Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବ ଶୁଭାରମ୍ଭ ,ଦୁଲଦୁଲି ବାଜାସାଙ୍ଗକୁ ବିରାଟ କଳସ ଯାତ୍ରା

ମାଲ୍ୟବନ୍ତ ମହୋତ୍ସବ ଶୁଭାରମ୍ଭ ,ଦୁଲଦୁଲି ବାଜାସାଙ୍ଗକୁ ବିରାଟ କଳସ ଯାତ୍ରା

182

ମାଲକାନଗିରି,୭ା୨ (ଓଡିଆ ପୁଅ ) ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ-୨୦୧୯ର ଶୁଭାରମ୍ଭ ଆଜି ହୋଇଯାଇଛି । ମାଲକାନଗିରି ଜିଲ୍ଲା ରେ ଆଦିବାସୀ କଳାସଂସ୍କୃତିକୁ ବଚାଂଇ ରଖି ଦେଶବିଦେଶରେ ପ୍ରଚାର ପ୍ରସାର କରିବାସହିତ ରାଜ୍ୟ ଓ ଦେଶ ବାହରର କଳାକାରମାନଙ୍କ କଳାଚାତୁରି କୁ ଜାଣିବାପାଇଁ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭହୋଇଛି । ଗତ ୨ତାରିଖରେ ଆନ୍ଦ୍ର,ଛତିଶଗଡ,ତେଲାଙ୍ଗାନା ରାଜ୍ୟ ସୀମାନ୍ତ ମୋଟୁ ମୁଗିପଏଟଂ ତ୍ରୀନଦୀ ସଂଙ୍ଗମସ୍ଥଳରୁ ପବିତ୍ର ଜଳ କଳସ ଯାତ୍ରାରେ ଅଣାଯାଇ ମାଲକାନଗିରି ଜିଲ୍ଲା ସଦରମହକୁମା ଜଗନ୍ନାଥ ମନ୍ଦିରରେ ରଖାଯାଇଥିଲା । ଆଜି ଉତ୍ସବର ପ୍ରଥମଦିବସ ହୋଇଥିବାରୁ ଆଜି ସକାଳେ ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଥିବା ଜଗନ୍ନାଥ ମନ୍ଦିରରୁ ଶୁଭ ଜଳପୁଣ୍ଣ ର୍କଳସ ଶୋଭା ଯାତ୍ରାରେ କଳାହାଣ୍ଡିର ଦୁଲଦୁଲି ବାଜା ,ବଣ୍ଡା,କୋୟା, ପରଜା, ଭୁମିୟା, ଦୁରୁଆ ଆଦିବାସୀ ଢେମସା,ବଙ୍ଗୀୟଭାଷାଭାଷି ମହିଳାଙ୍କ ଡ୍ରମ ବାଜା,ସାନ୍ତାଳ,ି ଜୋଡିଶଙ୍ଖ ବାଜା ଓ ନୃତ୍ୟର ତାଳେତାଳେ ସହରପରିକ୍ରମା କରାଯାଇ ଡିଏନକେ ମଇଦାନ ମାଲ୍ୟବନ୍ତମଣ୍ଡପ ନିକଟକୁ ନିଆଯାଇ ସେଠାରେ ସ୍ଥାପନାକରାଯାଇଛି । ଏହି କଳସ ଯାତ୍ରାରେ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା, ଜିଲ୍ଲାସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ଜିଲ୍ଲାପାଳ ମନୀଷଅଗ୍ରଓୟାଲ,ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଏଫଓ ପ୍ରଦୀପ ମିରସେ,ପୁବ ର୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ୍ମିନୀମୁଦୁଲି, ତହସିଲଦାର ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ,ପୁବ ର୍ତନ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର,ଡିଆରଡିଏ ଏପିଡି ମାନସ କୁମାର ମିଶ୍ର,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ପୁବ ର୍ତନ ଜିଲ୍ଲାସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ଆଡମା ରାବା,ଅଧ୍ୟାପକ ରଜଂନକୁମାର ସ୍ୱାଇଁ,ପୁବ ର୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବୁରଦା, ଜିଲ୍ଲାଆଦିବାସୀ ସମାଜ ମହାସଂଘର ଘେନୁମୁଦୁଲି,ପ୍ରମୁଖ ଜିଲ୍ଲାସ୍ତରୀୟ ବ୍ଲକ ସ୍ତରୀୟ ଅଧିକାରି ବିଭିନ୍ନ ରାଜନୈତିକ ନେତା, ଗଣମାଧ୍ୟମ ପ୍ରତିନିଧି,ଓକିଲ ସଂଘ, ଜନସାଧରଣ ଉପସ୍ଥିତ ଥିଲେ । ଖୁସିରେ କଳସ ସୋଭାଯାତ୍ରାରେ ଜିଲ୍ଲାପାଳ, ବିଧାୟକ,ଉପଜିଲ୍ଲାପାଳ ଙ୍କ ସହିତ ଅନ୍ୟାନ ଅଧିକାରୀ ମାନେ ନୃତ୍ୟଦଳ ସାଥିରେ ରାସ୍ତାରେ ହାତ ଧରାଧରି ହୋଇ ନୃତ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.