Home ଜିଲ୍ଲା ପରିକ୍ରମା ମାଲକାନଗିରି ସହରରେ ବାର୍ଡ ଫ୍ଲୁ ଆତଙ୍କ ୧୫ଦିନରେ ୮୦୦ରୁଉର୍ଦ୍ଦ କୁକୁଡା ମଡକ

ମାଲକାନଗିରି ସହରରେ ବାର୍ଡ ଫ୍ଲୁ ଆତଙ୍କ ୧୫ଦିନରେ ୮୦୦ରୁଉର୍ଦ୍ଦ କୁକୁଡା ମଡକ

317

ମାଲକାନଗିରି,୨୨ା୨ (ଓଡିଆ ପୁଅ ) ଜିଲ୍ଲାରେ ବାର୍ଡଫ୍ଲୁ ଆତଙ୍କ ଦେକାଦେଇଛି, ଗତ ୧୫ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ  ୮୦୦ରୁ ଉର୍ଦ୍ଦ କୁକୁଡା ମଡକ ହୋଇଥିବାର ଜଣାପଡିଛି ,ସପ୍ତାହକ ତଳେ ଚିତ୍ରକୋଣ୍ଡା ବ୍ଲକ ଅଚଂଳରେ ବାର୍ଡଫ୍ଲୁ ରେ ପ୍ରାୟ୫୦୦ରୁ ଉର୍ଦ୍ଦ ଦେଶିକୁକୁଡା ଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ତିନିଦିନ ମଧ୍ୟରେ ମାଲକାନଗିରି ସହର ରେ ପ୍ରାୟ ୧୦୦ରୁ ଉର୍ଦ୍ଦ ଦେଶିକୁକୁଡାଙ୍କ ମଡକ ହୋଇଛି ।ଏହି ବାର୍ଡଫ୍ଲୁ ସୀମାନ୍ତ ଆନ୍ଦ୍ରପ୍ରଦେଶରେ ଦେଖା ଦେଇଥିବା ବେଳେ ଏହା ଏବେ ମାଲକାନଗିରି ଜିଲ୍ଲାକୁ ବ୍ୟାପି ଜିଲ୍ଲାରେ ବାର୍ଡଫ୍ଲୁ ଆତଙ୍କ ଦେଖା ଦେଇଛି । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ୧୧୯କଲୋନିର ବାସନ୍ତି ଖରା ଙ୍କ ୨୫ଟି ଦେଶି କୁକୁଡା,ସୁବାଷିନି ଛତ୍ରୀଆ୨୦ଟି କୁକୁଡା,ମଜୁଂଳାବାଘଙ୍କର୧୦ଟି,ଶୁସମା ଖରାଙ୍କର ୧୦ଟି,ନାଜବିନ ବେଗମ ଙ୍କର ୧୦ଟା,ଜି.ଦାରାଙ୍କ ୧୦ଟା ଦେଶିକୁକୁଡା ଗତ ୩ଦିନ ମଧ୍ୟରେ ମଡକ ହୋଇଛି, ଆହୁରି ଅନେକ କୁକୁଡା ରୋଗଗସ୍ତ ହୋଇ ମରଣକୁ ଅପେକ୍ଷା କରିରହିଛନ୍ତି । ଏହି କୁକୁଡା ଗୁଡିକ ଦେହ,ଗୋଡ ଲାଲ ହୋଇ ମୁହଁ ଫୁଲିଯାଇ ଛଟଛଟ ହୋଇ ମରି ଯାଉଥିବାର ଜଣାପଡିଛି । କୁକୁଡା ପାଳିଥିବା ମହିଳା ମାନେ ଅତ୍ୟନ୍ତ ଗରିବ,ସେମାନଙ୍କ ଅଣ୍ଡାଦେଉଥିବା ବଡ କୁକୁଡା, ଗଜାଂ ଓ ଛୋଟ ଛୋଟ କୁକୁଡା ଛୁଆ ଗୁଡିକ ଲଗାତର ଭାବେ ଅଚିହ୍ନାରୋଗରେ ମରିଯାଉଥିବାରୁ ସେମାନଙ୍କ ଆର୍ଥିକପରିସ୍ଥିତି ଅତ୍ୟନ୍ତ ଦୃବଳ ହୋଇପଡିଛି । ୧୧୯ କଲୋନି ଓ ତାର ପାଖ ଆଖ ଅଚଂଳ ଗ୍ରାମରେ ଥିବା ଦେଶୀ କୁକୁଡା ସାଙ୍ଗକୁ ବଏଲର କୁକୁଡା ମଡକ ଲାଗିଛି , ଗତ ୧୫ଦିନ ମଧ୍ୟରେ ମାଲକାନଗିରି,ଚିତ୍ରକୋଣ୍ଡା ଅଚଂଳରେ ପ୍ରାୟ ୮୦୦ରୁ ଉର୍ଦ୍ଦ କୁକୁଡା ମରିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରାଣିଧନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଁଚି କୁକୁଡା ମଡକର କାରଣକଣ ଅନୁସନ୍ଧାନ କରିନଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହା ବାର୍ଡଫ୍ଲୁ ହୋଇଥାଇ ପାରେ ବୋଲି ଗ୍ରାମବାସୀ ମାନେ ସନ୍ଦେହ କରି ଘରେ ଥିବା କୁକୁଡାଗୁଡିକୁ କମ ଦରରେ ବିକ୍ରୀ କରିବାସହିତ ଭୋଜି କରି ଖାଇଦେଉଥିବାର ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.