Home Top News ମାହାଙ୍ଗା ଡବର ମର୍ଡର ଘଟଣା: ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରୁ ପୋଲିସ –...

ମାହାଙ୍ଗା ଡବର ମର୍ଡର ଘଟଣା: ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରୁ ପୋଲିସ – କଂଗ୍ରେସ

41

ଭୁବନେଶ୍ୱର ୮.୧ (ଓଡ଼ିଆ ପୁଅ) – ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସର ନିଷ୍କ୍ରିୟତା ଓ ପକ୍ଷପାତିତା ପୁଣି ଥରେ ପଦାରେ ପଡିଛି। ଏହି ଘଟଣାରେ ସିଧାସଳଖ ଭାବରେ ଏତଲାରେ ପଂଚାୟତରାଜ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଥିବାବେଳେ ପୋଲିସ ସପ୍ତାହେ ହେଲାଣି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିବା ସହିତ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ମନ୍ତ୍ରୀ ପୋଲିସ ଉପରେ ଚାପ ପକାଇବାରେ ସଫଳ ହୋଇଥାନ୍ତୁ ନତୁବା ପୋଲିସ ମନ୍ତ୍ରୀଙ୍କୁ ଡରି ତଦନ୍ତ ପରିସରଭୁକ୍ତ କରୁନାହିଁ। ଯେହେତୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଏତଲାରେ ମାହାଙ୍ଗା ପୋଲିସ ଅଭିଯୁକ୍ତ ଭାବରେ ଦର୍ଶାଇଛି, ତେଣୁ ତୁରନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.