ତର ଶ୍ରୀପତି ଦାସ ମହାପାତ୍ର ଯୋଗଦେଇ ଏହି ଟାକା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ଶିଶୁ ମୃତ୍ୟୁହାର ବୃଦ୍ଧି ପାଉଥିବା ବେଳେ ଏହି ଟିକାଦ୍ୱାରା ଶିଶୁ ମାନେ ମାରତ୍ମକ ନିମୋନିଆ ଓ ମସ୍ତିସ୍କ ସଂକ୍ରମଣରୁ ସୁରକ୍ଷିତ ରହିପାରିବେ,ଶିଶୁ ମାନଙ୍କର ଜୀବନ ର ପ୍ରଥମବର୍ଷରେ ଏହି ରୋଗର ଆଶଙ୍କା ଅଧିକ ଥାଏ,ଏହି ଟାକାର ୩ଟି ମାତ୍ରା ଶିଶୁ ଜନ୍ମହେବାର ୬ସପ୍ତାହ,୧୪ସପ୍ତାହ ଓ ବୁଷ୍ଟର ଡୋଜ ୯ ମାସମଧ୍ୟରେ ଦିଆଯିବ,ଏହା ସମ୍ପୁଣ୍ଣ ର୍ ସୁରକ୍ଷିତ ଏହାକୁ ଅନ୍ୟାନ ଟିକାକରଣ ସମୟରେ ଶିଶୁ ମାନଙ୍କୁ ମାଗଣାରେ ଦିଆଯିବ, ଜିଲ୍ଲାରେ ୧୪ହଜାରରୁ ଉର୍ଦ୍ଦ ଶିଶୁ ପ୍ରତି ବର୍ଷ ଏହା ଦ୍ୱାରା ଉପକୃତ ହେବାସହିତ ମାରାତ୍ମକ ନିମୋନିଆ ଓ ମସ୍ତିସ୍କ ରୋଗ ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଶେଷଜ୍ଞ ଡାକ୍ତର ମାନେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଡାକ୍ତର ଅନିଲକୁମାର ମିଶ୍ର,ଡାକ୍ତର ଅନୁପମା ମହାନା,ଚିତରଂଜନ ସେଠୀ,ସୁପ୍ରଭା ପାଢି,ଡିପିଏମ ବନବିହାରୀ ମିଶ୍ର,ଡିଆଇସିଏ ଶିବପ୍ରସାଦ ପ୍ରହରାଜ,ଜ୍ୟୋତି ନରାୟଣ ମାହାଳିକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିବସରେ ମାଲକାନଗିରି ଜିଲ୍ଲା ହସପିଟାଲ ସହିତ ଅନ୍ୟାନ ସାତଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ପ୍ରାୟ୪୦ରୁ ଉର୍ଦ୍ଦ ଦେଢମାସର ଶିଶୁ ପ୍ରଥମ ଡୋଜ ଟିକା ନେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.