Home ଓଡ଼ିଶା ମୃତପରିବାର ଙ୍କୁ ଆର୍ଥିକ ସହାୟତା ଯୋଗାଇ ଭିନ୍ନଶୈଳୀରେ ଦମ୍ପତି ପାଳିଲେ ବିବାହ ବାର୍ଷିକୀ

ମୃତପରିବାର ଙ୍କୁ ଆର୍ଥିକ ସହାୟତା ଯୋଗାଇ ଭିନ୍ନଶୈଳୀରେ ଦମ୍ପତି ପାଳିଲେ ବିବାହ ବାର୍ଷିକୀ

107

ମାଲକାନଗିରି,୭ା୬ (ଓଡିଆ ପୁଅ ) ସଭ୍ୟଶିକ୍ଷିତ ସମାଜର କିଛିଲୋକ କେକ କାଟି ,ନୃତ୍ୟସଂଗୀତ ମାଧ୍ୟମରେ ଆଡମ୍ବର ସହକାରେ ଜନ୍ମବାର୍ଷିକୀ, ବିବାହବାର୍ଷିକୀ ଉତ୍ସବ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଏକ ଦମ୍ପତି ଭିନ୍ନଶୈଳୀରେ ସେମାନଙ୍କ ବିବାହ ବାର୍ଷିକୀ ପାଳନକରିଛନ୍ତି । ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ରହୁଥିବା ବଙ୍ଗାଳି ସମାଜର ସଭାପତି ଗୌରାଙ୍ଗ କର୍ମକାର ଙ୍କର ଆଜିଥିଲା ୨୫ତମ ବିବାହ ବାର୍ଷିକୀ ,ତାଙ୍କର ସାଙ୍ଗସାଥି ମାନେ ଭାବିଥିଲେ ଗୌରାଙ୍ଗ ବିବାହ ବାର୍ଷିକୀ ରୌପ୍ୟଜୟନ୍ତୀ କୁ ବଡ ଧୁମ ଧାମ ଭୋଜି ଭାତକରି ପାଳନ କରିବେ । ହେଲେ ସେ ଏହି ଉତ୍ସବରେ କେକ ନ କାଟି ଭୋଜିଭାତ କିମ୍ବା ଆଡମ୍ବର ସହକାରେ ପାଳନ ନକରି କରୋନା ଲକଡାଉନ ସମୟରେ ମୃତ ପୁତ୍ରହରା ଦୁଇଟି ଅସହାୟ ପିରବାରଙ୍କୁ ଭେଟି ସେମାନଙ୍କ ଆଖିରୁ ଲୁହପୋଛି ଦେଇ ସେ ଦୁଇପରିବାରଙ୍କୁ କିଛି କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସମଗ୍ର ବିଶ୍ୱରେ କରୋନା ମାହାମାରି ବ୍ୟାପି ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇ ଅନେକ ଲୋକଙ୍କ ଜୀବନ ଜୀବିକା ଯାଇଛି । ମାଲାକନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ଏମପିଭି୭୩ ଗ୍ରାମର ସତ୍ୟନାରାୟଣ ବିଶ୍ୱାସ ଓ ମୁର୍ଗାନ ହାଲଦାର ନାମକ ୨ଜଣବ୍ୟକ୍ତି ପେଟପାଇଁ ଚେନ୍ନାଇ କୁ କାମକରିବାକୁ ଯାଇଥିଲେ,ଲକଡାଉନ ହୋଇ ଯାଇଥିବାରୁ ଗାଡିଚଳାଚଳ କରୁନଥିବାରୁ ସେ ଦୁହେଁ ନିଜ ଘରକୁ ସାଇକେଲ ଯୋଗେ ଆସୁଥିବା ସମୟରେ ପ୍ରବଳ ଖରାରେ ସେମାନଙ୍କର ଅଧାରାସ୍ତାରେ ମୃତ୍ୟୁଘଟିଥିଲା ।ସେମାନେ ଘରେ ପହଁଚିବା ବଦଳରେ ସେମାନଙ୍କ ଶବ ଘରେ ପହଁଚିଥିଲା । ଦୁଇପରିବାର ରୋଜଗାରୀଆ ପୁଅଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଥିଲେ । ଏହି ଖବର ଗୌରାଙ୍ଗ କର୍ମକାର ଜାଣିବାପରେ ଆଜି ତାଙ୍କର ବିବାହ ବାର୍ଷିକୀ ର ରୌପ୍ୟଜୟନ୍ତୀ ଅବସର ରେ ନିଜ ଘରେ ଆଡମ୍ବରରେ ଉତ୍ସବ ପାଳନ ନକରି ସେ ଓ ତାଙ୍କ ପତ୍ନୀ ସୁନିତା କର୍ମକାର,ପୁଅ ଗୁଲଟୁ କର୍ମକାର,ପୁତ୍ରବଧୁ ମୌମିତା କର୍ମକାର ପରିବାର ସହିତ ଏମପିଭି୭୩ ଗ୍ରାମକୁ ଯାଇଥିଲେ । ସେହି ଗ୍ରାମର ପୁତ୍ରହରା ଦୁଇପରିବାରଙ୍କୁ ଭେଟି ସମବେଦନା ଜଣାଇ ୩୧ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ସହିତ କିଛି ବିସ୍କୁଟ ଓ ଅନ୍ୟାନ ସୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଏହା ବ୍ୟତିତ ଲକଡାଉନ ରେ ଫସି ରହିଥିବା ରାଜସ୍ଥାନର ଏକ ଦମ୍ପତି ଗୌରଙ୍ଗ କର୍ମକାର କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି । ନିଜ ବିବାହ ବାର୍ଷିକୀ ଉତ୍ସବ ବଦଳରେ ଗରିବ ଅସହାୟ ପରିବାରଙ୍କୁ ଭେଟି ସେମାନଙ୍କ ଆଖିରୁ ଲୁହ ପୋଛି ଆର୍ଥିକ ସହାୟତା ଯେଗାଇ ଦେଇଥିବା ଗୌରାଙ୍ଗ କର୍ମକାର ଙ୍କ ଏହି ମହାନ କାର୍ଯ୍ୟ ଓ ମାନବିକତା ପାଇଁ ଆସହାୟ ପରିବାର ଆଶୀର୍ବାଦ ଦେବାସହିତ ଜିଲ୍ଲାବାସୀ ଭୁରି ଭୂରି ପ୍ରସଂଶା କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.