Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବର ପଥଉତ୍ସବ,ରାଜରାସ୍ତରେ ଖୁସି ମନାଇଲେ ସରକାରୀ ଅଧିକାରୀ ଓ ସହରବାସୀ

ମାଲ୍ୟବନ୍ତ ମହୋତ୍ସବର ପଥଉତ୍ସବ,ରାଜରାସ୍ତରେ ଖୁସି ମନାଇଲେ ସରକାରୀ ଅଧିକାରୀ ଓ ସହରବାସୀ

171

ମାଲକାନଗିରି,୧୦ା୨ (ଓଡିଆ ପୁଅ )ରାଜଧାନୀ ଭୁବନେଶ୍ୱରେ ରାଜରାସ୍ତାରେ ରାହାଗିରୀ(ପଥଉତ୍ସବ) ଚାଲିଛି । ସେଥିରୁ ବାଦ ପଡି ନାହିଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା । ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ତୃତୀୟ ଦିବସରେ ଏହି ଉତ୍ସବକୁ ସରସସୁନ୍ଦର କରିବାପାଇଁ ରବିବାର ସକାଳ ୭ଟା ଠାରୁ ଦିନ୧୧ଟା ପର୍ଯ୍ୟନ୍ତ ଜିଲ୍ଲାସଦର ମହକୁମା ରାଜରାସ୍ତରେ ମାଲ୍ୟବନ୍ତ ପଥଉତ୍ସବ ଅନୁଷ୍ଟିତ ହୋଇ ଯାଇଛି, ଜିଲ୍ଲାସଦର ମହକୁମା ବାଲିମେଳା ଛକ ଠାରୁ ପୌରପରିଷଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟ ରାଜରାସ୍ତାରେ ପଥଉତ୍ସବ କରା ଯାଇଛି,ଏହି ଅବସରେ ବିଭିନ୍ନ ବର୍ଗର ମହିଳା,ଯୁବତୀ .ଛାତ୍ରୀ ,ତୃତୀୟ ଲିଙ୍ଗ ମାନଙ୍କ ମଧ୍ୟରେ ଝୋଟି,ଚିତା ପ୍ରତି ଯୋଗୀତା, ଯୁବକ ଓ ବରିଷ୍ଠବାଗରିକ ଙ୍କ ମଧ୍ୟରେ ଯୋଗ ଆସନ,ମେଲୋଡି, ସ୍କେଟିଂ, ଖୋଖୋ,ନୃତ୍ୟ,ସଙ୍ଗୀତ ସହ ନାନାପ୍ରକାର ଖେଳ କସରତ ରାଜ ରାସ୍ତାରେ ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀଙ୍କ ସହିତ ସହରର ସବୁ ବର୍ଗର ଲୋକମାନେ ଭାଗନେଇ ମଉଜ ମଜଲିସ କରିବାର ସୁଯୋଗ ପାଇଥିଲେ । ମାଲକାନଗିରି ଜିଲ୍ଲାରେ ଅନୁଷ୍ଟିତ ପଥଉତ୍ସବକୁ ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି । ରାଜ ରାସ୍ତାରେ ବିଭିନ୍ନ ଛକ ମାନଙ୍କରେ ୪ଟି ନୃତ୍ୟମଣ୍ଡପ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ,ଆଓମା ର ଛାତ୍ର ଛାତ୍ରୀ ,ସ୍ଥାନୀୟ ଜନସାଧରଣ ନୃତ୍ୟସଂଙ୍ଗୀତ ଓ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥିଲେ ।ଛୋଟ ଛୋଟ ପିଲାମାନେ ରାଜରାସ୍ତାରେ ନିର୍ଭୟରେ ସ୍କେଟିଂ ଖେଳ ଖେଳୁଥିଲେ,ଝିଅ,ବୋହୁ ମାନଙ୍କର ସୁନ୍ଦର ଭାବେ ମୁରୁଜ ଝୋଟି ପକାଇବା ଦୃଶ୍ୟ କୁ ଜନସାଧରଣ ମନଭରି ଦେଖିଥିଲେ । ଅଲଓଡିଶା ମାର୍ଶଲ ଆର୍ଟର ଛାତ୍ର ଛାତ୍ରୀ ମାନେ କାରେଟ.ଜୁଡୋ, ଓଡଶୀ ନତ୍ୟ,ଆରକ୍ଷୀ ଝଙ୍କାର ପକ୍ଷରୁ ମେଲୋଡି ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଓ ସାଧାରଣ ବର୍ଗର ମହିଳା ଓ ପୁରଷ ମାନେ ଉପସ୍ଥିତରହି ନାଚଗୀତରେ ଭାଗନେଇଥିଲେ ।ମୁଖ୍ୟଅତିଥି ଶ୍ରୀ ମାଡକାମିଙ୍କ ସହ ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହଲିସଦାର ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ, ଡିଆରଡିଏ ଏପିଡି ମାନସ କୁମାର ମିଶ୍ର,ସହକାରି ଜିଲ୍ଲାପାଳ ଶଶାଙ୍କ ମିଶ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ମାଲକାନଗିରି ଥାନାଅଧିକାରୀ ରାମପ୍ରସାଦ ନାଗ,ଜିଲ୍ଲାରେଡକ୍ରସ ସଂପାଦକ ଅଧ୍ୟାପକ ରଂଜନ କୁମାର ସ୍ୱାଇଁ,ସମାଜସେବୀ ଭାସ୍କର ଚନ୍ଦ୍ରବେହେରା,ଜି. ଶ୍ରୀନିବାସ ରାଓ, ପ୍ରମୁଖ ଯୋଗଦେଇ ସହରବାସୀଙ୍କ ସହିତ ବାଦ୍ୟସଂଗୀତର ତାଳେ ତାଳେ ନୃତ୍ୟ କରିଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚାଲିଥିବା ପଥଉତ୍ସବ ସ୍ଥାନୀୟ ଜନସାଧରଣ ଓ ଯୁବକ ଯୁବତୀ ମାନଙ୍କ ଲୋକାୟିତ କଳାସଂସ୍କୃତି ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସହିତ ଏହି ଉତ୍ସବ ଦ୍ୱାରା ସେମାନଙ୍କ ଲୁକାୟିତ ପ୍ରତିଭାକୁ ଜନସାଧରଣ ଜାଣିପାରିବେ ବୋଲି ମଚାଂଶିନ ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ବିନାଶ କୁମାର ମିଶ୍ର ପରିଚାଳନା କରିଥିଲେ ,ଜିଲ୍ଲାପ୍ରଶାସନ ର ଏହି ଅଭିନବ ପ୍ରୟାସକୁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.