Home ଜିଲ୍ଲା ପରିକ୍ରମା ମୁସଲିମ୍ ମହିଳାମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ମୁସଲିମ୍ ମହିଳାମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

0

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତୀୟ ମୁସଲିମ୍ ମହିଳା ଆନ୍ଦୋଳନ, ମୁମ୍ବାଇ ତରଫରୁ ବାଇପାସସ୍ଥିତ ଆଶିଆନା ସଭାଗୃହରେ ଆଶିଆନାର ସମ୍ପାଦିକା ସୋଫିଆ ସେକ୍‌ଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନୁର୍‌ଯାହାନ ସଫିଆ ନିଆଜ ସଂସ୍ଥାପକ ଭାରତୀୟ ମୁସ୍‌ଲିମ୍ ମହିଳା ଆନ୍ଦୋଳନ, ମୁମ୍ବାଇ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ନଜିରିନା ଖାନ୍‌, ରାଷ୍ଟ୍ରିୟ ସମିତି ସଦସ୍ୟ ଭାରତୀୟ ମୁସଲିମ୍ ଆନ୍ଦୋଳନ, ପ୍ରଫେସର ଝରଣା ପଟ୍ଟନାୟକ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠା ଓଡ଼ିଶା ସଂଯୋଜକ ବିଶ୍ୱଜିତ୍ ରାୟ, ଆଇନ୍‌ଜୀବୀ ରାଧାରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇ ମୁସ୍‌ଲିମ୍ ମହିଳାମାନଙ୍କ ସାମାଜିକ ବଞ୍ଚନାକୁ ବୁଝିବା ଓ ତାର ସୁଧାର ପାଇଁ କାମ କରିବା ସଂଗେ ସଂଗେ ମୁସ୍‌ଲିମ୍ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ସାମାଜିକ, ଆର୍ଥିକ, ରାଜନୈତି, ଧାର୍ମିକ ଓ ଆଇନ୍‌ଗତ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବହୁ ବିବାହକୁ ବନ୍ଧ କରିବା ସଂଗେ ସଂଗେ, ବିବାହ ପାଇଁ ଝିଅ ଓ ପୁଅମାନେ ଉପଯୁକ୍ତ ବୟସରେ ବିବାହ କରିବା ପାଇଁ ସେମାନଙ୍କୁ ସଚେତନତା କରିବା ଆବଶ୍ୟକତା ଅଛି ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ପୈତୃକି ସମ୍ପତିରେ ମହିଳାମାନଙ୍କର ସମାନ ଅଧିକାର ଦେବା ନିମନ୍ତେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୪ ନମ୍ବର ୱାର୍ଡ଼ର କାଉନ୍‌ସିଲର, ଅଙ୍ଗନୱାଡ଼ୀ ୱାର୍କର, ଫେଲୋସିପ୍ ଓ ଆସିଆନାର କର୍ମକର୍ତା ଓ ଅନ୍ତେବାସୀ, ଅହମଦିଆ ସଂପ୍ରଦାୟର ଲଜନା ଇମାଉଲ୍ଲାର ସଦସ୍ୟା, ଶିକ୍ଷକ,ଶିକ୍ଷୟିତ୍ରୀ, ମିଶନ ଶକ୍ତିର ସଦସ୍ୟା ଓ ସାଧାରଣରରେ ମହିଳାମାନେ ଯୋଗଦାନ କରିଥିଲେ ଏବଂ ଆଶିଆନାର ସଂଯୋଜକ ରିଆଜ ଅହମଦ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.