Home ଓଡ଼ିଶା କାର ସହ ଗଜେଂଇ ଜବତ ୨ଜଣ ଆନ୍ତରାଜ୍ୟ ଗଜେଂଇ ମାଫିଆ ଗିରଫ

କାର ସହ ଗଜେଂଇ ଜବତ ୨ଜଣ ଆନ୍ତରାଜ୍ୟ ଗଜେଂଇ ମାଫିଆ ଗିରଫ

60

ମାଲକାନଗିରି,୩ା୧୧ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ସ୍ଥ ମୁଦୁଲିପଡା ଥାନା ପୁଲିସ କୁ ମିଳିଛି ସଫଳତା, ଗତ କାଲିରାତ୍ର ପେଟ୍ରୋଲିଂ ସମୟରେ ଦୁଇ ଜଣ ଆନ୍ତରାଜ୍ୟ ଗଜେଂଇ ଚୋରା ଚାଲାଣ କାରି ଗିରଫ ହେବା ସହ କାର ଓ ୫୦ କେଜି ଗଜେଂଇ ଜବତ ହୋଇଛି । ଗୋବିନ୍ଦପାଲି ବାଲିମେଳା ରାଜ୍ୟ ରାଜପଥ ଲମତାଗୁଡା ଗ୍ରାମ ଠାରେ ମଟର ଯାନ ଜାଚଂ ସମୟରେ ବାଲିମେଳା ପାଶ୍ୱର୍ରୁ ଏମପି୨୨ ସିଏ ୩୫୭୩ ନମ୍ବର ଏକ ଟାଟା ଜେଟ କାର ଦୁୃତ ଗତିରେ ଜୟପୁର ଅଭି ମୁଖେ ଯାଉଥିବା ବେଳେ ପୁଲିସ ଅଟକାଇବାରୁ ରହିନଥିଲା । ପୁଲିସ ଗୋଡାଇ କାରଟି କୁ ଧରିଥିଲେ । କାରଟିକୁ ଜାଚଂ କରିବାରୁ ସେଥିରୁ ୫୦କେଜି ଓଜନକ ଗଜେଂଇ କେକ ମିଳିଥିଲା । କାରରେ ବସିଥିବା ୨ଜଣଙ୍କୁ ପୁଲିସ ଗିରଫ କରି ଥାନାକୁ ନେଇ ପଚରା ଉଚରା କରିବାରୁ ଜଣାପଡିଥିଲା । ମଧ୍ୟପ୍ରଦେଶ ସେଓନି ଜିଲ୍ଲାର ସୌରଭ ଭଶଲେ ଓ ବ୍ରଜେଶ ତିଓ୍ୟରୀ ସେ ଦୁଇଜଣ ଚିତ୍ରକୋଣ୍ଡା ଅଚଂଳରୁ ଗଜେଂଇ ଗୁଡିକୁ କ୍ରୟ କରି ମଧ୍ୟପ୍ରଦେଶକୁ ଚାଲାଣ ପାଇନେଉଥିଲେ । ଗଜେଂଇ ଚାଲାଣ କାରିଙ୍କ ଠାରୁ ନଗଦ ୧୩୦୦ଟଙ୍କା,ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି, ଗଜେଂଇ ଚୋରା ଚାଲାଣ କରିବା ଅଭି ଯୋଗରେ ସୌରଭ ଭଶଲେ ଓ ବ୍ରଜେଶ ତିଓ୍ୟରୀ ଙ୍କୁ ଗିରଫ କରାଯାଇ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ଅଶୁଂମାନ ଦ୍ୱବେଦୀ ପ୍ରେସ ନୋଟ ମାଧ୍ୟମରେ ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.