Home ଜଗତସିଂହପୁର ମା ଶାରଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଘାଟନ

ମା ଶାରଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଘାଟନ

29

ତିର୍ତ୍ତୋଲ, ୦୬/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଲକବଜାର ପାଳନ୍ଦା ଖେଳପଡ଼ିଆରେ ମା ଶାରଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶୁଭଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିଭାବେ ସମ୍ବାଦିକ ନିଳାଦ୍ରି ମହାନ୍ତି ଯୋଗଦେଇ କ୍ରିଡ଼ା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ। ଉଦଘାଟନ ଖେଳଟି ଭୁବନେଶ୍ୱର ମହାଦେବ କ୍ରିକେଟ୍ କ୍ଲବ ଓ ରାଣିତୋଳା ଇଶାନେଶ୍ୱର କ୍ରିକେଟ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ପ୍ରଥମେ ଟସ୍ ଜିତି ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୬ ରନ୍ ସଂଗ୍ରହ କରିଥିବାବେଳେ ଇଶାନେଶ୍ୱର କ୍ରିକେଟ୍ କ୍ଲବ ୧୬ ଓଭର ଖେଳି ୯ ୱିକେଟ୍ ହରାଇ ଆବଶ୍ୟକତା ରନ ସଂଗ୍ରହ କରି ସେମିଫାଇନାଲକୁ ଉତ୍ତିର୍ଣ୍ଣ ହୋଇପାରିଛି। ଏହି ଖେଳକୁ ଅମ୍ପେଆର ଭାବେ ସୋମ୍ୟ ରଞ୍ଜନ ସ୍ୱାଇଁ(ରିଙ୍କୁ) ଓ ମହମ୍ମଦ ଏଜାଜ ହୁସେନ ପରିଚାଳନା କରିଥିବାବେଳେ କ୍ରିକେଟ୍ ବାଣୀ ବୁଧଦେବ ମହାରଣା ଓ ଶୁଭାଶିଷ ଦାସ(ଇଂଗ୍ରାଜି) ଭାସ୍ୟକାର ଭାବେ ଯୋଗଦେଇଥିଲେ। ଏହାକୁ ବିକ୍ରମ ରାୟ, ଅଜୟ ପାଣି, ଅନିଲ ଭୋଳ, ମନୋରଞ୍ଜନ ଶଗଡ଼ିଆ, ସାଗର ଦାସ, ଜିତେନ୍ଦ୍ର ମହାପାତ୍ର, ଶଙ୍କର ଟୁଡ଼ୁ, ବିଜୟ ଟୁଡ଼ୁ, ରାଜେଶ ମହାପାତ୍ର, ରଶ୍ମି ରଞ୍ଜନ ଦାସ, ଦେବୀପ୍ରସାଦ ରାୟଙ୍କ ସମେତ ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.