Home ଜିଲ୍ଲା ପରିକ୍ରମା ଜନ୍ମଦିନ ଉତ୍ସବ ବଦଳରେ ଗରିବ ରୋଗୀଙ୍କ ପାଇଁ ରକ୍ତଦାନ କରି ମାନବିକତା ଦେଖାଇଲେ ଯୁବକ

ଜନ୍ମଦିନ ଉତ୍ସବ ବଦଳରେ ଗରିବ ରୋଗୀଙ୍କ ପାଇଁ ରକ୍ତଦାନ କରି ମାନବିକତା ଦେଖାଇଲେ ଯୁବକ

320

ମାଲକାନଗିରି,୨୨ା୨(ଓଡିଆ ପୁଅ ) ଜନ୍ମଦିନରେ କେକ ଓ ଭୋଜିଭାତ ଉତ୍ସବ ବଦଳରେ ରକ୍ତଦାନ କରି ମାନବିକତା ର ପରିଚୟ ଦେଇଛନ୍ତି ଜଣେ ଯୁବକ । ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ଛକ ନିକଟରେ ରହୁଥିବା ଭାସ୍କରଚନ୍ଦ୍ର ବେହେରାଙ୍କ ପୁତ୍ର ଦେବଦତ ବେହେରା(ଟୁଆଁ) ଙ୍କ ଆଜି ୨୬ତମ ଜନ୍ମବାର୍ଷିକ ଉତ୍ସବ ଥିଲା । ପରିବାର ଲୋକେ ତାଙ୍କ ଜନ୍ମଦିନ ଧୁମଧାମରେ ପାଳନକରିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଦେବଦତ ଜାଣିବାକୁ ପାଇଲେ ଜିଲ୍ଲାରକ୍ତଭଣ୍ଡାରରେ ମାତ୍ର୧୭ୟୁନିଟ ଗଛିତ ରହିଛି, ବି ପଜେଟିଭି ରକ୍ତ ରୋଗୀମାନଙ୍କର ଦରକାର ହେଉଥିବାରୁ ସେ ନିଜ ଜନ୍ମଦିନ ରେ ଭୋଜିଭାତ ଓ କେକ କାଟି ଉତ୍ସବ ପାଳନ କରିବା ବଦଳରେ ନିଜେ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନକରି ରକ୍ତଦାନ ମହାପୂନ୍ୟ ଏହି ମହତ କାମ ର ବାର୍ତା ଯୁବଗୋଷ୍ଠିଙ୍କୁ ଦେଇଛନ୍ତି । ଏହି ଯୁବକ ଜନ୍ମଦିନରେ ଭୋଜି ଭାତ ଉତ୍ସବରେ ନମାତି ସମାଜସେବୀ ରତ୍ନାକରଦାଶ ଓ ବିକ୍ରମ ପାଢୀଙ୍କ ପରାମର୍ଶ କ୍ରମେ ଗରିବ ରୋଗୀଙ୍କ ପାଇଁ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଦେବଦେତ ଆଗରୁ ରକ୍ତଦାନ କରିନଥିବା ବେଳେ ଜନ୍ମଦିନରେ ରକ୍ତଦାନ କରିବା ଘଟଣା ସମଗ୍ର ମାଲକାନଗିରି ସହରରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି । ଆଜି ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରରେ ମାତ୍ର୧୭ୟୁନିଟ ରକ୍ତଗଛିତ ରହିଛି,ସେଥି ମଧ୍ୟରୁ କେବଳ ଓ ପଜେଟିଭ ୧୭ୟୁନିଟ ରହିଛି,ଓ ନେଗେଟିଭ,ଏ ପଜେଟିଭ୍‌,ଏ ନେଗେଟିଭ୍ ,ବି ପଜେଟିଭ୍‌, ବି ନେଗେଟିଭ୍‌,ଏ ବି ପଜେଟିଭ୍ ଓ ଏ ବି ନେଗେଟିଭ୍ ରକ୍ତ ଗଛିତ ନଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୨୦୦ରୁ ୩୦୦ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ କିଛିମାସହେଲା ମାତ୍ର ୨୦ ୟୁନିଟରୁ ୩୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି । ଜିଲ୍ଲାରେ ରକ୍ତ କିଣିବାପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ରକ୍ତ ପାଇପାରୁନାହାଁନ୍ତି । ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗାଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି । ପସୂତି ମହିଳା ,ଦୃର୍ଘଟଣା ଗସ୍ତ ଓ ଅନ୍ୟାନ ଗୁରୁତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି । ଏହା କୁ ଦୃଷ୍ଠିରେ ରଖି ଦେବଦତ ବେହେରା ନିଜ ଜନ୍ମଦିନରେ ରକ୍ତଦାନ କରି ମହତ କାର୍ଯ୍ୟ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.