Home କେନ୍ଦୁଝର ବାଇକ ଦୁର୍ଘଟଣାରେ ୨ ଯୁବକ ଗୁରୁତର

ବାଇକ ଦୁର୍ଘଟଣାରେ ୨ ଯୁବକ ଗୁରୁତର

399

ଘଟଗାଁ,୧୦/୦୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ ଦୁବୁଲାବେଡା ଛକ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ହୋଇ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମକାସୁକିଲା ଗ୍ରାମର ଅନିଲ କୁମାର ନାଏକ ତାଙ୍କ ମାମୁଙ୍କ ପୁଅ ବିଜୟ କୁମାର ନାଏକଙ୍କ ସହ ବାହାଘର କାର୍ଡ ବାଣ୍ଟି ଏକ ବାଇକରେ ଘରକୁ ଫେରିବା ବେଳେ ଦୁବୁଲାବେଡା ଛକ ନିକଟରେ ଛିଡା ହୋଇଥିବା ଏକ ୪୦୭ ଗାଡି ପଛପଟେ ବାଇକଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ ଦୁଇଜଣ ଗୁରୁତର ଆହାତ ହୋଇଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନୀଶମ ବାହିନୀ ପହଚିଁ ଉଭୟଙ୍କୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ଡାକ୍ତର ଚିକିତ୍ସା ଜାରିରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.