Home ଓଡ଼ିଶା ନୟାଗଡ଼:ଓଡ଼ିଶା ଯାତ୍ରା ଜଗତର ଖ୍ୟାତାନାମା କଳାକାର ତଥା ନିର୍ଦ୍ଦେଶକ ରଘୁନାଥ ପାତ୍ରଙ୍କ ହୃଦଘାତରେ ମୃତ୍ୟୁ

ନୟାଗଡ଼:ଓଡ଼ିଶା ଯାତ୍ରା ଜଗତର ଖ୍ୟାତାନାମା କଳାକାର ତଥା ନିର୍ଦ୍ଦେଶକ ରଘୁନାଥ ପାତ୍ରଙ୍କ ହୃଦଘାତରେ ମୃତ୍ୟୁ

211

ନୟାଗଡ଼, ୧୬ା୭:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ିଶା ଯାତ୍ରା ଜଗତର ଖ୍ୟାତାନାମା କଳାକାର ତଥା ନାଟ୍ୟ ନିର୍ଦ୍ଦେଶକ ରଘୁନାଥ ପାତ୍ର(୫୯)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇ ପଡିପଡ଼ିବାରୁ ସେ ଟଳି ପଡ଼ିଥିଲେ। ତାଙ୍କୁ ନିଜ ଗ୍ରାମ ନନ୍ଦିଘୋର ଯାତ୍ରାବରପାଟଣା ଗାଁରୁ ଶରଣକୁଳ ଡାକ୍ତରଖାନା ନେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟର ବିଭିନ୍ନ ଯାତ୍ରା ପାର୍ଟିରେ ସେ ନିଖୁଣ ଅଭିଅନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବାବେଳେ ବିଭିନ୍ନ ସୌଖିନ ଯାତ୍ରା ନାଟକରେ ନୂଆ ଢାଂଚାରେ ନିର୍ଦ୍ଦେଶନା ଦେଇ ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲେ। ସେ ମା’ମଙ୍ଗଳା ଅପେରା, କଳିଙ୍ଗ ଗଣନାଟ୍ୟ ଆଦି ଯାତ୍ରାରେ ୫୦ରୁ ଉର୍ଦ୍ଧ୍ୱ ନାଟକରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକଦା କଳିଙ୍ଗ ଗଣନାଟ୍ୟର ‘ଫୁଲ ଆଣିିଥିଲି ଫୁଲବାଣୀରୁ’ ନାଟକରେ ଫୁଲର ବାପା ଭୂମିକାରେ ନିଚ୍ଛକ ଅଭିନୟ କରି ସେତେବେଳେ ଦର୍ଶକ ମହଲରେ ଚହଳ ପକାଇଥିଲେ। ତାଙ୍କ ଅଭିନୟର ଶ୍ରେଷ୍ଠତା ପାଇଁ ତାଙ୍କୁ ୧୯୯୬ ମସିହାରେ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ କଳାକାର ସମ୍ମାନରେ ସମ୍ମାନୀତ କରାଯାଇଥିଲାବେଳେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତାଙ୍କ ପ୍ରତିଭାରେ ମୁଗ୍ଧ ହୋଇ ତାଙ୍କୁ ଏକଶହରୁ ଉର୍ଦ୍ଧ୍ୱ ମାନପତ୍ର ପ୍ରଦାନ କରିଛନ୍ତି। ତାଙ୍କ ବିୟୋଗରେ ନନ୍ଦିଘୋର ସରପଂଚ ଶ୍ୱେତାଲୀନା ମିଶ୍ର, ସମିତିସଭ୍ୟ ବ୍ରଜ କିଶୋର ଡାକୁଆ, ପୂର୍ବତନ ଜିଲାପରିଷଦ ଅଧ୍ୟାକ୍ଷା ନଳିନୀ ପ୍ରଭା ସେଠୀ, ସୁଧାକର ଷଡ଼ଙ୍ଗୀ, ମନୋଜ କୁମାର ପଟ୍ଟନାୟକ, ସାମଜସେବୀ ଗଜେନ୍ଦ୍ର କୁମାର ମହାରଣା, ସୁରେନ୍ଦ୍ର କୁମାର ନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ନାରାୟଣ ଘଡ଼େଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.