Home ଜିଲ୍ଲା ପରିକ୍ରମା ମଲ୍ଲିକେଶ୍ୱର ପାହଡ ଶୈବପୀଠ ପାହଚ ରେଲିଂ ଖସି ଅଳ୍ପକେ ବର୍ତିଲେ ଭକ୍ତ

ମଲ୍ଲିକେଶ୍ୱର ପାହଡ ଶୈବପୀଠ ପାହଚ ରେଲିଂ ଖସି ଅଳ୍ପକେ ବର୍ତିଲେ ଭକ୍ତ

121

ମାଲକାନଗିରି,୨୨ା୨ (ଓଡିଆ ପୁଅ ) ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ହାତୀବାରି ପାହଡରେ ଥିବା ଜଟିଆ ଶୈବପୀଠରୁ ପଥର ଖସି ୨୪ଜଣ ଭକ୍ତ ଆହତ ହେବା ଘଟଣାର ଭକ୍ତମାନଙ୍କ ମନରୁ ନ ଯାଉଣୁ ପୁମି ମାଲକାନଗିରି ମଲିକେଶ୍ୱର ପୀଠରେ ସେପରି ଏକ ଅଘଟଣ ଘଟିଥିବାର ଜଣାପଡିଛି ,ମଲିକେଶ୍ୱର ଶୈବପୀଠକୁ ମହାଦୀପ ଦର୍ଶନ ପାଇଁ ଯାଉଥିବା ବେଳେ ପାହଚ ରେଲିଂ ଖସିପଡି ଅଳ୍ପକେ ବର୍ତିଯାଛନ୍ତି ଭକ୍ତମାନେ । ଗତ କାଲି ରାତ୍ର ରେ ମହାଶିବରାତ୍ରୀ ଉପଲକ୍ଷେ ମହାଦୀପ ଦର୍ଶନ ପାଇଁ ମାଲକାନଗିରି ଜିଲ୍ଲା ତଳସାହୀ ନିକଟ ମଲ୍ଲୀକେଶ୍ୱର ପବ ର୍ତ ଶୀଖରେ ଥିବା ଶୈବପୀଠ କୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଭକ୍ତ ମାନେ ପାହଡ ଚଢି ଯାଉଥିବା ବେଳେ ଭିଡରେ ଠେଲାପେଲା ହୋଇ ପାହଚ ଦୁଇପାଶ୍ୱର୍ରେ ଲାଗିଥିବା ଲୁହାର ରେଲିଂ ଭାଙ୍ଗି ଖସିପଡିଥିଲା । ରେଲିଂଭାଙ୍ଗି ପଡିଯିବାରୁ ଭକ୍ତମାନେ ଦୁରକୁ ଦୈଡିପଳାଇବାରୁ ଭାଗ୍ୟବଶତ ଅଳ୍ପକେ ବର୍ତି ଯାଇଛନ୍ତି ।ସଙ୍ଗେ ସଙ୍ଗେ ମଲିକେଶ୍ୱର ପୂଜାକମିଟି କର୍ମକର୍ତାମାନେ ଘଟଣାସ୍ଥଳରେ ପହଁଚି ପାହଚରୁ ରେଲିଂ ହଟାଇ ଭକ୍ତମାନଙ୍କୁ ଠାକୁର ଦର୍ଶନରେ ସହ ଯୋଗ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.