Home କେନ୍ଦ୍ରାପଡ଼ା ମାସ୍କ ନ ପିନ୍ଧିବାରୁ ୧୫୦୦ ଜରିମାନା ଆଦାୟ

ମାସ୍କ ନ ପିନ୍ଧିବାରୁ ୧୫୦୦ ଜରିମାନା ଆଦାୟ

69

କେନ୍ଦ୍ରାପଡ଼ା, ୧୬/୭( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ମାସ୍କ ନ ପିନ୍ଧିବାରୁ ବୁଧବାର ଅତିରିତକ୍ତ ତହସିଲଦାର ଗୋଟିଏ ଦୋକାନରୁ ୧୫୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଏହି ଦୋକାନଟି ମହିପାଳ ଠାରେ ଅବସ୍ଥିତ। ଏହି ଦୋକାନର କର୍ମଚାରୀ ଓ ଗ୍ରାହକ ମାସ୍କ ପିନ୍ଧି ନ ଥିବା ଜଣେ ବୁଦ୍ଧିଜୀବୀ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ଫଳରେ ତହସିଲଦାର ହେମଲତା ବାହାଲିଆ ଅତିରିକ୍ତ ତହସିଲଦାର ନମିତା ବାରିକଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ଅଭିଯୋଗ ପାଇବା ପରେ ଅତିରିକ୍ତତ ତହସିଲଦାର ନମିତା ବାରିକ ଚଢାଉ କରି ୧୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.