Home ଜିଲ୍ଲା ପରିକ୍ରମା ବିବାହିତାଙ୍କ ପ୍ରତି ଶ୍ୱଶୁରଘର ଲୋକଙ୍କ ପାଶବିକ ଘୃଣ୍ୟ ଅତ୍ୟାଚାର , ମହିଳା ମଣ୍ଡଳ ଓ ପୀଡିତାଙ୍କ...

ବିବାହିତାଙ୍କ ପ୍ରତି ଶ୍ୱଶୁରଘର ଲୋକଙ୍କ ପାଶବିକ ଘୃଣ୍ୟ ଅତ୍ୟାଚାର , ମହିଳା ମଣ୍ଡଳ ଓ ପୀଡିତାଙ୍କ ପରିବାର ବସିଲେ ଧାରଣାରେ

33

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ବିବାହିତା ମହିଳାଙ୍କ ପ୍ରତି ତାଙ୍କ ଶ୍ୱଶୁରଘର ଲୋକେ ଦୀର୍ଘ ବର୍ଷ ଧରି ପାଶବିକ ଅତ୍ୟାଚାର କରିଆସୁଥିବାବେଳେ ସ୍ଥାନୀୟ ଥାନାଧିକାରୀ ଅଭିଯୁକ୍ତଙ୍କୁ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ଘଣ୍ଟ ଘୋଡାଇ ଆସୁଥିବା ବିରୁଦ୍ଧରେ ଆଜି ପୀଡିତା ନିଜର ସନ୍ତାନ ଓ ସ୍ଥାନୀୟ ମହିଳା ମଣ୍ଡଳ ସହ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୋଗକାରିଣୀ ମନୋରମା ମହାନ୍ତି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ସେ ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ଇନ୍ଦିରିଆ ଗ୍ରାମନିବାସୀ ଭାଗୀରଥି ରାଉଳଙ୍କ କନ୍ୟା ଅଟନ୍ତି । ସେ ଉକ୍ତ ଥାନା ଅଧୀନସ୍ଥ କାଳୀମେଘା ଗ୍ରାମର ରତିକାନ୍ତ ମହାନ୍ତିଙ୍କୁ ଦୀର୍ଘ ୧୨ ବର୍ଷ ଧରି ବିବାହ କରିଆସୁଥିଲେ ମଧ୍ୟ ଶ୍ୱଶୁରଘର ଲୋକେ ତାଙ୍କ ପ୍ରତି ପାଶବିକ ଅତ୍ୟାଚାର ସହ ଜୀବନରୁ ମାରିଦେବା ଭଳି ଉଦ୍ୟମ କରିଆସୁଛନ୍ତି । ସେ ଏ ସଂପର୍କରେ ନିଜ ପିତ୍ରାଳୟକୁ ଜଣାଇବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲେ ବି ସେମାନେ ତାହାକୁ ମାନିନଥିଲେ । ଏପରିକି ତାଙ୍କର ସ୍ୱାମୀ ରତିକାନ୍ତ, ଶାଶୁ ମାନସୀ ଓ ବଡଯାଆ ଝରଣା ତାଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରିବା ସହ ଦେଢଶୁର ଲକ୍ଷ୍ମୀକାନ୍ତ ତାଙ୍କୁ ଅର୍ଦ୍ଧ ଉଲଗ୍ନ ସହ ଚୁଟି ଧରି ଗାଁ ରାସ୍ତାରେ ଗୋଡାଇ ଗୋଡାଇ ପିଟି ସର୍ବସାଧାରଣରେ ହତ୍ୟା ଉଦ୍ୟମ କରିଥିଲେ । ସେ ଏ ସଂପର୍କରେ ସ୍ଥାନୀୟ ତିହିଡି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ମନୋରମା ନିଜର ଦୁଇପୁଅ ଓ ଗୋଟିଏ ଝିଅର ଭବିଷ୍ୟତକୁ ଆଖି ଆଗରେ ରଖି ଗତ ନଭେମ୍ବର ୧୮ ତାରିଖ ଦିନ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମୁଖରେ ଧାରଣାରେ ବସିବାର ନିଷ୍ପତ୍ତି ନେଇଥିବାବେଳେ ସଂପୃକ୍ତ ଭାରପ୍ରାପ୍ତ ଥାନାଧିକାରୀ ତାଙ୍କ ପ୍ରତି ନ୍ୟାୟ ପ୍ରଦର୍ଶନ କରାଯିବାର ପ୍ରତିଶ୍ରୁତି ଦେବାରୁ ସେ ସେଥିରୁ ବିରତ ହୋଇ ଅଭିଯୁକ୍ତ ୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ବାଧ୍ୟହୋଇ ପୂର୍ବ ଘୋଷଣା ମତେ ଆଜି ନିଜର ସନ୍ତାନମାନଙ୍କ ସହ ତିହିଡି ମହିଳା ମଣ୍ଡଳ ଓ ଗ୍ରାମବାସୀଙ୍କ ସହ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ତେବେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ତାଙ୍କୁ ଡକାଇ ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତିନ ପଣ୍ଡାଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେବାପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.