Home ଓଡ଼ିଶା ବଜ୍ରାଘାତରେ ମହିଳା ମୃତ

ବଜ୍ରାଘାତରେ ମହିଳା ମୃତ

282

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲଟୁଆ ପଂଚାୟତର ବଇଁଚସାହି ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବୀଣାପାଣି ଜେନା ନାମ୍ନୀ ଜନୈକ ମହିଳା ନଳକୂପରୁ ପାଣି ଆଣୁଥିବାବେଳେ ବଜ୍ରାଘାତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ମହିଳାଙ୍କର ଏଭଳି ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.