Home ଓଡ଼ିଶା ମିିନେରାଲ ଫଣ୍ଡର ଦୁରୁପଯୋଗ ଘଟଣା- ମାସେ ଉପରେ ବିତିଗଲାଣି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ହସ୍ତଗତ ହୋଇ...

ମିିନେରାଲ ଫଣ୍ଡର ଦୁରୁପଯୋଗ ଘଟଣା- ମାସେ ଉପରେ ବିତିଗଲାଣି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ହସ୍ତଗତ ହୋଇ ନାହିଁ

144

କୋରାପୁଟ ୨୮-୦୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଡିଏମଏଫରୁ ଖର୍ଚ୍ଚ କରାଗଲା।ଏହି ଖବର ବିଭିନ୍ନ ଗଣମାଧ୍ୟମରେ ଗତ ଅଗଷ୍ଟମାସ ୧୮ ତାରିଖରେ ପ୍ରକାଶିତ ହେବାପରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମିନେରାଲ ଫଣ୍ଡର ଦୁରୁପଯୋଗ ହୋଇଛି କି ନାହିଁ ତାହା ତଦନ୍ତ କରି ରିପୋର୍ଟ ଦେବାକୁ ଡିଏମଏଫର ନୋଡାଲ ଅଫିସର ତଥା କୋରାପୁଟ ପିଡି ଡିଆରଡିଏଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମାସେ ଉପରେ ବିତିଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ପାଇ ନ ଥିବା ପ୍ରକାଶ କରିଛନ୍ତି।ତଦନ୍ତ ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଥିଲେ।ରାଜ୍ୟ ସରକାର ୫ଟି ମାଧ୍ୟମରେ ଅନେକ କାଯର‌୍ୟାନୁଷ୍ଠାନ ନେଉଛନ୍ତି କିନ୍ତୁ ଏ କ୍ଷେତ୍ରରେ କେବେ ଓ କାହା ବିରୁଦ୍ଧରେ କାଯର‌୍ୟାନୁଷ୍ଠାନ ନେବେ ତାହା ସାଧାରଣରେ ପ୍ରଶ୍ନ ଉଠୁଛି। ୫ ଟିରେ ରହିଥିବା ଗୋଟିଏ ଟି (time) ଏଠାରେ କାର୍ଯ୍ୟକରୁଛି ତ !ଏଭଳି ଅନେକ ଜନସାଧାରଣରେ ପ୍ରଶ୍ନ ଉଠୁଛି। ଜିଲ୍ଲାପାଳ ତୁରନ୍ତ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ରିପୋର୍ଟକୁ ତର୍ଜମା କରି କାର୍ଯାନୁଷ୍ଠାନ ନେବାକୁ ଦାବି ହେଉଛି।

