Home ଜଗତସିଂହପୁର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ

846

ତିର୍ତ୍ତୋଲ୨୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଷ୍ଠୀ ମଲ୍ଲିକାପୁର ପଞ୍ଚାୟତର ବିଶ୍ୱନାଥ ଇଚ୍ଛା ବିହାରି ସରକାରୀ ଉ.ପ୍ରା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ନିଜର ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ମହାପାତ୍ର ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ୧୦ ହଜାର ଟଙ୍କା ଡ଼ିମାଣ୍ଡ ଡ଼୍ରାଫ୍ଟ ଦ୍ୱାରା ପ୍ରଦାନ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କରୋନା ର ସୁଫଳ ମୁକାବିଲା ପାଇଁ ନେଇଥିବା ପଦକ୍ଷେପକୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.