Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ପୁଲିସର ସଫଳତା,ମାଓକ୍ୟାମ୍ପଉପରେ ଚଡଉ ବିପୁଳ ପରିମାଣର ବନ୍ଧୁକ, ଗୋଳାବାରୁଦ ଜବତ

ମାଲକାନଗିରି ଜିଲ୍ଲା ପୁଲିସର ସଫଳତା,ମାଓକ୍ୟାମ୍ପଉପରେ ଚଡଉ ବିପୁଳ ପରିମାଣର ବନ୍ଧୁକ, ଗୋଳାବାରୁଦ ଜବତ

96

ମାଲକାନଗିରି,୭ା୨(ଓଡିଆ ପୁଅ ) ମାଓବାଦୀ ପୁଲିସର ଛକାପଝାଂ ଲୁଚକାଳି ଖେଳ ମଧ୍ୟରେ ମାଲକାନଗିରି ଜିଲ୍ଲାପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ସ୍ୱାଭିମାନ ଅଚଂଳର ବିଭିନ୍ନ ମାଓକ୍ୟାମ୍ପରୁ ବିପୁଳପରିମାଣର ଅତ୍ୟାଧୁନିକ ବନ୍ଧୁକ,ଗୋଳାବାରୁଦ,ମାଓସାମଗ୍ରୀ ପୁଲିସ ଜବତ କରିଛି । ଏହି ଜବତ ସାମଗ୍ରୀ ମଧ୍ୟରେ ଅତ୍ୟାଧୁନିକ ଷ୍ଟେନ ଗନ ୩ଟି,ଏଲଏମଜି(ମେସିନ ଗନ) ୧ଟି,ଇନସାସ ରାଇଫଲ୩ଟି,ଏସଏଲଆର ୧ଟି,୩୦୩ରାଇଫଲ ୧ଟି,ପିସ୍ତଲ ୧ଟି,୩୦୩ରାଉଣ୍ଡ ଅଫୁଟା ଗୁଳି,ଏସଏଲଆର ଓ ଅନ୍ୟାନ ବନ୍ଧୁକ ର ୨୧ଟି ମେଗାଜିନ, ଭିଏଚଏଫ, ସ୍କାନର,ଟିଫିନ ବମ,୧୦୦ଗ୍ରାମ ଗନ ପାଉଡର,ପ୍ଳାସ ଲାଇଟ, ୫ବଣ୍ଡଲ ଲ୍ୟଣ୍ଡମାଇନ ତାର,ସହିତ ମାଓ କିଟବ୍ୟାଗ,ଅନ୍ୟାନସାମଗ୍ରୀ ଜବତ ହୋଇଛି, ଏହା ରାଜ୍ୟର ପ୍ରଥମଥର ବଡଧରଣର ମାଓସାମଗ୍ରୀ ଜବତ କରିବାରେ ପୁଲିସ ସଫଳତା ଲାଭକରିଛି । ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରିଶିକେଶ ଡି, ଖିଲାରୀ ଜବତ ସାମଗ୍ରୀ ଗୁଡିକୁ ପ୍ରଦର୍ଶନକରି କହିଥିଲେ ଜାନୁଆରୀ ମାସଠାରୁ ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳରେ ମାଲକାନଗିରି ଜିଲ୍ଲାପୁଲିସ,ବିଏସଏଫ ଯବାନ,କୋବ୍ରାବାହିନି, ଏସଓଜି, ଡିଭିଏଫ ଯବାନ,ଆନ୍ଦ୍ରପ୍ରଦେଶ ପୁଲିସର ମିଳିତ ଭାବେ ମାଓଅପରେସନ ଚାଲିଛି,ଗତ୧୫ତାରିଖରେ ସ୍ୱାଭିମାନଅଚଂଳ ଗୋଇଗୁଡା ଗ୍ରାମଜଙ୍ଗଲ ରେ ଏସପି ଙ୍କ ନେତୃତ୍ୱରେ ଡିଭିଏଫ, ଏସଓଜି ଯବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓବାଦୀମାନଙ୍କ ସହିତ ଗୁଳିବନିମୟ ହୋଇଥିଲା । ମାଓବାଦୀ ମାନେ ଛତ୍ର ଭଙ୍ଗଦେଇ ପଳାଇ ଗଲାପରେ ସେମାନଙ୍କ କ୍ୟାମ୍ପଉପରେ ଚଡଉ କରାଯାଇ କିଛି ମାଓବାଦୀଙ୍କ ବନ୍ଧୁକ.ଇଲୋକଟ୍ରନିକ ସାମଗ୍ରୀ,ସିଡି ଜବତ ହୋଇଥିଲା , ସେହି ଦିନଠାରୁ ସ୍ୱାଭିମାନ ଅଚଂଳର ଦୁର୍ଗମ ଅପହଁଚ ଇଲାକା ଗୁଡିକରେ ସର୍ଚଅପରେସନ କରାଯାଇ ବିଭିନ୍ନ ସ୍ଥାନରେ ମାଓବାଦୀ ମାନେ ଲୁଚାଇରଖିଥିବା ବନ୍ଧୁକ,ଗୋଳାବାରୁଦ,ମାଓସାମଗ୍ରୀ ଜବତ କରିବାରେ ପୁଲିସ ସଫଳ ହୋଇଛି, କୌଣସି ଏକ ବଡଧରଣର ମାଓହିଂସକାଣ୍ଡ ଘଟାଇବା ପାଇଁ ମାଓବାଦୀ ମାନେ ଯୋଜନା କରୁଥିଲେ ,ଏହି ସାମଗ୍ରୀ ଜବତ ହୋଇ ଯିବାପରେ ସେମାନଙ୍କ ହିଂସାକାଣ୍ଡର ଯୋଜନା ପଣ୍ଡ ହୋଇଯାଇଛି ।ସ୍ୱାଭିମାନ ଅଚଂଳରେ ନିୟମିତ ଭାବେ ମାଓଦମନ କାର୍ଯ୍ୟଚାଲିବା ସହିତ ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ତ୍ୱାରାନିତ ହୋଇପାରିଛି ବୋଲି ଏସପି ଶ୍ରୀ ଖିଲାରୀ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଏସଏଫ ଡିଆଇଜି ଏସ.ପି.ଏସ.ସାନ୍ଧୁ,ବିଏସଏଫ କମାଣ୍ଡେଟଂ ଏ.କେ.ଆର୍ଜ୍ୟ ଓ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.