ଖବର ପ୍ରକାଶିତ ହେବା ପରେ କାର୍ଯ୍ୟାଳୟରେ ସୈାନ୍ଦର୍ଯ୍ୟକରଣ କାମ ବନ୍ଦ ହୋଇପଡିଛି।ଉପର ମହଳାରେ ସଭାଗୃହ କାମ ବନ୍ଦ ହୋଇପଡିରହିଥିବା ଦେଖିବାକୁ ମିଳିଥିଲା।ଏ ବିଷୟରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନିରବତା ଅବଲମ୍ବନ କରୁଥିବା ଲକ୍ଷ୍ୟ କରାଯାଇଛି।ଏତେ ଗୁଡାଏ ଅର୍ଥ ତାହା ପୁଣି ଡିଏମଏଫରୁ କିପରି ସେତେବେଳର ଜିଲ୍ଲାପାଳ କାର୍ଯ୍ୟ କରିବା ପାଇଁ ରାଜିହେଲେ ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି।ସେତେବେଳର ପିଡି କିପରି ଜିଲ୍ଲାପାଳଙ୍କୁ ଡିଏମଏଫ ଫାଇଲ ପଠାଇଲେ ? ସେ କଣ ଜାଣି ନ ଥିଲେ କି ଏତେ ଗୁଡାଏ ଡିଏମଏଫ ଅର୍ଥ କାର୍ଯ୍ୟ କରିବା ପାଇଁ ଟେଣ୍ଡରର ଆବଶ୍ୟକତା ରହିଛି ବୋଲି ନା ତାଙ୍କ ଅଗୋଚରରେ ଟେଣ୍ଡର ନ କରାଯାଇ କାମ କରାଗଲା ତାହା ମଧ୍ୟ ତଦନ୍ତ ପରିସରକୁ ଆସିବ ବୋଲି ଚର୍ଚ୍ଚା ହେଉଛି।କଣ ପାଇଁ ଜିଲ୍ଲାପ୍ରଶାସନ କାଳବିଳମ୍ଭ କରୁଛନ୍ତି ଏଥି ନିମନ୍ତେ ରାଜ୍ୟ ସରକାର ୫ଟି ମାଧ୍ୟମରେ ଦୃଢ ପଦକ୍ଷେପ ନେବେ ତ ! ନା କେବଳ ତଦନ୍ତ ଫାଇଲ ଭିତରେ ରହିଯିବ କି ବୋଲି ସାଧାରଣରେ ଅନେକ ପ୍ରଶ୍ନମାନ ଉଠୁଛି।ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ କାର୍ଯ୍ୟାଳୟକୁ ଉକ୍ତ ଡିଏମଏଫର ସମସ୍ତ କାର୍ଯ୍ୟ କରା ଯିବାକୁ ଦାବି ହେଉଛି।

ଖଣି ପ୍ରଭାବିତ ଅଂଚଳରେ ଶିକ୍ଷା,  ସ୍ୱାସ୍ଥ୍ୟ,  ପାନୀୟ ଜଳ,  ଦକ୍ଷତାବୃଦ୍ଧି, ଜଳସେଚନ,  ପରିବେଶ ସଂରକ୍ଷଣ ଓ ନିୟନ୍ତ୍ରଣ,  ଜଳବିଭାଜିକା, ଶିଶୁ ଓ ମହିଳା ଉନ୍ନୟନ,  ରାସ୍ତା,  ପୋଲ ଇଦ୍ୟାତିର ବିକାଶ ନିମନ୍ରେ ଜିଲ୍ଲା ମିନେରାଲ ଫଣ୍ଠ ଗଠିତ ହୋଇଛି।ଭାରତରେ ଯେତେ ଖଣି ରହିଛି ସେଠାରେ ପ୍ରାୟତଃ ଅନୁସୂଚିତ ଜନଜାତି ଲୋକ ବସବାସ କରନ୍ତି।ସେମାନଙ୍କ ସାମାଜିକ ତଥା ଅନ୍ୟାନ୍ୟ ବିକାଶ ନିମନ୍ତେ ଗଠିତ ଫଣ୍ଠରୁ ଅର୍ଥ ବିନିଯୋଗ କରାଯାଇଥାଏ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସୈାନ୍ଦର୍ଯ୍ୟକରଣ ନିମନ୍ତେ ମିନେରାଲ ଫଣ୍ଢରୁ ୬୩ ଲକ୍ଷ ୯୦ ହଜାର ୭୭୫ ଟଙ୍କା ଖର୍ଚ୍ଚ କରାଯାଇଥିବା କୋରାପୁଟର ଜଣେ ସୂଚନା ଅଧିକାରୀଙ୍କୁ ଦିଆଯାଇଥିବା ତଥ୍ୟରୁ ଜଣାପଡିଥିଲା। ଏଠାରେ ଟେଣ୍ଡର ନ କରାଯାଇ କାମକୁ ୧୪ ଟି ଭାଗରେ ବିଭକ୍ତ କରି ଗୋଟିଏ କାର୍ଯ୍ୟକୁ ୫ ଲକ୍ଷ ଟଙ୍କା ତଳକୁ ରଖାଯାଇ କାର୍ଯ୍ୟ କରାଯାଇଥିବା ଆରଟିଆଇ ତଥ୍ୟରୁ ଜଣାପଡିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.