Home ଓଡ଼ିଶା କରୋନା ମହାମାରି ବେଳେ କାଳ ବୈଷାଖୀର ତାଣ୍ଡବ, ଝଡବର୍ଷା ଉଜାଡିଦେଲା କଦଳୀ ଚାଷୀଙ୍କ ଭାଗ୍ୟ

କରୋନା ମହାମାରି ବେଳେ କାଳ ବୈଷାଖୀର ତାଣ୍ଡବ, ଝଡବର୍ଷା ଉଜାଡିଦେଲା କଦଳୀ ଚାଷୀଙ୍କ ଭାଗ୍ୟ

398

ମାଲକାନଗିରି,୮ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ପାଇଁ ଲକ ଡାଉନ ପରିସ୍ଥିତି ଦେଖା ଦେଇଥିବା ବେଳେ କାଳ ବୈଷାଖୀ ଝଡବର୍ଷା ଉଜାଡିଦେଇଛି ମାଲକାନଗିରି ଜିଲ୍ଲାର କଦଳୀ ଚାଷୀଙ୍କ ଭାଗ୍ୟ । କେବଳ ଏମଭି୯ ଗ୍ରାମର ୩୦ଜଣ ଚାଷୀଙ୍କ ପ୍ରାୟ୭୦ ଏକରରୁ ଉର୍ଦ୍ଦ ଫଳନ୍ତି କଦଳୀ ଗଛ ଝଡବର୍ଷାରେ ଭାଙ୍ଗି ଧୁଳିସାତ ହୋଇ ଯାଇଛି । ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ଝଡବର୍ଷା ହୋଇ ବ୍ୟାପକ କ୍ଷୟ କ୍ଷତି ଘଟାଇଛି । ପ୍ରବଳ ବେଗରେ ପବନ ସାଙ୍ଗକୁ ଅଦିନିଆ ଝଡବର୍ଷା ହୋଇ ମାଲକାନଗିରି ଜିଲ୍ଲା ଗୌଡଗୁଡା ପଚାଂୟତ ଏମଭି୯ ଗ୍ରାମର ୩୦ଜଣ ଗରିବ ଚାଷୀ ବ୍ୟାଙ୍କରୁ ରୁଣକରି ୭୦ଏକର ରୁ ଉର୍ଦ୍ଦ ଜମିରେ କଚାଂ ଓ ପାଚଲା କଦଳୀ ଚାଷ କରିଥିଲେ । କଦଳୀ କାନ୍ଧୀଗୁଡିକ ପାକଳ ହୋଇନଥିବା ବେଳେ ହଟାତ କାଳବୈଷାଖୀ ପବନରେ କଦଳୀଗଛ ଗୁଡିକ ଭାଙ୍ଗି ପଡି ୭୦ ଏକର କଦଳୀ ଚାଷ ଧୁଳିସାତ ହୋଇ ଯାଇଛି । ଏହି ଚାଷିମାନେ ଏକର ପିଛା ୬୦ହଜାର ଟଙ୍କା ଖର୍ଚକରି କଦଳୀ ଚାଷ କରିଥିଲେ, ସେମାନେ ସେଥିରୁ କଦଳୀ ଅମଳ କରି ପ୍ରାୟ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତେ , ଏବେ ଚାଷ ଉଜୁଡିଗଲା ବ୍ୟାଙ୍କ ଓ ଲ୍ୟାମ୍ପସରୁ କରିଥିବା ରୁଣକିପରି ସୁଜିବେ ସେନେଇ ଚାଷୀ ମାନେ ହତାସ ହୋଇପଡି ମନ ଦୁଃଖରେ ମୁଣ୍ଡରେ ହାତଦେଇ ବସିଛନ୍ତି । ଲକ୍ଷାଧିକ ଟଙ୍କାର କଦଳୀ ଚାଷ ନଷ୍ଠ ହୋଇଯାଇ ଥିଲେ ବି ଏପର୍ଯ୍ୟନ୍ତ କୌଣସି କୃଷି ଅଧିକାରୀ କି ଉଦ୍ୟାନ ବିତ ଅଧିକାରୀ ସେହି ଗାଁକୁ ପରିଦର୍ଶନରେ ଯାଇ ନଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରବଳ ବେଗରେ ପବନ ସାଙ୍ଗକୁ ଅଦିନିଆ ଝଡବର୍ଷା ହୋଇ ମାଲକାନଗିରି ଜିଲ୍ଲାସଦର ମହକୁମା ଟେକବାଡି ସାହି,କେତେଜଣଙ୍କ ଘରଉପରେ ଗଛ ଉପୁଡି ପଡି ଘର ଭାଙ୍ଗି ଯାଇଥିବାର ଜଣାପଡିଛି । ଶାସ୍ତ୍ରୀନଗର ରେ ବିଧବା ମହିଳା ଶେଫାଳୀ ସିଲ ଙ୍କ ଘରର ଟିଣଛପର ଉଡାଉ ନେଇଯାଇ ଥିବାରୁ ଖୋଲା ଆକାଶ ତଳେ ପରିବାର ଧରି ରହିଛନ୍ତି । ଜିଲ୍ଲାହସପିଟାଲର କାଚ,ଝରକା,କବାଟ ସବୁ ଭାଙ୍ଗି ଯାଇଛି ।ପଦ୍ମଗିରି, ଝରାପାଲି, ପାଣ୍ଡ୍ରୀପାଣି, ସତିଗୁଡା, କୋରକୁଣ୍ଡା, ବିଭିନ୍ନ ଅଚଂଳରେ ଟିଣ,ଚାଳ ଛପର ଘର ସବୁ ଉଡାଇନେବା ସହ ଅନେକ ସ୍ଥାନରେ ଗଛ,ବିଦ୍ୟୁତ ଖୁଟଂ ସବୁ ଉପୁଡିପଡି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଗତ ଦୁଇଦିନହେଲା ଅପରାହ୍ନ ଠାରୁ ଏହି ଝଡ ବର୍ଷା ଆରମ୍ଭ ହୋଇ ଯାଉଥିବାରୁ ଠିକ ଭାବେ ବିଦ୍ୟୁତ ସେବା ଓ ଟେଲିଫୋନ, ଇଟଂରନେଟ ସେବା ଜିଲ୍ଲାବାସୀ ପାଇପାରୁନାହାଁନ୍ତି । ଗୋଟିଏ ପଟେ କରୋନାର ଭୟ ଅନ୍ୟପଟେ ଅଦିନିଆ ଝଡବର୍ଷା ମାଲକାନଗିରି ଜିଲ୍ଲାର ଗରିବ ଲୋକଙ୍କୁ ଅସହାୟ କରିପକାଇଛି ।ଏହି କୌଳବୈଶାଖୀ ଝଡବର୍ଷାରେ ବିଭିନ୍ନ ଅଚଂଳରେ ଟିଣ,ଚାଳ ଛପର ଘର ସବୁ ଉଡାଇନେବା ସହ ଅନେକ ସ୍ଥାନରେ ଗଛସବୁ ଉପୁଡିପଡି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବିଦ୍ୟୁତ ଫୋନ,ଇଟଂରନେଟ ସେବା ବନ୍ଦ ହୋଇଯାଇଛି । ଗୋଟିଏ ପଟେ କରୋନାର ଭୟ ଅନ୍ୟପଟେ ଅଦିନିଆ ଝଡବର୍ଷା ମାଲକାନଗିରି ଜିଲ୍ଲାର ଗରିବ ଲୋକଙ୍କୁ ଅସହାୟ କରିବାସହ ବେଢିଉପରେ କୋରଡା ମାଡ ଶଦୃଶ୍ୟ ହୋଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.