Home କୋରାପୁଟ ମସ୍ତିପୁଟରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ

ମସ୍ତିପୁଟରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ

233

କୋରାପୁଟ ୩୧-୦୩-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟଠାରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।କୋରାପୁଟ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥି କୃଷ୍ଣଚନ୍ଦ୍ର କୁଲଦୀପ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏହି ଅବସରରେ ବିଜେଡିର ବରିଷ୍ଠ ବିଜେଡି କର୍ମି ଯୀଶୁଦାନ ଖୋସଲା ଓ ରଣାସାହିର ୨୦ ରୁ ଉର୍ଦ୍ଧ୍ୱ ଯୁବକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ।ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ବାବୁଲା ବେନିଆ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଗଦୀଶ ଖୋସଲା, କୋରାପୁଟ ବ୍ଲକ କଂଗ୍ରେସ କମିଟି ଉପସଭାପତି ପ୍ରହଲ୍ଲାଦ ଖରା, ସୁଧାକର ବେନିଆ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.