Home ଓଡ଼ିଶା ଆଜି କେଉଁଠୁ କେତେ ଗିରଫ ?

ଆଜି କେଉଁଠୁ କେତେ ଗିରଫ ?

279

ଭୁବନେଶ‌୍ୱର ୨୮-୯ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବ୍ୟାପୀ ବିଭିନ୍ନ ଡାକ୍ତରଖାନା, ମେଡିକାଲ କଲେଜ, ରକ୍ତ ଭଣ୍ଡାର ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟସ୍ଥି ଓ ଦଲାଲ ମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଧରପକଡ କାର୍ଯ୍ୟକ୍ରମ ଜାରି ରହିଛି। ନିର୍ଦ୍ଦେଶ ମତେ ଆଜି ତା ୨୮.୦୯.୨୦୧୯ ରିଖ ଦିନ ସାରା ରାଜ୍ୟରେ ବିଭିନ୍ନ ଡାକ୍ତରଖାନା ଓ ପରିବହନ କାର୍ଯ୍ୟାଳୟ ମାନଙ୍କରେ ଲୋକ ମାନଙ୍କୁ ଠକୁଥିବା ୩୧ଜଣ ମଧ୍ୟସ୍ଥି ଓ ଦଲାଲ ମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ତେବେ କେଉଁଠୁ କେତେ ଜାଣନ୍ତୁ …

ଆର୍.ଟି.ଓ ଅଫିସ୍ ସମ୍ବନ୍ଧିତ : ଯାଜପୁରରୁ ୯ ଜଣ, ଜଗତସିହପୁରରୁ ଜଣେ, ପୁରୀରୁ ଜଣେ, ଖୋର୍ଦ୍ଧାରୁ ୩ଜଣ, କନ୍ଧମାଳରୁ ୪ଜଣ, କୋରାପୁଟରୁ ୨ ଜଣ, ଝାରସୁଗୁଡ଼ାରୁ ୨ଜଣ।

ସେହିପରି ହସ୍ପିଟାଲରୁ ଗିରଫ ହୋଇଥିବା ଦଲାଲମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଜଣେ, କଳାହାଣ୍ଡିରୁ ୩ ଜଣ, ଭଦ୍ରକରୁ ୨ଜଣ, ଭୁବନେଶ୍ୱରରୁ ୩ ଜଣ ଗିରଫ ହୋଇଛନ୍ତି।

ଏହି ସବୁ ମାମଲାରେ ଗିରଫ ଦଲାଲ ମାନଙ୍କର ନର୍ସିଂହୋମ ମାଲିକ, ରୋଗ ନିରୁପଣ କେନ୍ଦ୍ର, ସ୍ବାସ୍ଥ୍ୟ ଅଧିକାରୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପରିବହନ ଅଧିକାରୀଙ୍କ ସହ ସଂପର୍କ ଅଛି କି ନାହିଁ ନିଦ୍ଧିଷ୍ଟ ଭାବେ ତଦନ୍ତ କରାଯାଇ ଆଇନ୍ ଅନୁସାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି।

ମଧ୍ୟସ୍ଥି ଓ ଦଲାଲମାନଙ୍କ ବିରୁଦ୍ଧରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଓ ଡିସିପି ମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସବୁଦିନ କରାଯିବାକୁ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏବାବଦରେ ସବୁଦିନ ସ୍ଥିତି ସମ୍ବନ୍ଧୀୟ ଏକ ବିବରଣୀ (Situation Report) ପୋଲିସ ମୁଖ୍ୟାଳୟକୁ ପ୍ରଦାନ ପାଇଁ ଆରକ୍ଷୀ ଅଧ୍ୟକ୍ଷକ ମାନଙ୍କୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.