Home ଓଡ଼ିଶା ମାଲକାନଗିରି ସହର ପ୍ରବେଶ ଦ୍ୱାରା ଚମ୍ପାଖାରୀ ଚେକ ପୋଷ୍ଟ ଠାରେ ଲାଗିଲା ସିସିଟିଭି କ୍ୟାମେରା

ମାଲକାନଗିରି ସହର ପ୍ରବେଶ ଦ୍ୱାରା ଚମ୍ପାଖାରୀ ଚେକ ପୋଷ୍ଟ ଠାରେ ଲାଗିଲା ସିସିଟିଭି କ୍ୟାମେରା

20

ମାଲକାନଗିରି,୩ ।୧୧(ଓଡିଆ ପୁଅ ) ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ମାଲାକନଗିରି ସହର ପ୍ରବେଶ ଦ୍ୱାରା ଚମ୍ପାଖାରୀ ପୁଲିସ ଚେକ ପୋଷ୍ଟ ଠାରେ ଆଜି ଲଗା ଯାଇଛି ଦୁଇଟି ସିସିଟିଭି କ୍ୟାମେରା । ଜିଲ୍ଲାରେ ଦିନକୁ ଦିନ ଚୋରି ଡକାଏତ ଓ ଚୋରାଗଜେଂଇ ଚାଲାଣ ବୃଦ୍ଧି ହେଉଥିବାରୁ ଏହାକୁ ରୋକିବା ପାଇଁ ପୁଲିସର ଏହି ପ୍ରୟାସ ଜାରିରହିଛି । ସହରର ଜଣେ ବିଶିଷ୍ଟ ବ୍ୟବସାୟୀ ସମାଜ ସେବି ଡକ୍ଟର ବିନୋଦ ତାଓ୍ୟରୀ ଏହି ସିସିଟିଭି କ୍ୟାମେରା ,ଟିଭି,ସେଟ ବକ୍ସ ଦାନକରିଛନ୍ତି । ସେ ମାଲକାନଗିରି ସହରର ବାଲିମେଳା ଛକ,ସୁବାଷବୋଷ ଛକ,ଡିଏନକେ ଛକ,ବସଷ୍ଟାଣ୍ଡ ଠାରେ ଲଗା ଯାଇଥିବା ସିସିଟିଭି କ୍ୟାମେରା ଦାନକରିଛନ୍ତି । ଏହି ସିସିଟିଭି କ୍ୟାମେରା ଦ୍ୱାରା ବିଭିନ୍ନ ଅସାଧୁ କାମରେ ଲିପ୍ତ ଥିବା ଅସାମାଜିକ ବ୍ୟାକ୍ତି ଓ ଚୋର ଡକାଏତ ମାନଙ୍କୁ ଧରିବାରେ ସହାୟକ ହୋଇପାରିବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.