Home ଓଡ଼ିଶା ରାଜ୍ୟର ପ୍ରଥମ କାଡାଭାରିକ କିଡନୀ ପ୍ରତ୍ୟାରୋପଣ : ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଥମ କାଡାଭାରିକ କିଡନୀ ପ୍ରତ୍ୟାରୋପଣ : ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

346

ଭୁବନେଶ୍ବର ୧୦-୨ (ଓଡ଼ିଆ ପୁଅ) ଗତ ୪ ତାରିଖ ଦିନ ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମରୁ ପି.ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡନୀ ଦୁଇଟିକୁ ସଫଳତାର ପ୍ରହ ପ୍ରତ୍ୟାରୋପଣ କରି ଦୁଇ ଜଣଙ୍କ ଜୀବନ ରକ୍ଷା କରିଥିବା ଏସ୍.ସି.ବି ମେଡିକାଲ କଲେଜ, କଟକ ଏବଂ ଆପୋଲ ହସପିଟାଲ ଭୁବନେଶ୍ବରର ଡାକ୍ତରମାନଙ୍କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭେଟି ସେମାନଙ୍କର ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ପ୍ରଥମ ବାଡ଼ାଭାରିକ କିଡନୀ ପ୍ରତ୍ୟାରୋପଣକୁ ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକ୍ତରମାନଙ୍କର ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ। ଅଗାମୀ ଦିନରେ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ପହଯୋଗ ଯୋଗାଇ ଦେବା ପାଇଁ ଏ ଦିଗରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ବ ଦେଇଥିଲେ।

ସୂଚନାଯୋଗ୍ୟ ଯେ ମୃତ୍ୟୁ ପରେ ଅଙ୍ଗ ଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସୁରଜ (ସମ୍ମାନ ଘୋଷଣା କରିଛନ୍ତି) ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ମଧ୍ୟ ତାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ମୃତ ବ୍ୟକ୍ତିଙ୍କର ଅଙ୍ଗ ଦାନ ଏକ ମହତ୍ ଦାନ ଏବଂ ଏହାଦ୍ବାରା ଅନ୍ୟମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ, ସେଥିପାଇଁ ଆବଶ୍ୟକ ପଡିଲେ ହେଲିକେପ୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ପ୍ରାରମ୍ଭରେ ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ। କଟକ ଏସ୍.ସି.ବି ମେଡିକାଲ କଲେଜର ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡଃ ଚିତ୍ତରଞ୍ଜନ କର ଏବଂ ଆପୋଲ ହସପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡଃ ସମୀର ଦାସ ଅଧିକାରୀ ମୃତ ବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ଏବଂ ପ୍ରତ୍ୟାରୋପଣ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

କୀଡନୀ ପ୍ରତ୍ୟାରୋପଣ ହୋଇଥିବା ଦୁଇ ଜଣ ଯାକ ରୋଗୀ ସୁସ୍ଥ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କଟକ ଏସି.ସି.ବି ମେଡିକାଲ କଲେଜର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଓ ୟୁରୋଲୋଜି ବିଭାଗର ପ୍ରଫେସର ଡ, ଦତ୍ତେଶ୍ଵର ହୋତା, ପ୍ରଫେସର ଜୟଶ୍ରୀ ମହାନ୍ତି, ପ୍ରଫେସର ସରୋଜକାନ୍ତ ସାହୁ, ଡଃ ସବ୍ୟସାଚୀ ପଣ୍ଡା, ସଂଜୟ ଚୌଧୁରୀ, ଡଃ କଲ୍ୟାଣୀବାଳା ନାୟକ, ଡଃ ରୁଦ୍ରାଶିଷ ସାମଲ, ଅନିନ୍ଦିତା ସାବତ, ସୁମନ ସିଂ, ରମାକାନ୍ତ ପଣ୍ଡା, ସାବିତ୍ରୀ ଦାସ ଓ ଡଃ ଏଲ୍.ଏନ୍. ବେହେରା ଏବଂ ଆପୋଲ ହସ୍‌ପିଟାଲର ମିଃ ସୁଧିର ଦିଗିକର, ଡଃ ସମୀରୋନ୍ଦାସ ଅଧିକାରୀ, ଡଃ ଶର୍ମିଲୀ ସିହ୍ନା, ଡଃ ବିବେକାନନ୍ଦ ପଣ୍ଡା, ଡଃ ଦେବବ୍ରତ ଦାଶ, ତ ସୁବ୍ରତ ସାହୁ, ଡଃ ନିତିଷ ମହାନ୍ତି ଏବଂ ମିଃ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.